ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

Posted On: 25 JAN 2024 10:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କୁ ସ୍ୱାଗତ କରିଛନ୍ତି ।

 

ସେ କହିଛନ୍ତି, ଏହା ବେଶ ଗର୍ବର କଥା ଯେ କାଲି ଆମ ଗଣତନ୍ତ୍ର ଦିବସ ସମାରୋହରେ ମାକ୍ରନ୍ ସାମିଲ ହେବେ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ମୋ ବନ୍ଧୁ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କୁ ଭାରତକୁ ସ୍ୱାଗତ ।

 

ମୁଁ ଖୁସି ଯେ, ରାଷ୍ଟ୍ରପତି ମାକ୍ରନ୍ ରାଜସ୍ଥାନର ଜୟପୁରରୁ ତାଙ୍କ ଭାରତ ଗସ୍ତ ଆରମ୍ଭ କରିଛନ୍ତି, ଯେଉଁଠି ସମୃଦ୍ଧ ସଂସ୍କୃତି, ଐତିହ୍ୟ ଏବଂ ପ୍ରତିଭାବାନ ଲୋକ ରହିଛନ୍ତି । ଆସନ୍ତାକାଲି, ଜାନୁଆରୀ ୨୬ରେ ଦିଲ୍ଲୀରେ ସେ ଆମ ଗଣତନ୍ତ୍ର ଦିବସ ଉତ୍ସବରେ ସାମିଲ ହେବା ଅତ୍ୟନ୍ତ ଗର୍ବର ବିଷୟ । ତାଙ୍କ ଉପସ୍ଥିତି କେବଳ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ କରେ ନାହିଁ ବରଂ ଆମ ସହଭାଗିତା ଏବଂ ସହଯୋଗର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ମଧ୍ୟ ଯୋଡ଼ିଥାଏ ।’

 

SR



(Release ID: 1999983) Visitor Counter : 73