ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତାମିଲନାଡ଼ୁର ବିରୁଦ୍ଧନଗର ଜିଲ୍ଲାରେ ଏକ ବାଣ କାରଖାନାରେ ଦୁର୍ଘଟଣା ଯୋଗୁ ଜୀବନହାନିରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ଅନୁକମ୍ପାରାଶି ସହାୟତା ଘୋଷଣା

Posted On: 17 FEB 2024 7:20PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁର ବିରୁଦ୍ଧନଗର ଜିଲ୍ଲାରେ ଏକ ବାଣ କାରଖାନାରେ ଦୁର୍ଘଟଣା ଯୋଗୁ ଜୀବନହାନିରେ ଶୋକ ବ୍ୟକ୍ତ କରିଛନ୍ତି । ଆହତମାନେ ଶୀଘ୍ର ସୁସ୍ଥ ହେବାକୁ ଶ୍ରୀ ମୋଦୀ କାମନା କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ମୃତକଙ୍କ  ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଏବଂ ଆହତ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:

 

‘ବିରୁଦ୍ଧନଗର ଜିଲ୍ଲାର ଏକ ବାଣ କାରଖାନାରେ ଦୁର୍ଘଟଣା ବାବଦରେ ଜାଣି ବେଶ୍ ଦୁଃଖିତ । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ଏହି କଠିନ ସମୟରେ ସମବେଦନା ଜଣାଉଛି । ଆହତ ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛି ।

 

‘ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ମୃତକଙ୍କ  ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଏବଂ ଆହତ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ: ପ୍ରଧାନମନ୍ତ୍ରୀ’

 

 

SR


(Release ID: 2006989)