ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ନେଲେ ଶ୍ରୀ ସଞ୍ଜୟ ଜାଜୁ
प्रविष्टि तिथि:
05 FEB 2024 4:42PM by PIB Bhubaneswar
ଶ୍ରୀ ସଞ୍ଜୟ ଜାଜୁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୧୯୯୨ ବ୍ୟାଚ୍ ତେଲଙ୍ଗାନା କ୍ୟାଡରର ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ। ଆଜି ଶ୍ରୀ ଜାଜୁ ଦାୟିତ୍ୱ ଗ୍ରହଣ କରିବା ସମୟରେ ମନ୍ତ୍ରଣାଳୟର ପୂର୍ବତନ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର, ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ଗଣମାଧ୍ୟମ ବିଭାଗର ପଦାଧିକାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ।

ଏଥିପୂର୍ବରୁ ଶ୍ରୀ ଜାଜୁ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିଥିବା ବେଳେ ଅକ୍ଟୋବର ୨୦୧୪ରୁ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।
ସେ ୨୦୧୧ ମେ’ ଠାରୁ ୨୦୧୪ ଅକ୍ଟୋବର ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଇଲେକ୍ଟ୍ରୋନିକ୍ସ, ଆଇଟି ଓ ଯୋଗାଯୋଗ ବିଭାଗର ସଚିବ ଭାବେ କାର୍ଯ୍ୟରତ ଥିଲେ।


*****
P.S/Swadhin
(रिलीज़ आईडी: 2002655)
आगंतुक पटल : 136
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Nepali
,
Bengali-TR
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam