ଯୋଗାଯୋଗ ମନ୍ତ୍ରଣାଳୟ

ଦୂରସଞ୍ଚାର ବିଭାଗର ନାଁ ନେଇ ଲୋକଙ୍କୁ ମୋବାଇଲ ନମ୍ବର ବନ୍ଦ କରିବା ଲାଗି ଧମକ ଦେଉଥିବା କଲ୍‌ ସମ୍ପର୍କରେ ମାର୍ଗଦର୍ଶିକା ଜାରି କଲେ ସରକାର


ସରକାରୀ ଅଧିକାରୀଙ୍କ ପରିଚୟ ଦେଇ ବିଦେଶୀ ମୋବାଇଲ ନମ୍ବର (ଯେପରିକି +୯୨-xxxxxxx) ରୁ ହ୍ୱାଟ୍ସଆପ୍‌ କଲ୍‌ ମୋବାଇଲ ନମ୍ବରର ଦୂରୁପଯୋଗ କରିବା ସମ୍ପର୍କରେ ସତର୍କ କଲେ

ସଂଚାର ସାଥୀ ପୋର୍ଟାଲର ‘ଚକ୍ଷୁ-ସନ୍ଦିଗ୍ଧ ଜାଲ ଯୋଗାଯୋଗ ସମ୍ପର୍କରେ ରିପୋର୍ଟ କରିବା’ ସୁବିଧାରେ ଏଭଳି ଠକେଇ ସମ୍ପର୍କରେ ଜଣାଇବାକୁ ନାଗରିକମାନଙ୍କୁ ଦେଲେ ପରାମର୍ଶ

Posted On: 29 MAR 2024 9:46AM by PIB Bhubaneshwar

ଦେଶରେ ନାଗରିକମାନଙ୍କୁ ଏପରି କେତେକ କଲ୍ ଆସୁଛି ଯେଉଁଥିରେ ଦୂରସଞ୍ଚାର ବିଭାଗ ନାମରେ କଲ୍ କରୁଥିବା ବ୍ୟକ୍ତିମାନେ ସେମାନଙ୍କର ସମସ୍ତ ମୋବାଇଲ୍ ନମ୍ବର ବନ୍ଦ ହୋଇଯିବ ବୋଲି ଧମକ ଦେଉଛନ୍ତି କିମ୍ବା କିଛି ବେଆଇନ କାର୍ଯ୍ୟରେ ସେମାନଙ୍କ ମୋବାଇଲ୍ ନମ୍ବରର ଅପବ୍ୟବହାର କରାଯାଉଛି ବୋଲି କହୁଛନ୍ତି । ଏଭଳି କଲ ପ୍ରତି ସତର୍କ ରହିବା ପାଇଁ ଯୋଗାଯୋଗ ମନ୍ତ୍ରଣାଳୟର ଦୂରସଂଚାର ବିଭାଗ (ଡିଓଟି) ନାଗରିକମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରି କହିଛି । ବିଦେଶୀ ମୋବାଇଲ ନମ୍ବର (ଯେପରିକି +୯୨-xxxxx)ରୁ ହ୍ଵାଟ୍ସଆପ୍ କଲ୍ କରି ସରକାରୀ ଅଧିକାରୀଙ୍କ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ନେଇ ନେଇ ମଧ୍ୟ ଦୂରସଞ୍ଚାର ବିଭାଗ ମାର୍ଗଦର୍ଶିକା ଜାରି କରି ସତର୍କ କରାଇ ଦେଇଛି।

ସାଇବର ଅପରାଧୀମାନେ ଏଭଳି କଲ୍ ମାଧ୍ୟମରେ ବ୍ୟକ୍ତିଗତ ତଥ୍ୟ ଚୋରି କରି ସାଇବର ଅପରାଧ/ଆର୍ଥିକ ଠକେଇ କରିବାକୁ ଚେଷ୍ଟା କରିଥାନ୍ତି। ଦୂରସଞ୍ଚାର ବିଭାଗ ନିଜ ତରଫରୁ କାହାକୁ ଏଭଳି କଲ୍ କରିବାକୁ ଅଧିକାର ଦେଇନାହିଁ ଏବଂ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ଏଭଳି କଲ୍ ପାଇବା ପରେ କୌଣସି ସୂଚନା ପ୍ରଦାନ ନକରିବାକୁ ଦୂରସଞ୍ଚାର ବିଭାଗ ନାଗରିକଙ୍କୁ ସତର୍କ କରାଇ ଦେଇଛି ।

ଏଭଳି ଠକେଇ ସମ୍ପର୍କରେ ସଂଚାର ସାଥୀ ପୋର୍ଟାଲ (www.sancharsaathi.gov.in)ର 'ଚକ୍ଷୁ- ସନ୍ଦିଗ୍ଧ ଠକେଇ ଯୋଗାଯୋଗ ସମ୍ପର୍କରେ ରିପୋର୍ଟ’ କେନ୍ଦ୍ରରେ ଅଭିଯୋଗ ଦାଖଲ କରିବାକୁ ଦୂରସଞ୍ଚାର ବିଭାଗ ନାଗରିକମାନଙ୍କୁ ପରାମର୍ଶ ଦେଇଛି। ଏଭଳି ସକ୍ରିୟ ଅଭିଯୋଗ ଦାଖଲ ଦ୍ୱାରା ସାଇବର ଅପରାଧ, ଆର୍ଥିକ ଠକେଇ ଇତ୍ୟାଦି ପାଇଁ ଟେଲିକମ୍ ସମ୍ବଳର ଅପବ୍ୟବହାର ରୋକିବାରେ ଡିଓଟିକୁ ସାହାଯ୍ୟ କରିବ ।

ଏହାବ୍ୟତୀତ ନାଗରିକମାନେ ସଂଚାର ସାଥୀ ପୋର୍ଟାଲ (www.sancharsaathi.gov.in) ର 'ନୋ ୟୋର ମୋବାଇଲ୍ କନେକ୍ସନ' ସୁବିଧାରେ ନିଜ ନାମରେ ଥିବା ମୋବାଇଲ ସଂଯୋଗ ଯାଞ୍ଚ କରିପାରିବେ ଏବଂ ସେମାନଙ୍କ ଦ୍ୱାରା ନିଆଯାଇଥିବା କିମ୍ବା ଆବଶ୍ୟକ ନଥିବା କୌଣସି ମୋବାଇଲ୍ ସଂଯୋଗ ବିଷୟରେ ରିପୋର୍ଟ କରିପାରିବେ।

ସାଇବର କ୍ରାଇମ ହେଲ୍ପଲାଇନ ନମ୍ବର ୧୯୩୦ରେ ରିପୋର୍ଟ କରିବା କିମ୍ବା ସାଇବର କ୍ରାଇମ କିମ୍ବା ଆର୍ଥିକ ଠକେଇର ଶିକାର ହେଲେ www.cybercrime.gov.inକରିବାକୁ ଡିଓଟି ନାଗରିକମାନଙ୍କୁ ପରାମର୍ଶ ଦେଇଛି।

 

*********

P.S/Swadhin



(Release ID: 2016640) Visitor Counter : 70