ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦଶମ ଭାଇବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ ୨୦୨୪ ଅବସରରେ ପ୍ରଧାନମନ୍ତ୍ରୀ ଚେକ୍ ରିପବ୍ଲିକ୍‌ର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ

Posted On: 10 JAN 2024 6:39PM by PIB Bhubaneshwar

ଚେକ୍ ରିପବ୍ଲିକ୍‌ର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପେଟର ଫିୟାଲା ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀ ୨୦୨୪ରେ ଅଂଶଗ୍ରହଣ କରିବା ପାଇଁ ୯ - ୧୧ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜେକ୍ ରିପବ୍ଲିକ୍‌ର ପ୍ରଧାନମନ୍ତ୍ରୀ ଫିଆଲାଙ୍କୁ ସାକ୍ଷାତ କରିଛନ୍ତି । ବିଶେଷ କରି ଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ବିଜ୍ଞାନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ଦୁଇ ନେତା ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଅନେକ ଚେକ୍ କମ୍ପାନୀ ପ୍ରତିରକ୍ଷା, ରେଳବାଇ ଏବଂ ବିମାନ ଚଳାଚଳ କ୍ଷେତ୍ରରେ ଭାରତୀୟ ନିର୍ମାତା ମାନଙ୍କ ସହ ଭାଗିଦାରୀ କରିଛନ୍ତି । ସେ ଏହା ମଧ୍ୟ ଆଲୋକପାତ କରିଥିଲେ ଯେ ଭାରତୀୟ ଅଭିବୃଦ୍ଧି କାହାଣୀ ଏବଂ ଚେକ୍ ରିପବ୍ଲିକର ମଜବୁତ ଶିଳ୍ପ ଭିତ୍ତିଭୂମି ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଦୁଇଟି ଆଦର୍ଶ ଅଂଶୀଦାର ତିଆରି କରିଛି ।

ଭାରତ - ଚେକିଆ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ଉଦ୍ଭାବନ ଉପରେ ଭାରତ - ଚେକିଆ ରଣନୈତିକ ଭାଗିଦାରୀ ପାଇଁ ମିଳିତ ବିବୃତି ଗ୍ରହଣକୁ ଉଭୟ ନେତା ସ୍ୱାଗତ କରିଥିଲେ । ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍‌, ସାଇବର ସିକ୍ୟୁରିଟି, ଡିଜିଟାଲ ଡୋମେନ୍‌, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ପ୍ରତିରକ୍ଷା, ଆଣବିକ ଶକ୍ତି ଏବଂ ବୃତ୍ତାକାର ଅର୍ଥନୀତି ଭଳି କ୍ଷେତ୍ରରେ ଉଭୟ ଦେଶର ପରିପୂରକତାକୁ ଉପଯୋଗ କରିବା ଏହି ମିଳିତ ବିବୃତିର ଉଦ୍ଦେଶ୍ୟ ।

ପ୍ରଧାନମନ୍ତ୍ରୀ ଫିୟାଲା ଜୟପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ଯେଉଁଠାରେ ନିମ୍ସ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ କାଉସା ଡକ୍ଟରେଟ୍ ଡିଗ୍ରୀରେ ସମ୍ମାନିତ କରିବ ।

***

SSP


 



(Release ID: 1995146) Visitor Counter : 68