ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ନାଗରିକତା (ସଂଶୋଧନ) ନିୟମ, ୨୦୨୪ ର ବିଜ୍ଞପ୍ତି ଜାରି ହେବା ପରେ ନାଗରିକତ୍ୱ ପ୍ରମାଣପତ୍ରର ପ୍ରଥମ ଶୃଙ୍ଖଳା ଜାରି


କେନ୍ଦ୍ର ଗୃହ ସଚିବ ଆଜି ନୂଆଦିଲ୍ଲୀର କିଛି ଆବେଦନକାରୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି

Posted On: 15 MAY 2024 5:19PM by PIB Bhubaneshwar

ନାଗରିକତା (ସଂଶୋଧନ) ନିୟମ, ୨୦୨୪ ର ବିଜ୍ଞପ୍ତି ପରେ ନାଗରିକତ୍ୱ ପ୍ରମାଣପତ୍ରର ପ୍ରଥମ ଶୃଙ୍ଖଳା ଆଜି ଜାରି କରାଯାଇଛି । କେନ୍ଦ୍ର ଗୃହ ସଚିବ ଶ୍ରୀ ଅଜୟ କୁମାର ଭଲ୍ଲା ଆଜି ନୂଆଦିଲ୍ଲୀର କିଛି ଆବେଦନକାରୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଗୃହ ସଚିବ ଆବେଦନକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ନାଗରିକତା (ସଂଶୋଧନ) ନିୟମ, ୨୦୨୪ ର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ଉପରେ ଆଲୋକପାତ କରିଥିଲେ । ଏହି ଆଲୋଚନା ଚକ୍ରରେ ଡାକ ସଚିବ, ନିର୍ଦ୍ଦେଶକ (ଆଇବି), ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । 

ଭାରତ ସରକାର ୧୧ ମାର୍ଚ୍ଚ ୨୦୨୪ରେ ନାଗରିକତା ସଂଶୋଧନ ନିୟମ, ୨୦୨୪ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି ନିୟମରେ ଆବେଦନ ଫର୍ମର ପଦ୍ଧତି, ଜିଲ୍ଲାସ୍ତରୀୟ କମିଟି (ଡିଏଲସି) ଦ୍ୱାରା ଆବେଦନ ପ୍ରକ୍ରିୟା ଏବଂ ରାଜ୍ୟସ୍ତରୀୟ କ୍ଷମତାପ୍ରାପ୍ତ କମିଟି (ଇସି) ଦ୍ୱାରା ନାଗରିକତା ଯାଞ୍ଚ ଏବଂ ଅନୁମତି ପ୍ରଦାନ ବିଷୟରେ ଉଲ୍ଲେଖ କରାଯାଇଛି । ଏହି ନିୟମ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଠାରୁ ଯେଉଁମାନେ ଧର୍ମ ଆଧାରରେ ନିର୍ଯାତନା କାରଣରୁ କିମ୍ବା ଏଭଳି ନିର୍ଯାତନାର ଭୟରେ ୩୧.୧୨.୨୦୧୪ ପର୍ଯ୍ୟନ୍ତ ଭାରତରେ ପ୍ରବେଶ କରିଛନ୍ତି ସେମାନଙ୍କ ଠାରୁ ଆବେଦନ ଗ୍ରହଣ କରାଯାଇଛି ।

ପଦନାମିତ ଅଧିକାରୀମାନଙ୍କ ରୂପରେ ବରିଷ୍ଠ ଡାକ ଅଧୀକ୍ଷକ/ଡାକ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି (ଡିଏଲ୍‌ସି) ଦସ୍ତାବିଜର ସଫଳ ଯାଞ୍ଚ କରି ଆବେଦନକାରୀମାନଙ୍କ ପ୍ରତି ନିଷ୍ଠାର ଶପଥ ପାଠ କରାଇଛନ୍ତି । ନିୟମ ଅନୁଯାୟୀ ପ୍ରକ୍ରିୟାକରଣ କରିବା ପରେ ଡିଏଲସିଗୁଡ଼ିକ ନିର୍ଦ୍ଦେଶକ (ଜନଗଣନା ସଂଚାଳନ) ଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟସ୍ତରୀୟ କ୍ଷମତାପ୍ରାପ୍ତ କମିଟିକୁ ଆବେଦନଗୁଡ଼ିକୁ ପଠାଇଛନ୍ତି । ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ କରାଯାଇଥାଏ ।

ନିର୍ଦ୍ଦେଶକ (ଜନଗଣନା ସଂଚାଳନ) , ଦିଲ୍ଲୀଙ୍କ ଅଧ୍ୟକ୍ଷତାରେ ଗଠିତ ଅଧିକାରପ୍ରାପ୍ତ କମିଟି ଉଚିତ ଯାଞ୍ଚ ପରେ ୧୪ ଜଣ ଆବେଦନକାରୀଙ୍କୁ ନାଗରିକତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି । ସେହି ଅନୁଯାୟୀ ନିର୍ଦ୍ଦେଶକ (ଜନଗଣନା ସଂଚାଳନ) ଏହି ଆବେଦନକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

*****

SSP/Swadhin/PIB Bhubaneswar 



(Release ID: 2020752) Visitor Counter : 82