ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହିନ୍ଦୀ ଏବଂ ଓଡ଼ିଆ ସିନେମାର ପ୍ରଖ୍ୟାତ ବ୍ୟକ୍ତି ଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

Posted On: 03 FEB 2024 2:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀ ଏବଂ ଓଡ଼ିଆ ସିନେମାର ପ୍ରଖ୍ୟାତ ବ୍ୟକ୍ତିତ୍ୱ ଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଶ୍ରୀ ସାଧୁ ମେହେରଙ୍କ ବିୟୋଗ ଚଳଚ୍ଚିତ୍ର ଜଗତ ଓ ସାଂସ୍କୃତିକ ଐତିହ୍ୟ ପାଇଁ ଏକ ଅବର୍ଣ୍ଣନୀୟ କ୍ଷତି । ଉଭୟ ହିନ୍ଦୀ ଏବଂ ଓଡ଼ିଆ ସିନେମା କ୍ଷେତ୍ରର ଜଣେ ଦକ୍ଷ ବ୍ୟକ୍ତିତ୍ୱ ଶ୍ରୀ ମେହେରଙ୍କର ସିନେମାରେ ପ୍ରଦର୍ଶନ  ଓ ସିନେମା ପ୍ରତି ସମର୍ପଣ ଉଦାହରଣୀୟ ଥିଲା । ତାଙ୍କ ପରିବାର, ସହକର୍ମୀ ଏବଂ ପ୍ରଶଂସକ ମାନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି । ତାଙ୍କ ସ୍ମୃତିରେ ସେ ଛାଡି ଯାଇଥିବା ସମୃଦ୍ଧ କଳାତ୍ମକ ଐତିହ୍ୟକୁ ଆମେ ସ୍ମରଣ କରୁଛୁ । ଓମ୍ ଶାନ୍ତି ।“

***

SSP



 

 



(Release ID: 2002307) Visitor Counter : 48