ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କାତାରର ଦୋହାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

Posted On: 15 FEB 2024 1:30AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାତାର ଗସ୍ତରେ ଯାଇ ଦୋହାରେ ପହଞ୍ଚିଛନ୍ତି । କାତାରକୁ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ଗସ୍ତ । ସେ ୨୦୧୬ ଜୁନରେ ପ୍ରଥମେ କାତାର ଯାଇଥିଲେ ।

 

ପ୍ରଧାନମନ୍ତ୍ରୀଙ୍କୁୁ ବିମାନବନ୍ଦରରେ ବିଦେଶ ମନ୍ତ୍ରୀ ଶ୍ରୀ ସୁଲତାନ ବିନ୍ ସାଦ୍ ଅଲ୍‌-ମୁରାଇଖି ସ୍ୱାଗତ କରିଥିଲେ ।

 

ତାଙ୍କ ଦୁଇଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଆଜି ରାତିରେ କାତାର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲରେହମାନ ଅଲ୍ ଥାନିଙ୍କ ସହ ରାତ୍ରି ଭୋଜନରେ ଯୋଗଦେବେ । ଫେବ୍ରୁଆରୀ ୧୫ରେ ପ୍ରଧାନମନ୍ତ୍ରୀ କତାରର ଅମୀର ଶେଖ ତାମିମ୍ ବିନ୍ ହମାଦ୍ ଅଲ୍ ଥାନିଙ୍କୁ ଭେଟି ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିବେ ।

 

SR



(Release ID: 2006169) Visitor Counter : 72