ଅର୍ଥ ମନ୍ତ୍ରଣାଳୟ

'ନାରୀ ଶକ୍ତି' ଏବେ କେନ୍ଦ୍ର ବିନ୍ଦୁ ପାଲଟିଛି; ଗର୍ଭାଶୟ କର୍କଟ ରୋକିବା ପାଇଁ ଟିକାକରଣ ସମ୍ପର୍କରେ ଘୋଷଣା କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ


ମାତୃ ଓ ଶିଶୁ ଯତ୍ନ ପାଇଁ ବିଭିନ୍ନ ଯୋଜନା ମଧ୍ୟରେ ସମନ୍ୱୟ ଆଣିବେ ସରକାର

ଡିଜିଟାଲ ଇଣ୍ଡିଆ ଅଭିଯାନକୁ ଆହୁରି ସୁଦୃଢ଼ କରିବା ପାଇଁ ନୂତନ ଭାବେ ଡିଜାଇନ୍ ହୋଇଛି ୟୁ - ୱିନ୍ ପ୍ଲାଟଫର୍ମ

Posted On: 01 FEB 2024 12:44PM by PIB Bhubaneshwar

୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଲକ୍ଷ୍ୟ ରଖି ଏବଂ ନାରୀ ଶକ୍ତିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବା ଅବସରରେ ଗର୍ଭାଶୟ କର୍କଟ ରୋକିବା ନିମନ୍ତେ ଟିକାକରଣ ଏବଂ ମାତୃ ଓ ଶିଶୁ ଯତ୍ନ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର ମିଶ୍ରଣ ସମ୍ପର୍କରେ ପ୍ରସ୍ତାବ ଦେଇଛନ୍ତି ।

ଗର୍ଭାଶୟ କର୍କଟ ପ୍ରତିରୋଧ ପାଇଁ ୯ରୁ ୧୪ ବର୍ଷ ବୟସର ଝିଅମାନଙ୍କ ନିମନ୍ତେ ଟିକାକରଣ କାର୍ଯ୍ୟକ୍ରମ ହେବ । ସରକାର ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଏହି ଟିକାକରଣକୁ ପ୍ରୋତ୍ସାହିତ କରିବେ ବୋଲି ସେ କହିଛନ୍ତି ।

ମାତୃ ଓ ଶିଶୁ ଯତ୍ନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ସମନ୍ୱୟ ଆଣିବା ନିମନ୍ତେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଏକ ବ୍ୟାପକ କାର୍ଯ୍ୟକ୍ରମ ସୃଷ୍ଟି କରିବାକୁ ପ୍ରସ୍ତାବ ଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ 'ସକ୍ଷମ ଅଙ୍ଗନବାଡି ଏବଂ ପୋଷଣ ୨.୦' ଅଧୀନରେ ଉନ୍ନତ ହେବାକୁ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ଏହା ଦ୍ୱାରା ପୁଷ୍ଟି ପ୍ରଦାନ, ପ୍ରାରମ୍ଭିକ ଶିଶୁ ଯତ୍ନ ଏବଂ ବିକାଶରେ ଉନ୍ନତି ହେବ ବୋଲି ସେ ପ୍ରକାଶ କରିଥିଲେ ।

ସରକାରଙ୍କ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରସ୍ତାବ ଦେଇଛନ୍ତି ଯେ ସମଗ୍ର ଦେଶରେ ନୂତନ ଡିଜାଇନ୍ ହୋଇଥିବା ୟୁ - ୱିନ୍ ପ୍ଲାଟଫର୍ମକୁ ତ୍ୱରାନ୍ୱିତ କରାଯିବ । ଏହି ପ୍ଲାଟଫର୍ମକୁ ଟିକାକରଣ ପରିଚାଳନା ଏବଂ ମିଶନ ଇନ୍ଦ୍ରଧନୁଷ ଅଧୀନରେ ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ ବ୍ୟବହାର କରାଯିବ ।

*****

SSP



(Release ID: 2001578) Visitor Counter : 60