ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ

ବିଶ୍ୱ ହାଇଡ୍ରୋଜେନ୍ ଶିଖର ସମ୍ମିଳନୀକୁ ସମ୍ବୋଧିତ କଲେ ନବୀନ ଓ ନବୀକରଣୀୟ ଶକ୍ତି ସଚିବ; ଭାରତର ନବୀକରଣୀୟ ଉର୍ଜା ଏବଂ ସବୁଜ ହାଇଡ୍ରୋଜେନ୍ କ୍ଷେତ୍ରର କରିକଳ୍ପନା ଏବଂ କ୍ଷମତା ଉପରେ କଲେ ଆଲୋକପାତ

Posted On: 16 MAY 2024 2:16PM by PIB Bhubaneshwar

ଭାରତ ସରକାରଙ୍କ ନବୀନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ସଚିବ ଶ୍ରୀଭୂପୀନ୍ଦର ସିଂହ ଭାଲ୍ଲା ମଇ ୧୫, ୨୦୨୪ ତାରିଖ ଦିନ ନେଦରଲାଣ୍ଡରରୋଟରମେଡଠାରେ ଆୟୋଜିତ ବିଶ୍ୱ ହାଇଡ୍ରୋଜେନ୍ ଶିଖର ସମ୍ମିଳନୀ ୨୦୨୪କୁସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ସମ୍ମିଳନୀକୁ ଉଦବୋଧନ ଦେଇନବୀକରଣ ଉର୍ଜା ଏବଂ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କ୍ଷେତ୍ରରେ ଭାରତରରଣନୀତିକ ପରିକଳ୍ପନା ଏବଂ କ୍ଷମତା ଉପରେ ଆଲୋକପାତ କରିଛନ୍ତି ।

ଶ୍ରୀ ଭାଲ୍ଲା ରାଷ୍ଟ୍ରୀୟ ସବୁଜ ହାଇଡ୍ରୋଜେନ୍ ମିଶନର ବ୍ୟାପକ ସ୍ୱରୂପ ଉପରେରେଖାଙ୍କିତ କରିଥିଲେ । ଏଥିରେ ପାଇଲଟ୍ ପରିଯୋଜନା, ଅନୁସନ୍ଧାନ ଏବଂ ବିକାଶ(ଆର ଏଣ୍ଡ୍ ଡି), ନବାଚାର ଏବଂ କୌଶଳ ବିକାଶ କାର୍ଯ୍ୟକ୍ରମ ଭଳି ଘଟକମାନସାମିଲ ରହିଛି । ‘ଏହା ସାମଗ୍ରିକ ଦୃଷ୍ଟିକୋଣରୁ ମୂଲ୍ୟ ଶୃଙ୍ଖଳାରେ ନବାଚାର, ସହଯୋଗ ଏବଂ ଦକ୍ଷତା ସୃଷ୍ଟିକୁ ବୃଦ୍ଧି କରିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁପ୍ରଦର୍ଶିତ କରୁଛି । ଏହା ବ୍ୟତୀତ, ଅନ୍ୟାନ୍ୟ ପରିଯୋଜନାର ସଂଚାଳନ ଏବଂଅନୁସନ୍ଧାନ ଏବଂ ବିକାଶକୁ ଆଗକୁ ଆଗେଇ ନେବା ଉପରେ ମିଶନର ଧ୍ୟାନ ସବୁଜହାଇଡ୍ରୋଜେନ୍ ପ୍ରାଦ୍ୟୋଗଗୁଡ଼ିକ ନିମନ୍ତେ ଏକ ଜୀବନ୍ତ ଇକୋସିଷ୍ଟମ୍ ନିର୍ମାଣ ପାଇଁପ୍ରୋତ୍ସାହନ ଯୋଗାଉଛି । ଏହି କ୍ଷେତ୍ରରେ ଥିବା ସମସ୍ୟାବଳୀର ଅତ୍ୟାଧୁନିକସମାଧାନ ଉପାୟ ଏବଂ ସର୍ବୋତ୍ତମ ପ୍ରଥାର ଉଦ୍ଭବକୁ ବୃଦ୍ଧି କରିବା ଦିଗରେ ଭାରତରପ୍ରତିବଦ୍ଧତା ଉପରେ ମଧ୍ୟ ଶ୍ରୀ ଭାଲ୍ଲା ଗୁରୁତ୍ୱାରୋପ କରିଥିଲେ ।

ନୂତନ ଏବଂ ନବୀକରଣୀୟ ଶକ୍ତି ସଚିବ ନବୀକରଣୀୟ ଉର୍ଜା ସାମର୍ଥ୍ୟରେ ବୈଶ୍ୱିକନେତୃତ୍ୱ ରୂପରେ ଭାରତର ସ୍ଥିତି ଏବଂ ଦେଶର ନବୀକରଣୀୟ ଉର୍ଜାର କମ୍ ମୂଲ୍ୟଉପରେ ମଧ୍ୟ ଆଲୋକପାତ କରିଥିଲେ । ‘ପ୍ରତିସ୍ପର୍ଦ୍ଧି ମୂଲ୍ୟ ନିର୍ଦ୍ଧାରଣ ସହିତ, ଭାରତନବୀକରଣୀୟ ଶକ୍ତି ପରିଯୋଜନାଗୁଡ଼ିକରେ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ନିବେଶନିମନ୍ତେ ଏକ ଆକର୍ଷକ ପରିବେଶ ପ୍ରସ୍ତୁତ କରିଛି ଯାହା ନିରବଚ୍ଛିନ୍ନ ଶକ୍ତି ସ୍ରୋତରଏବଂ ପରିବର୍ତ୍ତନ ଦଗିରେ ପ୍ରତିବଦ୍ଧତାର ଅନୂରୂପ ଅଟେ ।’ଶ୍ରୀ ଭାଲ୍ଲା ରାଷ୍ଟ୍ରୀୟ ଉର୍ଜାମିଶ୍ରଣରେ ନବୀକରଣୀୟ ଉର୍ଜା ସ୍ରୋତର ନିର୍ବିରୋଧ ଏକୀକରଣ ନିମନ୍ତେ ଏକପ୍ରମୁଖ ପ୍ରବର୍ତ୍ତକ ରୂପରେ ଭାରତର ଏକୀକୃତ ଗ୍ରୀଡ଼ର ଆଧାରଭୂତ ଢାଞ୍ଚା ଉପରେମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେ ଶିଖର ସମ୍ମିଳନୀରେ ଉପସ୍ଥିତ ଥିବାପ୍ରତିନିଧିମାନଙ୍କୁ ସୂଚାଇଥିଲେ ଯେ ସମନ୍ୱିତ (ଏକୀକୃତ) ଗ୍ରୀଡ୍ କେବଳ ଗ୍ରୀଡ୍ ସ୍ଥିରତାଏବଂ ବିଶ୍ୱସନୀୟତାକୁ ବୃଦ୍ଧି କରିନଥାଏ ଅପରନ୍ତୁ, ଏହା ନବୀକରଣୀୟ ଉର୍ଜାସଂଯନ୍ତ୍ରର ରଣନୀତିକ ସ୍ଥାନ, ଦକ୍ଷତାକୁ ମଧ୍ୟ ଶୀର୍ଷତମ କରିବାରେ ତଥା ଦୀର୍ଘ ଦୂରତାପର୍ଯ୍ୟନ୍ତ ପରିବହନ ଏବଂ ହାଇଡ୍ରୋଜେନର ଭଣ୍ଡାରଣର ଆବଶ୍ୟକତାକୁ ହ୍ରାସ କରିବାଲାଗି ସକ୍ଷମ କରାଇଥାଏ ।

ସଚିବ ଶ୍ରୀ ଭାଲ୍ଲା କହିଛନ୍ତି ଯେ ଭାରତର କୁଶଳୀ ଇଞ୍ଜିନିୟରମାନଙ୍କର ପର୍ଯ୍ୟାପ୍ତସମୂହ ନବୀକରଣୀୟ ଉର୍ଜା ଏବଂ ସବୁଜ ହାଇଡ୍ରୋଜେନ୍ ପରିଯୋଜନାକୁସଫଳତାର ସହିତ କାର୍ଯ୍ୟାନ୍ୱୟନ କରିବା ନିମନ୍ତେ ଆଧାରଶୀଳା ଭାବେ କାର୍ଯ୍ୟକରିଆସୁଛନ୍ତି । ‘ଇଞ୍ଜିନିୟରିଂ, କ୍ରୟ ଏବଂ ନିର୍ମାଣ (ଇପିସି) ସେବା କ୍ଷେତ୍ରରେବିଶ୍ୱସ୍ତରୀୟ ବିଶେଷ ଜ୍ଞାନ ସହିତ ଭାରତ ଏକ ସୁଦୃଢ଼ ଜ୍ଞାନ ଭଣ୍ଡାର ମଧ୍ୟ ଯୋଗାଇଆସୁଛି ଯାହା ଦକ୍ଷତା ଏବଂ ଗୁଣାତ୍ମକ ମାନ ସହିତ ପରିଯୋଜନାଗୁଡ଼ିକୁ କାର୍ଯ୍ୟକ୍ଷମକରିବାର କ୍ଷମତା ବହନ କରେ । ଉଚିତ ମୂଲ୍ୟରେ କୁଶଳୀ କର୍ମୀମାନଙ୍କର ଏହିଉପଲବ୍ଧତା ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କ୍ଷେତ୍ରରେ ବିଶ୍ୱ ବଜାରରେ ଭାରତପ୍ରତିସ୍ପର୍ଦ୍ଧାତ୍ମକ ଦିଗରେ ଏବେ ଆଗକୁ ଅଗ୍ରସର ହେଉଛି ।

ଶ୍ରୀ ଭାଲ୍ଲା କହିଛିନ୍ତି ଯେ ସବୁଜ ହାଇଡ୍ରୋଜେନର ଅଗ୍ରଣୀ ରପ୍ତାନୀକାରୀ ରାଷ୍ଟ୍ରଭାବରେ ମୁଣ୍ଡ ଟେକୁଥିବା ଭାରତର ମହତ୍ତ୍ୱାକାଂକ୍ଷୀ ଆଗାମୀ ଦିନରେ ଆହୁରି ବୃଦ୍ଧିପାଇବ । ନିର୍ଭରଯୋଗ୍ୟ ଶକ୍ତି ପ୍ରଥା ପ୍ରତି ଭାରତର ସ୍ପଷ୍ଟ ପରିକଳ୍ପନା ପ୍ରତିବଦ୍ଧତାଉପରେ ଗୁରୁତ୍ୱ ଆରୋପ ପୂର୍ବକ ସେ ବୈଶ୍ୱିକ ହାଇଡ୍ରୋଜେନ୍ ଅର୍ଥବ୍ୟବସ୍ଥାରେମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସକାଶେ ରାଷ୍ଟ୍ରର ଦୃଢ଼ ସଂକଳ୍ପ ଉପରେ ମଧ୍ୟରେଖାଙ୍କିତ କରିଥିଲେ । ‘ଉତ୍ପାଦନ ବୃଦ୍ଧି ଉପରେ ରଣନୀତିକ ଫୋକସ୍ ପ୍ରଦାନକରିବା ସହିତ ଭାରତର ଉଦ୍ଦେଶ୍ୟ ହେଉଛି ସବୁଜ ହାଇଡ୍ରୋଜେନ୍ ନିମନ୍ତେଅନ୍ତରାଷ୍ଟ୍ରୀୟ ବଜାରରେ ମୁଣ୍ଡ ଟେକୁଥିବା ସମସ୍ତ ଅବସରର ଉପଯୋଗ କରିବା ଏବଂସମସ୍ତଙ୍କୁ ଏହା ଉପଲବ୍ଧ କରାଇବା ଯାହା ବୈଶ୍ୱିକ ଶକ୍ତି ସଂକ୍ରମଣର ଏକ ପ୍ରମୁଖରାଷ୍ଟ୍ର ଭାବରେ ଭାରତ ନିଜର ସ୍ଥିତିକୁ ମଜଭୁତ କରିପାରିବ ।’

ସଚିବ ଶ୍ରୀ ଭାଲ୍ଲା ବିଶ୍ୱ ହାଇଡ୍ରୋଜନ୍ ଶିଖର ସମ୍ମିଳନୀର ପ୍ରତିନିଧିମାନଙ୍କୁ ସବୁଜହାଇଡ୍ରୋଜେନ୍ ଉତ୍ପାଦନର କୌଣସି ବିଭାଗର ଆବଶ୍ୟକତା ପୂରଣ କରିବା ନିମନ୍ତେଭାରତର କ୍ଷମତାର ଆଶ୍ୱାସନ ସମସ୍ତଙ୍କୁ ପ୍ରଦାନ କରିଥିଲେ । ନିଃସର୍ତ୍ତ ଏହିବଜାରରେ ପର୍ଯ୍ୟାପ୍ତ ଆବଶ୍ୟକତା ଏବଂ ସମର୍ଥନ ମଧ୍ୟ ଭାରତ ନିକଟରେ ଉପଲବ୍ଧ ।ଏହି ଆତ୍ମବିଶ୍ୱାସର ସହିତ ଭାରତ ଏକ ମଜଭୁତ ନବୀକରଣୀୟ ଶକ୍ତିପରିନିୟୋଜନ ରଣନୀତି ପ୍ରସ୍ତୁତ କରିଛି । ଯେପରିକି ରାଷ୍ଟ୍ରୀୟ ସ୍ତରରେ ନିର୍ଦ୍ଧାରିତଯୋଗଦାନ (ଏନଡିସି)ରେ ଉଲ୍ଲେଖ ରହିଛି । ଦେଶରେ ନବୀକରଣୀୟ ଶକ୍ତିରଭିତ୍ତିଭୂମି ଢାଞ୍ଚାକୁ କ୍ଷିପ୍ରତାର ସହିତ ବିସ୍ତାର କରିବା ଉପରେ ଆଲୋକପାତ କରିସଚିବ ଶ୍ରୀ ଭାଲ୍ଲା କହିଲେ ଯେ ଭାରତର ବର୍ତ୍ତମାନର ସ୍ଥାପିତ ବିଜୁଳି ଉତ୍ପାଦନକ୍ଷମତାର ହାରାହାରି ୪୩ ପ୍ରତିଶତ ଅଣ ଜିବାଷ୍ମ ଇନ୍ଧନ ଉତ୍ସରୁ ଆସୁଛି ଯେଉଁଥିରେ୨୦୩୦ ମସିହା ସୁଦ୍ଧା ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିବାର ଅନୁମାନ କରାଯାଉଛି ।

ଶ୍ରୀ ଭାଲ୍ଲା ନିଜର ମୁଖ୍ୟ ଭାଷଣରେ ନବୀକରଣୀ ଶକ୍ତି ଏବଂ ସବୁଜ ହାଇଡ୍ରୋଜେନ୍ଉତ୍ପାଦନ କ୍ଷେତ୍ରରେ ଭାରତର ନେତୃତ୍ୱ, ମହତ୍ତ୍ୱାକାଂକ୍ଷା ଏବଂ କ୍ଷମତାକୁ ପ୍ରଦର୍ଶିତକରିଛନ୍ତି । ସେ ସମ୍ମିଳନୀକୁ ସୂଚୀତ କରିଛନ୍ତି ଯେ ସାମର୍ଥ୍ୟ, ଭିତ୍ତିଭୂମି ଢାଂଚାରବିକାଶ, କୁଶଳୀ କର୍ମସମ୍ବଳ, ମହତ୍ତ୍ୱାକାଂକ୍ଷୀ ଓ ସ୍କେଲେବିଲିଟି ଉପରେ ଗୁରୁତ୍ୱଆରୋପ କରିବା ସହିତ ଭାରତ ବୈଶ୍ୱିକ ହାଇଡ୍ରୋଜେନ୍ ଅର୍ଥବ୍ୟବସ୍ଥାକୁ ଆକାରପ୍ରଦାନ କରିବା ଏବଂ ବୈଶ୍ୱିକ ସ୍ତରରେ ବର୍ତ୍ତମାନର ଶକ୍ତି ଚାହିଦାର ସମାଧାନକୁଆଗକୁ ଆଗେଇ ନେବା ଦିଗରେ ଏକ ପ୍ରମୁଖ ରାଷ୍ଟ୍ର ଭାବେ ଉଭା ହେବା ଦିଗରେପ୍ରସ୍ତୁତ ହୋଇସାରିଛି । ସେ କହିଲେ ଯେ ରାଷ୍ଟ୍ରୀୟ ସବୁଜ ହାଇଡ୍ରୋଜେନ୍ ମିଶନଏବଂ ଅଧିକ ସୁନିଶ୍ଚିତ ଭବିଷ୍ୟତ ନିମନ୍ତେ ଏକ ନବାଚାର ଏବଂ ସହଯୋଗକୁ ଆଗକୁଆଗେଇ ନେବା ଦିଗରେ ଭାରତର ପ୍ରତିବଦ୍ଧତା ପ୍ରମାଣସିଦ୍ଧ ।

ରାଷ୍ଟ୍ରୀୟ ସବୁଜ ହାଇଡ୍ରୋଜେନ୍ ମିଶନ୍ ଭାରତ ସରକାରଙ୍କର ଏକ ପ୍ରମୁଖ ଉପକ୍ରମଯାହାର ଲକ୍ଷ୍ୟ ଭାରତରେ ସବୁଜ ହାଇଡ୍ରୋଜେନ୍ ପ୍ରାଦ୍ୟୋଗିକ ସଂସ୍ଥାମାନଙ୍କ ବିକାଶଏବଂ ଏହାକୁ ଆପଣାଇବା ନିମନ୍ତେ ପ୍ରୋତ୍ସାହିତ କରିବା । ୨୦୩୦ ମସିହା ସୁଦ୍ଧା ୫୦ଲକ୍ଷ ଟନ୍ ବାର୍ଷିକ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କ୍ଷମତା ସ୍ଥାପନ କରିବାର ଲକ୍ଷ୍ୟସହିତ ଏହି ମିଶନ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଭାରତ ତାହାର ପ୍ରତିନିଧିତ୍ୱକରୁଛି । କେନ୍ଦ୍ର ସରକାର ଏହି ପରିପ୍ରେକ୍ଷୀରେ ଢେର୍ ପ୍ରଗତି ହାସଲ କରିଛନ୍ତି ।ପ୍ରତିବର୍ଷ ମୋଟ ୪୧୨,୦୦୦ ଟନ୍ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନର ସାମର୍ଥ୍ୟରବିକାଶର କରିବା ନିମନ୍ତେ ପ୍ରୋତ୍ସାହନ ଯୋଗାଣର ମଧ୍ୟ ପ୍ରାବଧାନ କରାଯାଇଛି ।ଏହାତିରିକ୍ତ, ପ୍ରତିବର୍ଷ ୧,୫୦୦ ମେଗାୱାଟ ଇଲେକ୍ଟ୍ରୋଲାଇଜର ବିନିର୍ମାଣ କ୍ଷମତାରସ୍ଥାପନା ନିମନ୍ତେ ମଧ୍ୟ ଟେଣ୍ଡର ଡକାଯାଇଛି ଯେଉଁଥିରେ ବ୍ୟାପକ ମାତ୍ରାରେ ସବୁଜହାଇଡ୍ରୋଜେନ୍ ଉତ୍ପାଦନ କରିବା ସକାଶେ ଭାରତର କ୍ଷମତାକୁ ଆହୁରି ପ୍ରୋତ୍ସାହନମିଳିବ ।

 

SS/DD



(Release ID: 2020839) Visitor Counter : 27