ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦୁବାଇର ଶାସକ, ୟୁଏଇ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 14 FEB 2024 3:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଫେବୃଆରୀ 2024 ରେ ଦୁବାଇର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ୍ ମକ୍ତୁମଙ୍କୁ ଭେଟିଥିଲେ ।

ଉଭୟ ନେତା ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା, ମହାକାଶ, ଶିକ୍ଷା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିଥିଲେ । ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କରେ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ବ୍ୟାପକ ଅର୍ଥନୈତିକ ଭାଗିଦାରୀର ପ୍ରମୁଖ ଭୂମିକାକୁ ବିଶେଷ ଭାବରେ ସ୍ୱୀକାର କରିଥିଲେ । ଦ୍ୱିପାକ୍ଷିକ ପୁଞ୍ଜିନିବେଶ ଚୁକ୍ତି ସ୍ୱାକ୍ଷରକୁ ମଧ୍ୟ ସେମାନେ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ଦୁବାଇରେ ରହୁଥିବା ଭାରତୀୟ ସମ୍ପ୍ରଦାୟ ପ୍ରତି ଉଦାରତା ପାଇଁ ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକ୍ତୁମଙ୍କୁ ଧନ୍ୟବାଦ ଜଣାଇଥିଲେ । ବାଣିଜ୍ୟ, ସେବା ଏବଂ ପର୍ଯ୍ୟଟନ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ ହେବାରେ ଭାରତୀୟଙ୍କ ଅବଦାନକୁ ଉଭୟ ନେତା ସ୍ୱୀକାର କରିଥିଲେ ।

ଦୁବାଇରେ ଏକ ଭାରତୀୟ କମ୍ୟୁନିଟି ହସ୍ପିଟାଲ ପାଇଁ ଜମି ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ରସିଦଙ୍କୁ ପ୍ରଧାନମନ୍ତ୍ରୀ ଗଭୀର ପ୍ରଶଂସା କରିଥିଲେ ଯାହା ଭାରତୀୟ ବ୍ଲୁ-କଲାର ଶ୍ରମିକମାନଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ୍ ମକ୍ତୁମ୍ ଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ ।

 

BS



(Release ID: 2006099) Visitor Counter : 54