କ୍ୟାବିନେଟ

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ ଦୁଇ କୋଟି ଦିଦିଙ୍କୁ ଲକ୍ଷପତି କରିବା ସ୍ୱପ୍ନକୁ ଆଗେଇ ନେଲେ ପ୍ରଧାନମନ୍ତ୍ରୀ ଦେୱାସର ମହିଳା, ପ୍ରଧାନମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ସ୍ୱପ୍ନ ସାକାର କରିବାକୁ ସହାୟକ ହେବାକୁ ଦେଲେ ପ୍ରତିଶ୍ରୁତି “ଆମ ଭଉଣୀଙ୍କ ବିଶ୍ୱାସ ଆମ ଦେଶକୁ କରିବ ଆତ୍ମନିର୍ଭର”

Posted On: 27 DEC 2023 3:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଦି (୨୭.୧୨.୨୦୨୩) ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ହିତାଧିକାରୀ ମାନଙ୍କ ସହ ଆଭାସୀ ଜରିଆରେ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ସମବେତ ସଜ୍ଜନ ମଣ୍ଡଳୀଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ ।

ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଦେଶର ବିଭିନ୍ନ ସ୍ଥାନରୁ ଏଥିରେ ଯୋଗଦେଇଥିଲେ । କେନ୍ଦ୍ର ମନ୍ତ୍ରୀ, ସଂସଦର ସଦସ୍ୟ, ବିଧାୟକ ଓ ସ୍ଥାନୀୟ ସ୍ତରୀୟ ପ୍ରତିନିଧିମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ମଧ୍ୟପ୍ରଦେଶ ଦେୱାସର ରୁବିନା ଖାଁ  ୧ଲକ୍ଷ ୩୦ହଜାର ସଦସ୍ୟ ବିଶିଷ୍ଟ ଏକ ସ୍ୱୟଂ ସହାୟକ ଗୋଷ୍ଠୀ  ସଦସ୍ୟା। ଶ୍ରମଜୀବୀ ଜୀବନ ପରିତ୍ୟାଗ କରି ସେ ସ୍ୱୟଂ ସହାୟକ ଗୋଷ୍ଠୀରୁ ଋଣ ଆଣି ଏକ ଲୁଗାପଟା ବିକ୍ରିର ଛୋଟିଆ ବ୍ୟବସାୟ ଆରମ୍ଭ କରିଥିଲେ । ପରେ ସେ ଏକ ପୁରୁଣା  ମାରୁତି ଭ୍ୟାନ ସାହାଯ୍ୟରେ ତାଙ୍କ ବ୍ୟବସାୟ କାର୍ଯ୍ୟ ଚଳାଇଥିଲେ ବୋଲି କହିବା କ୍ଷଣି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପାଖରେ ତ ସାଇକେଲ ଖଣ୍ଡିଏ ନାହିଁ ବୋଲି ମଜାରେ କହିଥିଲେ । ପରେ ସେ ଦେୱାସରେ ଦୋକାନଟିଏ ଖୋଲି ରାଜ୍ୟରୁ କାମ ମଧ୍ୟ ପାଇଲେ।

ବୈଶ୍ୱିକ ମହାମାରୀ ବେଳେ ସେମାନେ ମାସ୍କ, ପିପିପି କିଟ୍ ଓ ସାନିଟାଇଜର ଇତ୍ୟାଦି ପ୍ରସ୍ତୁତ କରୁଥିଲେ । ଜଣେ କ୍ଲଷ୍ଟର ରିସୋର୍ସ ପର୍ସନ (ସିଆରପି) ଭାବେ ସେ କିପରି ମହିଳାମାନଙ୍କୁ ଔଦ୍ୟୋଗିକତା ନିମନ୍ତେ ଉତ୍ସାହିତ କରୁଥିଲେ ତାହାର ବର୍ଣ୍ଣନା କରିବା ସହ ୪୦ଟି ଗ୍ରାମରେ ଗୋଷ୍ଠୀ ତିଆରି ହୋଇଥିବା ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରୁ ସେ ଦୁଇ ଲକ୍ଷ ଦିଦିଙ୍କୁ ଲକ୍ଷପତି ବନାଇବା ଲକ୍ଷ୍ୟ ରଖିଛନ୍ତି । ସେ ମହିଳା ସଶକ୍ତିକରଣ ନେଇ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସହାୟକ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତ୍ୟେକ ଦିଦି ଲକ୍ଷପତି ହେବା ନେଇ ସମସ୍ତେ ଉପସ୍ଥିତ ମହିଳା ହାତ ଟେକି ସମର୍ଥନ କରିଥିଲେ ।

 

ପ୍ରଧାନମନ୍ତ୍ରୀ ସେମାନଙ୍କ ବିଶ୍ୱାସର ପ୍ରଶଂସା କରିଥିଲେ । ଆମ ମାଭଉଣୀଙ୍କ ବିଶ୍ୱାସ ଆମ ଦେଶକୁ ସ୍ୱାଭଲମ୍ବୀ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଯାତ୍ରା ନିମେନ୍ତ ଶ୍ରୀମତୀ  ଖାଁକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକ ମହିଳାମାନଙ୍କ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରଶୀଳତାର ମାଧ୍ୟମ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ନିଜର ପିଲାମାନଙ୍କୁ ଶିକ୍ଷିତ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ଗ୍ରାମ ସମୃଦ୍ଧି ପଥରେ ଅଗ୍ରସର ହୋଇଛି ବୋଲି ଶ୍ରୀମତୀ ଖାଁ କହିଥିଲେ ।

*****

SM/SLP

                                      



(Release ID: 1991099) Visitor Counter : 45