ପୋଷ୍ଟ କରାଯିବା ଦିନାଙ୍କ:
05 JUN 2024 10:16PM by PIB Bhubaneswar
ନେପାଳ ପ୍ରଧାନମନ୍ତ୍ରୀ ରିଟାୟାର୍ଡ ସମ୍ମାନୀୟ ପୁଷ୍ପ କମଳ ଦହଲ ‘ପ୍ରଚଣ୍ଡ’ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋନ୍ ଯୋଗେ ବାର୍ତ୍ତାଳାପ ହୋଇଛି । ନିକଟରେ ଭାରତରେ ଶେଷ ହୋଇଥିବା ନିର୍ବାଚନରେ ଐତିହାସିକ ତୃତୀୟ ଦଫା ବିଜୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସହ ନେପାଳର ସମ୍ପର୍କ ଅଧିକ ସୁଦୃଢ଼ ହୋଇ ରହିବ ବୋଲି ସେ ତାଙ୍କର ଆଶା ପ୍ରକଟ କରିଥିଲେ ।
ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇଥିଲେ ।ନେପାଳ ପ୍ରଧାନମନ୍ତ୍ରୀଙ୍କ ଗତ ବର୍ଷର ଫଳପ୍ରଦ ଭାରତ ଗସ୍ତକୁ ପ୍ରଧାନମନ୍ତ୍ରୀ ମୋଦି ମନେ ପକାଇଥିଲେ । ଦୁଇ ଦେଶ ମଧ୍ୟରେ ପାରମ୍ପରିକ, ବନ୍ଧୁତ୍ୱ ଏବଂ ବହୁସ୍ତରୀୟ ସହଯୋଗ ବୃଦ୍ଧି ପାଇଁ ସେ ସମୟରେ ନିଆଯାଇଥିବା ନିଷ୍ପତ୍ତି ଗୁଡ଼ିକୁ ମଧ୍ୟ ସେ ସ୍ମରଣ କରିଥିଲେ ।
ଭାରତ ସହ ନେପାଳର ସାଂସ୍କୃତିକ ଓ ସଭ୍ୟତାଗତ ସମ୍ପର୍କ ବେଶ୍ ପୁରୁଣା ଏବଂ ନେପାଳ ଭାରତର ‘ପ୍ରଥମ ପଡ଼ୋଶୀ’ ନୀତିରେ ଏକ ଗୁରୁ୍ତ୍ୱପୂର୍ଣ୍ଣ ସହଯୋଗୀ ହୋଇ ରହିଛି । ଦୁଇ ଦେଶର ନେତାଙ୍କ ମଧ୍ୟ ଉଚ୍ଚସ୍ତରୀୟ ବାର୍ତ୍ତା କ୍ଷେତ୍ରରେ ଟେଲିଫୋନ୍ କଲ ଏକ ପରମ୍ପରା ହୋଇ ରହିଛି ।
SR