ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 09 JUN 2024 11:55PM by PIB Bhubaneswar

ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କୁ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସହଯୋଗୀମାନଙ୍କୁ ଶପଥ ପାଠ କରାଇଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି -

ଆଜି ସନ୍ଧ୍ୟାରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଲି । ମୁଁ ୧୪୦ କୋଟି ଭାରତୀୟଙ୍କ ସେବା କରିବା ଏବଂ ମନ୍ତ୍ରିମଣ୍ଡଳ ସହିତ କାର୍ଯ୍ୟ କରି ଭାରତକୁ ପ୍ରଗତିର ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ଅପେକ୍ଷା କରିଛି ।

ଆଜି ଶପଥ ନେଇଥିବା ସମସ୍ତଙ୍କୁ ଅଭିନନ୍ଦନ । ମନ୍ତ୍ରୀ ମାନଙ୍କର ଏହି ଗୋଷ୍ଠୀ ଯୁବଗୋଷ୍ଠୀଙ୍କର ଓ ଅଭିଜ୍ଞତାର ଏକ ଚମତ୍କାର ମିଶ୍ରଣ ଏବଂ ଆମେ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ କୌଣସି ବାଟକୁ ଛାଡିବୁ ନାହିଁ ।

ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ବିଦେଶରଚ ଆସିଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଁ କୃତଜ୍ଞତା ଜଣାଉଛି । ମାନବତାର ପ୍ରଗତି ପାଇଁ ଭାରତ ସର୍ବଦା ଆମର ମୂଲ୍ୟବାନ ସହଯୋଗୀ ମାନଙ୍କ ସହ ମିଶି କାମ କରିବ ।

ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସମାରୋହରେ ମୁଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲି । ମୁଁ ଏବଂ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀମାନେ ୧୪୦ କୋଟି ଦେଶବାସୀ ଏବଂ ଦେଶର ସେବା କରିବା ପାଇଁ ଏବଂ ବିକାଶକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ଲାଗି ପ୍ରତିଶ୍ରୁତିବଦ୍ଧ ।

ଏନଡିଏ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ସମସ୍ତ ସହଯୋଗୀଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଏହି ମନ୍ତ୍ରୀ ଗୋଷ୍ଠୀରେ ଯୁବଗୋଷ୍ଠୀଙ୍କର ଓ ଅଭିଜ୍ଞତାର ଏକ ଚମତ୍କାର ସମାଗମ ରହିଛି । ସମସ୍ତ ଦେଶବାସୀଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆମେ କୌଣସି ଉପାୟ ଛାଡ଼ିବୁ ନାହିଁ ।

“ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ସମଗ୍ର ବିଶ୍ୱର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମୁଁ ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି । ବିଶ୍ୱବନ୍ଧୁ ହିସାବରେ ଭାରତ ସର୍ବଦା ସହଯୋଗୀ ମାନଙ୍କ ସହିତ ମିଳିତ ଭାବେ  ମାନବତାର ହିତ ପାଇଁ କାର୍ଯ୍ୟ ଜାରି ରଖିବ । "

***

SSP


(ରିଲିଜ ଆଡି: 2024001) ପରିଦର୍ଶକ କାଉଣ୍ଟର : 152