ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ଜାତୀୟ ଟେଲି ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ହାସଲ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅନୁଯାୟୀ, ଟେଲି- ମାନସ ହେଲ୍ପଲାଇନ ଅକ୍ଟୋବର ୨୦୨୨ ରେ ଆରମ୍ଭ ହେବା ପର ଠାରୁ ୧୦ ଲକ୍ଷରୁ ଅଧିକ କଲ୍ ଆସିଛି


ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫୧ଟି ଟେଲି ମାନସ ସେଲ୍ କାର୍ଯ୍ୟକରୁଛି

ପ୍ଲାଟଫର୍ମରେ ଦୈନିକ ହାରାହାରି ୩,୫୦୦ କଲ୍ ଆସୁଛି

Posted On: 29 MAY 2024 3:41PM by PIB Bhubaneshwar

 

ଭାରତରେ ଜାତୀୟ ଟେଲି- ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚିଛି ଏବଂ ଏହାର ଟେଲି- ମାନସ ଟୋଲ୍ ଫ୍ରି ନମ୍ବରରେ ଦୈନିକ ହାରାହାରି ୩,୫୦୦ କଲ୍ ଆସୁଛି ଏବଂ ଏଥିରେ ପ୍ରାୟ ୧୦ ଲକ୍ଷରୁ ଅଧିକ କଲ୍ ଆସିଛି । ଦେଶବ୍ୟାପୀ ମାନସିକ ସ୍ୱାସ୍ଥ୍ୟ ସେବା ପ୍ରଦାନକୁ ବୃଦ୍ଧି କରିବା ପାଇଁ ଅକ୍ଟୋବର ୨୦୨୨ରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୫୧ଟି ଟେଲି - ମାନସ ସେଲ୍ କାର୍ଯ୍ୟ କରୁଛି ।

ଟେଲି ମାନସ ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବର ୧୪୪୧୬ କିମ୍ବା ୧-୮୦୦-୮୯୧-୪୪୧୬ ବହୁଭାଷା ସହାୟତା ପ୍ରଦାନ କରିଥାଏ ଏବଂ କଲ୍ କରିଥିବା ବ୍ୟକ୍ତି ଏବଂ ମାନସିକ ସ୍ୱାସ୍ଥ୍ୟ ପେଶାଦାରଙ୍କ ମଧ୍ୟରେ ଯୋଗାଯୋଗକୁ ସୁଗମ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଦେଶରେ ମାନସିକ ସ୍ୱାସ୍ଥ୍ୟ ସେବା ପ୍ରତି ବୃଦ୍ଧି ପାଉଥିବା ସଚେତନତା ଏବଂ ମାନସିକ ସ୍ୱାସ୍ଥ୍ୟ ସେବାର ବ୍ୟବହାର ବୃଦ୍ଧିକୁ ପ୍ରତିଫଳିତ କରି , ଟେଲି- ମାନସ ହେଲ୍ପଲାଇନରେ କଲ୍ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇଛି, ଯାହା ଡିସେମ୍ବର ୨୦୨୨ରେ ପ୍ରାୟ ୧୨,୦୦୦ ଥିବା ବେଳେ ମେ ୨୦୨୪ରେ ଏହା ୯୦,୦୦୦କୁ ବୃଦ୍ଧି ପାଇଛି । ନିୟୋଜନର ଏହି ବୃଦ୍ଧି ସମସ୍ତଙ୍କୁ ଆବଶ୍ୟକ ସହାୟତା ପାଇବା ସୁନିଶ୍ଚିତ କରିବା ପାଇଁ ନିରନ୍ତର ପୁଞ୍ଜିନିବେଶ ଏବଂ ମାନସିକ ସ୍ୱାସ୍ଥ୍ୟ ପଦକ୍ଷେପର ସମ୍ପ୍ରସାରଣର ଗୁରୁତ୍ୱକୁ ମଧ୍ୟ ସୂଚାଇଥାଏ ।

ମାନସିକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରୁଥିବା ଲୋକଙ୍କ ପାଇଁ ନିରନ୍ତର ଯତ୍ନ ଏବଂ ସମର୍ଥନ ସୁନିଶ୍ଚିତ କରିବା ନିମନ୍ତେ, ଏହି ମଂଚ କଲ୍ କରିଥିବା ବ୍ୟକ୍ତିଙ୍କୁ ପରେ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବାକୁ କଲ୍ କରିବାକୁ ଅନ୍ତର୍ଭୁକ୍ତ କରେ । ବର୍ତ୍ତମାନ ରହିଥିବା ମାନସିକ ସ୍ୱାସ୍ଥ୍ୟ ସମ୍ବଳକୁ ସଂଯୋଗ କରି ଏବଂ ଏକ ବ୍ୟାପକ ଡିଜିଟାଲ ନେଟୱାର୍କ ପ୍ରତିଷ୍ଠା କରି, ଟେଲି - ମାନସ ଦେଶର ମାନସିକ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ଅତ୍ୟାବଶ୍ୟକ ପ୍ଲାଟଫର୍ମରେ ପରିଣତ ହୋଇଛି ।

ମାନସିକ ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ, ବିଶେଷ କରି ଦୁର୍ବଳ ଜନସଂଖ୍ୟାକୁ ଲକ୍ଷ୍ୟଭୁକ୍ତ କରିବା ପାଇଁ ସରକାରଙ୍କ ସମର୍ପଣ ମାନସିକ ସ୍ୱାସ୍ଥ୍ୟ ସଙ୍କଟର ମୁକାବିଲା ଏବଂ ଦେଶର ସମସ୍ତ ବ୍ୟକ୍ତି ଏବଂ ପରିବାର ପାଇଁ ସହାୟତା ସୁନିଶ୍ଚିତ କରିବା ନିମନ୍ତେ ଭାରତର ଜାରି ରହିଥିବା ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ପ୍ରତିନିଧିତ୍ୱ କରୁଛି ।

ଆଉ ପାଦେ ଆଗେଇ ଯାଇ ଇ - ସଞ୍ଜୀବନୀ ଭଳି ପଦକ୍ଷେପ ସହ ସମନ୍ୱୟ ଯୋଗୁଁ ଏହି ପ୍ଲାଟଫର୍ମର ଉପଲବ୍ଧତା ଓ ଫଳପ୍ରଦତା ବୃଦ୍ଧି ପାଇବ । ସଚେତନତା ଏବଂ ଉପଲବ୍ଧତାକୁ ପ୍ରୋତ୍ସାହିତ କରିବା ଜାରି ରଖି, ଟେଲି ମାନସ ଦେଶ ସମ୍ମୁଖୀନ ହେଉଥିବା ମାନସିକ ସ୍ୱାସ୍ଥ୍ୟ ଆହ୍ୱାନର ମୁକାବିଲା କରିବାରେ ଆହୁରି ଯୋଗଦାନ କରିପାରିବ ।

****

 

SSP



(Release ID: 2022132) Visitor Counter : 42