ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମୋ ହୃଦୟରେ ରାଜକୋଟ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି: ପ୍ରଧାନମନ୍ତ୍ରୀ
Posted On:
24 FEB 2024 6:59PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜକୋଟ ସହ ତାଙ୍କ ପୁରୁଣା ସମ୍ପର୍କକୁ ମନେପକାଇ ପୂର୍ବରୁ କରିଥିବା ଏକ ପୋଷ୍ଟକୁ ଏକ୍ସରେ ସେୟାର କରିଛନ୍ତି ।
ଏହି ପୋଷ୍ଟ ଏକ ବିଶେଷ ମୂହୁର୍ତ୍ତକୁ ମନେପକାଇଥାଏ, ଯେତେବେଳେ ଠିକ୍ ୨୨ ବର୍ଷ ତଳେ ୨୦୦୨ ଫେବ୍ରୁଆରୀ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ବିଧାୟକ ଭାବେ ଗୁଜରାଟ ବିଧାନସଭାକୁ ଯାଇଥିଲେ ଏବଂ ରାଜକୋଟ-୨ ବିଧାନସଭା ନିର୍ବାଚନମଣ୍ଡଳୀରୁ ଏକ ଉପନିର୍ବାଚନ ଜିତିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ରାଜକୋଟ ପାଇଁ ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ସହରର ଲୋକେ ହିଁ ମୋତେ ଭରସା କରିଥିଲେ ଏବଂ ମୋତେ ପ୍ରଥମ ଥର ନିର୍ବାଚନରେ ଜିତାଇଥିଲେ । ସେତେବେଳେ ମୁଁ ସବୁବେଳେ ଜନତା ଜନାର୍ଦ୍ଦନଙ୍କ ଆକାଂକ୍ଷା ସହ ନ୍ୟାୟ କରିବା ପାଇଁ କାମ କରିଛି । ଏହା ଏକ ସୁଖଦ ସଂଯୋଗ ଯେ ମୁଁ ଆଜି ଏବଂ କାଲି ଗୁଜରାଟରେ ରହିବି । ଏଠାରେ ଏକ କାର୍ଯ୍ୟକ୍ରମରେ ଦେଶ ପାଇଁ ୫ଟି ଏମ୍ସର ଉଦ୍ଘାଟନ କରାଯିବ ।’
SR
(Release ID: 2009076)
Visitor Counter : 89
Read this release in:
Kannada
,
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam