ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରସିଦ୍ଧ ରେଡିଓ ଉପସ୍ଥାପକ ଅମୀନ ସୟାନିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 21 FEB 2024 1:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ର ନରେନ୍ଦ୍ର ମୋଦୀ ପ୍ରସିଦ୍ଧ ରେଡିଓ ଉପସ୍ଥାପକ ଅମୀନ ସୟାନିଙ୍କ ପରଲୋକରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଅମୀନ ସୟାନି ଜୀ ଭାରତୀୟ ପ୍ରସାରଣରେ କ୍ରାନ୍ତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ଏବଂ ନିଜ କାମ ମାଧ୍ୟମରେ ନିଜ ଶ୍ରୋତାଙ୍କ ସହ ଏକ ବିଶେଷ ସମ୍ପର୍କ ଗଢ଼ିଥିଲେ ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଏୟାର ୱେଭ୍‌ସରେ ଶ୍ରୀ ଅମୀନ ସୟାନି ଜୀଙ୍କ ସ୍ୱର୍ଣ୍ଣିମ ସ୍ୱରରେ ଏପରି ଆକର୍ଷଣ ଏବଂ ଯାଦୁ ଥିଲା ଯାହା ତାଙ୍କୁ ପିଢ଼ି ପରେ ପିଢ଼ି ଲୋକଙ୍କ ପ୍ରିୟ ବନାଇଦେଇଛି । ନିଜ କାମ ମାଧ୍ୟମରେ ସେ ଭାରତୀୟ ପ୍ରସାରଣରେ କ୍ରାନ୍ତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ୍‌ଥିଲେ ଏବଂ ନିଜ ଶ୍ରୋତାଙ୍କ ସହ ଏକ ବିଶେଷ ସମ୍ପର୍କ ବିକଶିତ କରିଥିଲେ । ତାଙ୍କ ଦେହାନ୍ତରେ ଦୁଃଖିତ । ତାଙ୍କ ପରିବାର, ପ୍ରଶଂସକ ଏବଂ ସମସ୍ତ ରେଡିଓ ପ୍ରେମୀଙ୍କୁ ସମବେଦନା । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।’

 

 SR



(Release ID: 2007944) Visitor Counter : 61