ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ପଦ୍ମ ପୁରସ୍କାର - ୨୦୨୫ ପାଇଁ ନାମାଙ୍କନ ଆରମ୍ଭ

Posted On: 01 MAY 2024 5:20PM by PIB Bhubaneshwar

ସାଧାରଣତନ୍ତ୍ର ଦିବସ, ୨୦୨୫ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର୨୦୨୫ ପାଇଁ ଆଜି ଠାରୁ ଅନଲାଇନ୍ ନାମାଙ୍କନ / ସୁପାରିସ ଆରମ୍ଭ ହୋଇଛି । ପଦ୍ମପୁରସ୍କାର ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ୨୦୨୪ ସେପ୍ଟେମ୍ବର ୧୫  ରହିଛି। ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in)ରେ ପଦ୍ମ ପୁରସ୍କାରପାଇଁ ନାମାଙ୍କନ /ସୁପାରିସ ଅନଲାଇନରେ ଗ୍ରହଣ କରାଯିବ ।

ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଭଳି ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚବେସାମରିକ ପୁରସ୍କାରଗୁଡିକ ମଧ୍ୟରୁ ଅନ୍ୟତମ । ୧୯୫୪ ମସିହାରେ ପ୍ରତିଷ୍ଠିତ ଏହିପୁରସ୍କାର ପ୍ରତି ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଏ ।  କଳା, ସାହିତ୍ୟ ଓ ଶିକ୍ଷା, କ୍ରୀଡ଼ା, ଔଷଧ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଓ ଇଞ୍ଜିନିୟରିଂ, ଜନବ୍ୟାପାର, ଲୋକ ସେବା, ବାଣିଜ୍ୟ ଓ ଉଦ୍ୟୋଗ ଇତ୍ୟାଦି ସମସ୍ତ କ୍ଷେତ୍ର / ବିଭାଗରେଉଲ୍ଲେଖନୀୟ ଓ ଅସାଧାରଣ ସଫଳତା /ସେବା ପାଇଁ ଏହି ପୁରସ୍କାର ପ୍ରଦାନକରାଯାଇଥାଏ । ଜାତି, ବୃତ୍ତି, ପଦବୀ କିମ୍ବା ଲିଙ୍ଗ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ଏହିପୁରସ୍କାର ପାଇଁ ଯୋଗ୍ୟ ଅଟନ୍ତି । ଡାକ୍ତର ଓ ବୈଜ୍ଞାନିକଙ୍କ ବ୍ୟତୀତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀମାନେ ପଦ୍ମ ପୁରସ୍କାରପାଇବାକୁ ଯୋଗ୍ୟ ହୋଇ ନଥାନ୍ତି ।

ପଦ୍ମ ପୁରସ୍କାରକୁ 'ପିପୁଲ୍ସ ପଦ୍ମ' ରେ ପରିଣତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ।  ତେଣୁ ସମସ୍ତ ନାଗରିକଙ୍କୁ ସ୍ୱୟଂ ନାମାଙ୍କନ ସମେତ ନାମାଙ୍କନ / ସୁପାରିସକରିବାକୁ ଅନୁରୋଧ କରାଯାଇଛି । ଏହା ଦ୍ୱାରା ମହିଳା, ସମାଜର ଦୁର୍ବଳ ବର୍ଗ, ଅନୁସୂଚିତ ଜାତି ଓ ଜନଜାତି, ଦିବ୍ୟାଙ୍ଗ ବ୍ୟକ୍ତି ଓ ସମାଜ ପାଇଁ ନିଃସ୍ୱାର୍ଥପର ସେବାକରୁଥିବା ପ୍ରତିଭାସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରିବା ପାଇଁ ମିଳିତ ପ୍ରୟାସକରାଯାଇପାରିବ ।

ନାମାଙ୍କନ /ସୁପାରିସ ଗୁଡ଼ିକରେ ଉପରୋକ୍ତ ପୋର୍ଟାଲରେ ଉପଲବ୍ଧ ଫର୍ମାଟରେନିର୍ଦ୍ଦିଷ୍ଟ ସମସ୍ତ ପ୍ରାସଙ୍ଗିକ ବିବରଣୀ ରହିବା ଉଚିତ, ଯେଉଁଥିରେ ବର୍ଣ୍ଣନାତ୍ମକ ଭାବେଏକ ଉଦ୍ଧୃତି (ସର୍ବାଧିକ ୮୦୦ ଶବ୍ଦ) ଅନ୍ତର୍ଭୁକ୍ତ ହେବା ଆବଶ୍ୟକ, ଯାହା ନିଜ ନିଜକ୍ଷେତ୍ର/ ଶୃଙ୍ଖଳାରେ ସୁପାରିସ କରାଯାଇଥିବା ବ୍ୟକ୍ତିଙ୍କ ଉଲ୍ଲେଖନୀୟ ଏବଂଅସାଧାରଣ ଉପଲବ୍ଧି /ସେବାକୁ ସ୍ପଷ୍ଟ ଭାବରେ ଦର୍ଶାଇଥାଏ ।

ଗୃହ ମନ୍ତ୍ରଣାଳୟ ୱେବସାଇଟ୍ (https://mha.gov.in)ର 'ଆୱାର୍ଡସ ଆଣ୍ଡମେଡାଲ୍ସ' ଶୀର୍ଷକ ଅଧୀନରେ ଏବଂ ପଦ୍ମ ପୁରସ୍କାର ପୋର୍ଟାଲ(https://padmaawards.gov.in) ରେ ମଧ୍ୟ ଏ ସଂକ୍ରାନ୍ତ ବିବରଣୀ ଉପଲବ୍ଧରହିଛି । ଏହି ପୁରସ୍କାର ସମ୍ବନ୍ଧୀୟ ଆଇନ ଏବଂ ନିୟମଗୁଡିକ ୱେବସାଇଟରେhttps://padmaawards.gov.in/AboutAwards.aspx  ଲିଙ୍କରେ ଉପଲବ୍ଧ । 

*****

SSP


 

 



(Release ID: 2019382) Visitor Counter : 77