ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମତ୍ସ୍ୟ ସମ୍ପଦ ମାଧ୍ୟମରେ ଆୟ ଦ୍ୱିଗୁଣିତ କରି ପ୍ରଧାନମନ୍ତ୍ରୀଙ୍କୁ ପ୍ରଭାବିତ କଲେ ହରିଦ୍ୱାର ଚାଷୀ

प्रविष्टि तिथि: 27 DEC 2023 2:19PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଜନତାଙ୍କୁ ସମ୍ବୋଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ହରିଦ୍ୱାରର ହିତାଧିକାରୀ ଗୁରୁଦେବ ସିଂହଜୀଙ୍କୁ 'ହର ହର ଗଙ୍ଗେ' କହି ଅଭିନନ୍ଦନ ଜଣାଇଥିଲେ ଏବଂ ଉପସ୍ଥିତ ସମାବେଶ ତାଙ୍କୁ 'ହର ହର ଗଙ୍ଗେ' କହି ସ୍ୱାଗତ କରିଥିଲେ । ଶ୍ରୀ ସିଂହ ଜଣେ କୃଷକ ଏବଂ ମତ୍ସ୍ୟ ଚାଷ ସହ ଜଡ଼ିତ।

ସେ ପ୍ରଧାନମନ୍ତ୍ରୀଙ୍କୁ ମତ୍ସ୍ୟ ସମ୍ପଦ ଯୋଜନାର ଲାଭ କିପରି ନେଇଥିଲେ ଯାହା ଫଳରେ ତାଙ୍କ ଆୟ ଦ୍ୱିଗୁଣିତ ହୋଇଥିଲା ସେ ବିଷୟରେ କହିଥିଲେ । ସେ ତାଙ୍କର ଏକ ଏକର ଜମିରୁ ୬୦ ହଜାର ଟଙ୍କା ରୋଜଗାର କରୁଥିଲେ, ଏବେ ମତ୍ସ୍ୟଚାଷ ଦ୍ୱାରା ସେ ସେହି ଜମିରୁ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ସରକାରୀ ଯୋଜନାଗୁଡ଼ିକର ଅଧ୍ୟୟନ କରିବା ସମୟରେ ଅଭିନବତା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ ।

ପଶୁପାଳନ, ମତ୍ସ୍ୟଚାଷ, ମହୁ ଉତ୍ପାଦନ ଦ୍ୱାରା କୃଷି ଆୟ ବୃଦ୍ଧିର ଉପଯୋଗୀତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସବୁଜ ତଥା ଶ୍ବେତ ବିପ୍ଳବ ସହିତ ମଧୁ ବିପ୍ଳବ ଓ ନୀଳ ବିପ୍ଳବର ଗୁରୁତ୍ୱ ଉପରେ ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ ।

 

BS


(रिलीज़ आईडी: 1990912) आगंतुक पटल : 82
इस विज्ञप्ति को इन भाषाओं में पढ़ें: Malayalam , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada