ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାତୀୟ କ୍ରୀଡ଼ା ଓ ସାହସିକ ପୁରସ୍କାର ୨୦୨୩ ର ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 09 JAN 2024 7:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ କ୍ରୀଡ଼ା ଏବଂ ସାହସିକ ପୁରସ୍କାର ୨୦୨୩ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଖେଳାଳିମାନଙ୍କ ଉଲ୍ଲେଖନୀୟ ସଫଳତା ଏବଂ ଅତୁଟ ସମର୍ପଣକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ କେବଳ ନିଜ ନିଜ କ୍ଷେତ୍ରରେ ଉତ୍କୃଷ୍ଟ ହୋଇନାହାନ୍ତି ବରଂ ବିଶ୍ୱ ସ୍ତରରେ ଭାରତର ପତାକାକୁ ଶିଖରକୁ ନେଇଛନ୍ତି।

ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡ଼ା ସାହସିକ ପୁରସ୍କାର ୨୦୨୩ ସମାରୋହ ସମ୍ପର୍କରେ ଭାରତର ରାଷ୍ଟ୍ରପତିଙ୍କ ଟ୍ବିଟର ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ଏକ ଟ୍ବିଟର ପୋଷ୍ଟରେ କହିଛନ୍ତି;

ଜାତୀୟ କ୍ରୀଡ଼ା ସାହସିକ ପୁରସ୍କାର ୨୦୨୩ର ଶ୍ରେଷ୍ଠ ବିଜେତାଙ୍କୁ ଅଭିନନ୍ଦନ। ସେମାନଙ୍କର ଉଲ୍ଲେଖନୀୟ ସଫଳତା ଏବଂ ଅତୁଟ ସମର୍ପଣ ଆମ ଦେଶ ପାଇଁ ପ୍ରେରଣା ସେମାନେ କେବଳ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିନାହାନ୍ତି ବରଂ ବିଶ୍ୱ ସ୍ତରରେ ଭାରତର ପତାକାକୁ ଶିଖରକୁ ନେଇଛନ୍ତି।

 

BS


(रिलीज़ आईडी: 1994740) आगंतुक पटल : 85
इस विज्ञप्ति को इन भाषाओं में पढ़ें: Kannada , Malayalam , Bengali , English , Urdu , हिन्दी , Marathi , Manipuri , Assamese , Punjabi , Gujarati , Tamil , Telugu