କ୍ୟାବିନେଟ
କ୍ୟାବିନେଟ୍ ନିଷ୍ପତ୍ତି: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଅଧୀନରେ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବେ ସରକାର
प्रविष्टि तिथि:
10 JUN 2024 7:50PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଅଧୀନରେ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର । ଆଜି କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି।
ଯୋଗ୍ୟ ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ମୌଳିକ ସୁବିଧା ସହ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବା ଲାଗି ଭାରତ ସରକାର ୨୦୧୫-୧୬ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି। ପିଏମଏୱାଇ ଅଧୀନରେ, ଗତ ୧୦ ବର୍ଷ ମଧ୍ୟରେ ଆବାସ ଯୋଜନା ଅନ୍ତର୍ଗତ ଯୋଗ୍ୟ ଗରିବ ପରିବାର ପାଇଁ ମୋଟ ୪ କୋଟି ୨୧ ଲକ୍ଷ ଘର ସମ୍ପୂର୍ଣ୍ଣ ହୋଇଛି ।
ପିଏମଏୱାଇ ଅଧୀନରେ ନିର୍ମିତ ସମସ୍ତ ଘରକୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନା ସହିତ ସମନ୍ୱୟ ମାଧ୍ୟମରେ ଘରୋଇ ଶୌଚାଳୟ, ଏଲପିଜି ସଂଯୋଗ, ବିଦ୍ୟୁତ୍ ସଂଯୋଗ, କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍ ସଂଯୋଗ ଇତ୍ୟାଦି ମୌଳିକ ସୁବିଧା ଯୋଗାଇ ଦିଆଯାଇଥାଏ।
ଯୋଗ୍ୟ ପରିବାର ସଂଖ୍ୟା ବୃଦ୍ଧି କାରଣରୁ ସୃଷ୍ଟି ହୋଇଥିବା ଗୃହ ଆବଶ୍ୟକତା ପୂରଣ କରିବା ପାଇଁ ୩ କୋଟି ଅତିରିକ୍ତ ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ଘର ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବାକୁ ଆଜିର କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି।
******
P.S/Swadhin/PIB Bhubaneswar
(रिलीज़ आईडी: 2023848)
आगंतुक पटल : 217
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam