ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମଧ୍ୟପ୍ରଦେଶର ହର୍‌ଦାରେ ଏକ ବାଣ କାରଖାନାରେ ବିସ୍ଫୋରଣରେ ପ୍ରାଣହାନି ଯୋଗୁ ପ୍ରଧାନମନ୍ତ୍ରୀଙ୍କ ଶୋକ


ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ଅନୁକମ୍ପାମୂଳକ ରାଶି ଘୋଷଣା କଲେ

Posted On: 06 FEB 2024 5:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ହର୍‌ଦାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଯୋଗୁ ଲୋକଙ୍କ ଜୀବନହାନିରେ ଶୋକବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି ।

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:

 

‘ମଧ୍ୟପ୍ରଦେଶର ହରଦାରେ ଏକ ବାଣ କାରଖାନାରେ ଦୁର୍ଘଟଣା ଯୋଗୁ ଲୋକଙ୍କ ଜୀବନହାନିରେ ମୁଁ ବ୍ୟଥିତ । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ମୋର ସମବେଦନା । ଆହତ ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ପୀଡ଼ିତଙ୍କୁ ସବୁ ପ୍ରକାର ସହାୟତା ଯୋଗାଯାଉଛି ।

 

ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ ।’

 

SR


(Release ID: 2003460) Visitor Counter : 51