ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଲ୍‌ ଗେଟ୍ସଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 02 MAR 2024 2:22PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରିବାର ବିଲ୍ ଗେଟ୍ସଙ୍କ ଅଭିଜ୍ଞତା ଉପରେ ମନ୍ତବ୍ୟ ଦେଇଛନ୍ତି । ଆଗାମୀ ଦିନରେ ସମଗ୍ର ବିଶ୍ୱର ଲୋକଙ୍କୁ ଏଠାକୁ ଆସିବାକୁ ଶ୍ରୀ ମୋଦୀ ଅନୁରୋଧ କରିଛନ୍ତି।

ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ ପରେ ଶ୍ରୀ ବିଲ୍ ଗେଟ୍ସ ଏକ ଟ୍ବିଟର ପୋଷ୍ଟରେ କହିଛନ୍ତି ଯେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଏକ ଇଞ୍ଜିନିୟରିଂ ଚମତ୍କାର ଏବଂ ସର୍ଦ୍ଦାର ପଟେଲଙ୍କ ପ୍ରତି ଏକ ମହାନ ଶ୍ରଦ୍ଧାଞ୍ଜଳି। ଏହା ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ, ବିଶେଷ କରି ମହିଳାମାନଙ୍କ ପାଇଁ ଆର୍ଥିକ ସୁଯୋଗ ସୃଷ୍ଟି କରୁଥିବାରୁ ସେ ଆନନ୍ଦିତ ବୋଲି କହିଛନ୍ତି।

ଶ୍ରୀ ବିଲ୍ ଗେଟ୍ସଙ୍କ ଟ୍ବିଟର ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;

"ଏହା ଦେଖି ଖୁସି ଲାଗୁଛି ! 'ଷ୍ଟାଚ୍ୟୁ ଅଫ୍ ୟୁନିଟି'ରେ ଆପଣ ନିଜ ଅନୁଭୂତିକୁ ଉପଭୋଗ କରିଥିବାରୁ ଆନନ୍ଦିତ। ମୁଁ ସମଗ୍ର ବିଶ୍ୱର ଲୋକଙ୍କୁ ଅନୁରୋଧ କରୁଛି ଯେ ଆଗାମୀ ଦିନରେ ଏହାକୁ ପରିଦର୍ଶନ କରନ୍ତୁ । @BillGates"

 

BS


(ରିଲିଜ ଆଡି: 2011290) ପରିଦର୍ଶକ କାଉଣ୍ଟର : 62