ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆସାମ ସଡ଼କ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ
Posted On:
03 JAN 2024 12:01PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ଗୋଲାଘାଟରେ ହେଇଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଇବାକୁ ନେଇ ଶୋକବ୍ୟକ୍ତ କରିଛନ୍ତି ।
ଏଥିସହ ସେ ଅନୁକମ୍ପାମୂଳକ ରାଶି ମଧ୍ୟ ଘୋଷଣା କରିଛନ୍ତି । ପିଏମ୍ଏନ୍ଆର୍ଏଫ୍ ପାଣ୍ଠିରୁ ମୃତକଙ୍କ ନିକଟତମ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:
‘ଆସାମର ଗୋଲାଘାଟରେ ଏକ ସଡ଼କ ଦୁର୍ଘଟଣାରେ ଧନଜୀବନ ନଷ୍ଟରେ ବହୁତ ଦୁଃଖୀ । ଆହତ ଶୀଘ୍ର ସୁସ୍ଥ ହେବାକୁ ପ୍ରାର୍ଥନା କରୁଛି । ସ୍ଥାନୀୟ ପ୍ରଶାସନ ପ ୀଡ଼ିତଙ୍କୁ ସବୁ ପ୍ରକାର ସହାୟତା କରୁଛି । ପିଏମ୍ଏନ୍ଆର୍ଏଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ: ପ୍ରଧାନମନ୍ତ୍ରୀ’
SR
(Release ID: 1992996)
Visitor Counter : 104
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali-TR
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam