ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୨୦୨୪ ଦୁବାଇ ବିଶ୍ୱ ସରକାର ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମାଡାଗାସ୍କର ଗଣତନ୍ତ୍ରର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି

Posted On: 14 FEB 2024 2:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁବାଇ ଠାରେ ଆୟୋଜିତ ବିଶ୍ୱ ସରକାର ଶିଖର ସମ୍ମିଳନୀ ଅବସରରେ ମାଡାଗାସ୍କର ରାଷ୍ଟ୍ରପତି ମହାମହିମ ଶ୍ରୀ ଆଣ୍ଡ୍ରି ରାଜୋଲିନାଙ୍କୁ ସାକ୍ଷାତ କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ସାକ୍ଷାତ ।

ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ପ୍ରାଚୀନ ଭୌଗୋଳିକ ସମ୍ପର୍କକୁ ସ୍ୱୀକାର କରିଥିଲେ । ସେମାନେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବା ଉପରେ ଆଲୋଚନା କରିଥିଲେ ଏବଂ ଜାତିସଂଘ ସମେତ ବିଭିନ୍ନ ବହୁପକ୍ଷୀୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସହଯୋଗକୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଭାରତ - ମାଡାଗାସ୍କର ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଏବଂ ଭିଜନ ସାଗର – ସମ୍ପୃକ୍ତ ଅଞ୍ଚଳରେ ସମସ୍ତଙ୍କ ପାଇଁ ସୁରକ୍ଷା ଏବଂ ଅଭିବୃଦ୍ଧି ନିମନ୍ତେ ଭାରତର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ଭାରତ ମହାସାଗରୀୟ କ୍ଷେତ୍ରରେ ଏକ ବିକାଶଶୀଳ ରାଷ୍ଟ୍ର ଭାବରେ , ଭାରତ ମାଡାଗାସ୍କରର ବିକାଶ ଯାତ୍ରାରେ ଏକ ପ୍ରତିଶ୍ରୁତିବଦ୍ଧ ଅଂଶୀଦାର ରହିବ ବୋଲି ସେ ସୂଚନା ଦେଇଥିଲେ ।

***

SSP

 



(Release ID: 2006100) Visitor Counter : 54