ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯୋଗକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ସମସ୍ତଙ୍କୁ ନିବେଦନ କଲେ ପ୍ରଧାନମନ୍ତ୍ରୀ


ବିଭିନ୍ନ ଆସନ ଏବଂ ଏହାର ଉପକାରିତା ବିଷୟରେ ମାର୍ଗଦର୍ଶନ ପ୍ରଦାନ କରୁଥିବା ଏକ ଭିଡିଓ ସେଟ୍ ମଧ୍ୟ ଶେୟାର କଲେ

प्रविष्टि तिथि: 11 JUN 2024 11:03AM by PIB Bhubaneshwar

ଯୋଗକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ହେଉଛି ଶାନ୍ତିର ମାଧ୍ୟମ, ଯାହା ଆମକୁ ଜୀବନର ଆହ୍ୱାନଗୁଡ଼ିକୁ ଶାନ୍ତ ଭାବେ ଏବଂ ଧୈର୍ଯ୍ୟର ସହିତ ମୁକାବିଲା କରିବାକୁ ସକ୍ଷମ କରେ

ଆଗାମୀ ଯୋଗ ଦିବସ ପରିପ୍ରେକ୍ଷୀରେ ଶ୍ରୀ ମୋଦୀ ବିଭିନ୍ନ ଆସନ ଏବଂ ଏହାର ଉପକାରିତା ବିଷୟରେ ମାର୍ଗଦର୍ଶନ ପ୍ରଦାନ କରୁଥିବା ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି

ଏକାଧିକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆଜିଠାରୁ ୧୦ ଦିନ ପରେ ବିଶ୍ୱ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବଏକତା ଓ ସୌହାର୍ଦ୍ଦ୍ୟକୁ ପାଳନ କରୁଥିବା ଏକ କାଳଜୟୀ ଉତ୍ସବ ପାଳନ କରିବ ଯୋଗ ସାଂସ୍କୃତିକ ଭୌଗୋଳିକ ସୀମା ଅତିକ୍ରମ କରି ସାମଗ୍ରିକ କଲ୍ୟାଣ ସନ୍ଧାନରେ ସାରା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ଏକତ୍ରିତ କରିଛି।’’

‘‘ଚଳିତ ବର୍ଷ ଯୋଗ ଦିବସ ପାଖେଇ ଆସୁଥିବା ବେଳେ ଯୋଗକୁ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହାକୁ ସେମାନଙ୍କର ଜୀବନର ଅଂଶବିଶେଷ କରିବା ପାଇଁ ଉତ୍ସାହିତ କରିବା ଜରୁରୀ ଯୋଗ ଶାନ୍ତିର ମାଧ୍ୟମ, ଯାହା ଆମକୁ ଜୀବନର ଆହ୍ୱାନଗୁଡ଼ିକୁ ଶାନ୍ତ ଭାବେ ଏବଂ ଧୈର୍ଯ୍ୟର ସହିତ ମୁକାବିଲା କରିବାକୁ ସକ୍ଷମ କରେ ।’’

‘‘ଯୋଗ ଦିବସ ପାଖେଇ ଆସୁଥିବା ବେଳେ ମୁଁ ଏକ ଭିଡିଓ ଶେୟାର କରୁଛି, ଯେଉଁଥିରେ ବିଭିନ୍ନ ଆସନ ଏବଂ ଏହାର ଉପକାରିତା ବିଷୟରେ ମାର୍ଗଦର୍ଶନ ମିଳିବ ମୁଁ ଆଶା କରୁଛି ଏହା ଆପଣ ସମସ୍ତଙ୍କୁ ନିୟମିତ ଯୋଗ ଅଭ୍ୟାସ କରିବାକୁ ପ୍ରେରଣା ଯୋଗାଇବ।’’



********

PS/Swadhin/PIB Bhubaneswar

 


(रिलीज़ आईडी: 2023971) आगंतुक पटल : 138
इस विज्ञप्ति को इन भाषाओं में पढ़ें: Assamese , Khasi , English , Urdu , Marathi , हिन्दी , Hindi_MP , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam