ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ କାଶୀରେ ଶିବପୁର-ଫୁଲୱାରିଆ-ଲାହାର୍ତାରା ମାର୍ଗ ନିରୀକ୍ଷଣ କଲେ ପ୍ରଧାନମନ୍ତ୍ରୀ

Posted On: 23 FEB 2024 8:39AM by PIB Bhubaneshwar

ଗୁଜରାଟରେ ବ୍ୟସ୍ତବହୁଳ ଦିନ ପରେ ବାରାଣସୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ଗୁରୁବାର ରାତି ପ୍ରାୟ ୧୧ଟାରେ ଶିବପୁର-ଫୁଲୱାରିଆ-ଲାହର୍ତାରା ମାର୍ଗ ନିରୀକ୍ଷଣ କରିବାକୁ ଯାଇଥିଲେ ।

 

ନିକଟରେ ଏହାର ଉଦ୍‌ଘାଟନ ହୋଇଥିଲା । ଏହା ଦକ୍ଷିଣ ଭାଗ, ବିଏଚ୍‌ୟୁ, ବିଏଲ୍‌ଡବ୍ଲ୍ୟୁ ଆଦିର ଆଖପାଖରେ ରହୁଥିବା ପ୍ରାୟ ୫ ଲକ୍ଷ ଲୋକଙ୍କ ପାଇଁ ବିମାନବନ୍ଦର, ଲକ୍ଷ୍ନୌ, ଆଜମଗଡ଼ ଏବଂ ଗାଜିପୁର ଆଡ଼କୁ ଯିବାରେ ବେଶ୍ ସହାୟକ ହୋଇଥାଏ ।

 

ଏହା ୩୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଟ୍ରାଫିକ୍ ସମସ୍ୟାକୁ ହ୍ରାସ କରିବାରେ ଏହା ସହାୟକ ହେଉଛି । ଏହା ବିଏଚ୍‌ୟୁରୁ ବିମାନବନ୍ଦର ଆଡ଼କୁ ଯାତ୍ରା ଦୂରତାକୁ ୭୫ ମିନିଟ୍‌ରୁ ୪୫ ମିନିଟ୍‌କୁ ହ୍ରାସ କରୁଛି । ସେହିପରି ଏହା ଲାହର୍ତାରାରୁ କଚ୍‌ହାରି ପର୍ଯ୍ୟନ୍ତ ରାସ୍ତା ଦୂରତାକୁ ୩୦ ମିନିଟ୍‌ରୁ ୧୫ ମିନିଟ୍‌କୁ ହ୍ରାସ କରୁଛି ।

 

ଏହି ପ୍ରକଳ୍ପରେ ବାରାଣସୀର ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ରେଲୱେ ଏବଂ ପ୍ରତିରକ୍ଷା ସମେତ ଆନ୍ତଃମନ୍ତ୍ରଣାଳୟ ସମନ୍ୱୟ ଦେଖିବାକୁ ଦେଖିବାକୁ ମିଳିଛି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

କାଶୀରେ ପହଞ୍ଚିବା ପରେ ଶିବପୁର-ଫୁଲୱାରିଆ-ଲାହର୍ତରା ମାର୍ଗ ଦେଖିଥିଲି । ଏହି ପ୍ରକଳ୍ପ ନିକଟରେ ଉଦ୍‌ଘାଟିତ ହୋଇଥିଲା ଏବଂ ସହରର ଦକ୍ଷିଣ ଭାଗରେ ଥିବା ଲୋକଙ୍କ ପାଇଁ ଏହା ବେଶ୍ ସହାୟକ ହୋଇଛି ।

 

 SR



(Release ID: 2008430) Visitor Counter : 45