ଅର୍ଥ ମନ୍ତ୍ରଣାଳୟ
ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ପାଇଁ ଟିକସ ହାର ବଜାୟ ରଖିବାକୁ ଅନ୍ତରୀଣ ବଜେଟରେ ପ୍ରସ୍ତାବ
ପ୍ରାୟ ୧ କୋଟି ଟିକସଦାତାଙ୍କୁ ଲାଭ ଦେବା ପାଇଁ କେତେକ ପ୍ରତ୍ୟକ୍ଷ ଟିକସ ଦାବି ପାଇଁ ଆଶ୍ୱସ୍ତି
ପୋଷ୍ଟ କରାଯିବା ଦିନାଙ୍କ:
01 FEB 2024 12:44PM by PIB Bhubaneswar
କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବା ଅବସରରେ କହିଛନ୍ତି, "ପରମ୍ପରା ଅନୁଯାୟୀ ମୁଁ ଟିକସ ସମ୍ବନ୍ଧୀୟ କୌଣସି ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଉନାହିଁ ଏବଂ ଆମଦାନୀ ଶୁଳ୍କ ସମେତ ପ୍ରତ୍ୟକ୍ଷ ଟିକସ ଏବଂ ପରୋକ୍ଷ ଟିକସ ପାଇଁ ସମାନ ଟିକସ ହାର ବଜାୟ ରଖିବାକୁ ପ୍ରସ୍ତାବ ଦେଉଛି।
ଟିକସରେ ନିରନ୍ତରତା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ସଭରେନ୍ ୱେଲ୍ଥ କିମ୍ବା ପେନସନ୍ ପାଣ୍ଠି ଦ୍ୱାରା ଷ୍ଟାର୍ଟଅପ୍ ଏବଂ ନିବେଶକୁ କେତେକ ଟିକସ ସୁବିଧା ପ୍ରଦାନ କରିବା ଏବଂ କିଛି ଆଇଏଫଏସସି ୟୁନିଟର ନିର୍ଦ୍ଦିଷ୍ଟ ଆୟ ଉପରେ ଟିକସ ଛାଡ଼କୁ ୩୧.୦୩.୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି।
ସରକାରଙ୍କ ଦୃଷ୍ଟିକୋଣ ଅନୁରୂପ ଜୀବନର ସୁଗମତା ଏବଂ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଟିକସ ସେବା ସୁବିଧାରେ ସଂସ୍କାରର ଘୋଷଣା କରାଯାଇଛି। ଅଧିକ ସଂଖ୍ୟାରେ ଅନେକ ଛୋଟ ଛୋଟ ଅଣ-ସତ୍ୟାପିତ, ଅଣ-ସମାୟୋଜିତ ବା ବିବାଦିତ ପ୍ରତ୍ୟକ୍ଷ କର ଦାବୀ ଅଡିଟରେ ବକେୟା ରହିଛି, ଏଥିରେ ଅନେକ ଦାବୀ ୧୯୬୨ରୁ ମଧ୍ୟ ପୁରୁଣା ଅଟେ। ଅର୍ଥ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ଯେ ଆର୍ଥିକ ବର୍ଷ ୨୦୧୯-୨୦ ପର୍ଯ୍ୟନ୍ତର ଅବଧି ସମ୍ବନ୍ଧିତତ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ବର୍ଷ ୨୦୧୦-୧୧ ରୁ ୨୦୧୪-୧୫ ସମ୍ବନ୍ଧିତ ୧୦,୦୦୦ ପର୍ଯ୍ୟନ୍ତ ଏପରି ବକେୟା କର ଦାବୀକୁ ଫେରସ୍ତ ନେବା ପାଇଁ ପ୍ରସ୍ତାବ କରିଛନ୍ତି, ଏହାଦ୍ବାରା ପ୍ରାୟ ଏକ କୋଟି ଟିକସଦାତା ଲାଭାନ୍ବିତ ହେବେ।
BS
(ରିଲିଜ ଆଡି: 2001994)
ପରିଦର୍ଶକ କାଉଣ୍ଟର : 172