ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦିବ୍ୟା କୁମାର ଗାଇଥିବା ଭକ୍ତି ଭଜନ "ହର ଘର ମନ୍ଦିର ହର ଘର ଉତ୍ସବ" ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ

Posted On: 13 JAN 2024 11:12AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟା କୁମାର ଗାଇଥିବା , ସିଦ୍ଧାର୍ଥ ଅମିତ ଭବସାର ରଚନା କରିଥିବା ଭକ୍ତି ଭଜନ "ହର ଘର ମନ୍ଦିର ହର ଘର ଉତ୍ସବ" କୁ ପୋଷ୍ଟ କରିଛନ୍ତି । ଶହ ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟା ଧାମରେ ଶୁଭ ମୁହୂର୍ତ୍ତ ପାଖେଇ ଆସିଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ଏହି ପବିତ୍ର ଅବସରରେ ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସବୁଠି ଭଗବାନ ରାମଙ୍କ ନାମ ଗୁଞ୍ଜରିତ ହେଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଉପରୋକ୍ତ ଭକ୍ତି ଗୀତକୁ ପୋଷ୍ଟ କରି ସେ କହିଛନ୍ତି ଯେ ଏହି ଉପସ୍ଥାପନା ମାଧ୍ୟମରେ ଆପଣ ଆସ୍ଥା ଓ ଭକ୍ତିର ବାତାବରଣ ଅନୁଭବ କରିବେ । 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

ଶହ ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାଧାମରେ ସୁମଙ୍ଗଳ ଘଡ଼ି ପାଖେଇ ଆସିଛି । ଏହି ପବିତ୍ର ଅବସରରେ ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସବୁଠାରେ ପ୍ରଭୁ ଶ୍ରୀରାମଙ୍କ ନାମ ଗୁଞ୍ଜରିତ ହେଉଛି । ଏହି ଉପସ୍ଥାପନାରୁ ଆପଣ ଆସ୍ଥା ଓ ଭକ୍ତିର ବାତାବରଣ ଅନୁଭବ କରିବେ ।

*********

SSP

 



(Release ID: 1995903) Visitor Counter : 75