କ୍ୟାବିନେଟ

ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଭାରତ ଓ ଭୁଟାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ

Posted On: 13 MAR 2024 3:28PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଭୁଟାନ ଖାଦ୍ୟ ଓ ଔଷଧ ପ୍ରାଧିକରଣ (ବିଏଫ୍‌ଡିଏ), ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ରୟାଲ ଗଭର୍ଣ୍ଣମେଣ୍ଟ ଏବଂ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ମଧ୍ୟରେ ହୋଇଥିବା ବୁଝାମଣାପତ୍ର ସ୍ୱାକ୍ଷରକୁ ଅନୁମୋଦନ ମିଳିଛି ।

ଭୁଟାନ ଖାଦ୍ୟ ଓ ଔଷଧ ପ୍ରାଧିକରଣ (ବିଏଫ୍‌ଡିଏ), ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ରୟାଲ ଗଭର୍ଣ୍ଣମେଣ୍ଟ ଅଫ୍ ଭୁଟାନ ଏବଂ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହେବା ଦ୍ୱାରା ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବାଣିଜ୍ୟ ସହଜ ହେବ । ଭାରତକୁ ଉତ୍ପାଦ ରପ୍ତାନି କରିବା ସମୟରେ ଏଫଏସଏସଏଆଇ ଦ୍ୱାରା ନିର୍ଦ୍ଧାରିତ ଆବଶ୍ୟକତା ଅନୁପାଳନର ପ୍ରମାଣ ଭାବରେ ବିଏଫ୍‌ଡିଏ ଏକ ସ୍ୱାସ୍ଥ୍ୟ ପ୍ରମାଣପତ୍ର ଜାରି କରିବ । ଏହା ଦ୍ୱାରା ଇଜ ଅଫ୍ ଡୁଇଂ ବିଜନେସ୍ (ବ୍ୟବସାୟରେ ସହଜତା) କୁ ପ୍ରୋତ୍ସାହନ ମିଳିବ ଏବଂ ଉଭୟ ପକ୍ଷର ଅନୁପାଳନ ଖର୍ଚ୍ଚ ହ୍ରାସ ପାଇବ ।

***********

SSP

 



(Release ID: 2014398) Visitor Counter : 48