ଅର୍ଥ ମନ୍ତ୍ରଣାଳୟ
ଅଧିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ
ନୂତନ ମେଡିକାଲ କଲେଜଗୁଡ଼ିକ ବିଭିନ୍ନ ବିଭାଗ ଅଧୀନରେ ଥିବା ଡାକ୍ତରଖାନା ଭିତ୍ତିଭୂମିକୁ ଉପଯୋଗ କରିବେ
ପୂର୍ବରୁ ରହିଥିବା ଡାକ୍ତରଖାନା ଗୁଡିକର ଭିତ୍ତିଭୂମି ଯାଞ୍ଚ ନିମନ୍ତେ ଏବଂ ମେଡିକାଲ କଲେଜ ଗୁଡ଼ିକର ସୁପାରିସ ପାଇଁ କମିଟି ଗଠନ କରାଯିବ
ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ସ୍ୱାସ୍ଥ୍ୟ ସେବା ପରିସରଭୁକ୍ତ କରାଯିବ
ପୋଷ୍ଟ କରାଯିବା ଦିନାଙ୍କ:
01 FEB 2024 12:44PM by PIB Bhubaneswar
ଯୁବ ଶକ୍ତି ଉପରେ ଗୁରୁତ୍ୱ ଦେବା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା ପାଇଁ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବା ଅବସରରେ ଅଧିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛନ୍ତି ।
ବିଭିନ୍ନ ବିଭାଗ ଅଧୀନରେ ଥିବା ଡାକ୍ତରଖାନା ଭିତ୍ତିଭୂମିକୁ ଉପଯୋଗ କରି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ । ଏଥିପାଇଁ ଏକ କମିଟି ଗଠନ କରାଯାଇ ସମସ୍ୟାର ଅନୁଧ୍ୟାନ କରାଯାଇ ପ୍ରାସଙ୍ଗିକ ସୁପାରିସ କରାଯିବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଥିଲେ । ଏହି ପଦକ୍ଷେପ କେବଳ ଯୁବକମାନଙ୍କ ପାଇଁ ଡାକ୍ତର ହେବାର ସୁଯୋଗ ସୃଷ୍ଟି କରିବ ନାହିଁ ବରଂ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବ ବୋଲି ସେ ପ୍ରକାଶ କରିଥିଲେ ।
ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରସ୍ତାବ ଦେଇଛନ୍ତି ଯେ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ମାନଙ୍କୁ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ।
*****
SSP
(ରିଲିଜ ଆଡି: 2001579)
ପରିଦର୍ଶକ କାଉଣ୍ଟର : 128
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam