ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କେରଳର ଅଗ୍ରଣୀ ଚାଷୀ ନିଜ ଝିଅମାନଙ୍କୁ ଶିକ୍ଷିତ କରାଇଲେ


କଦଳୀ ଚାଷୀ ଶ୍ରୀ ଧର୍ମ ରାଜନ କିଷାନ କ୍ରୋଡିଟ୍ କାର୍ଡ ଋଣ, ପିଏମ୍ କିଷାନ ସମ୍ମାନ ନିଧି, ପିଏମ୍‌ଜେବିୱାଇ ଓ ପିଏମ୍ ଏସବିୱାଇ ସହାୟତାରେ ଅର୍ଥ ସଞ୍ଚୟ କରନ୍ତି

ଶ୍ରୀ ରାଜନଙ୍କ ଜୀବନ ପ୍ରକୃତରେ ଉତ୍ସାହବର୍ଦ୍ଧକ: ପ୍ରଧାନମନ୍ତ୍ରୀ

Posted On: 16 DEC 2023 6:08PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କୁ (୧୬-୧୨) ଦିନ ସମ୍ବୋଧିତ କରିବା ସହ ମତ ବିନିମୟ ଆଭାସୀ ଜରିଆରେ କରିଛନ୍ତି । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ଶୁଭାରମ୍ଭ କରାଇଛନ୍ତି ।

କେରଳ କୋଝିକୋଡ୍‌ର ଜଣେ କଦଳୀ ଚାଷୀ ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସୱାଇ) ହିତାଧିକାରୀ ଶ୍ରୀ ଧର୍ମ ରାଜନ ପ୍ରଧାନମନ୍ତ୍ରୀଙ୍କୁ କିଷାନ କ୍ରେଡିଟ କାର୍ଡ ଋଣ, ପିଏମ୍ କିଷାନ ସମ୍ମାନନିଧି, ପିଏମ୍‌ଜେବିୱାଇ, ପିଏମ୍‌ଏସବିୱାଇର ସୁବିଧା ନେଉଥିବା ଜଣାଇଥିଲେ । ପୂର୍ବପେକ୍ଷା ଏବେ ମିଳୁଥିବା ସୁବିଧା ସମ୍ପର୍କରେ ପ୍ରଧାନମନ୍ତ୍ରୀ ପଚାରନ୍ତେ ବର୍ତ୍ତମାନ ସାର ଓ ଅନ୍ୟାନ୍ୟ ଉପକରଣ ସମେତ ମିଳୁଥିବା ଅଧିକ ଆର୍ଥିକ ସହାୟତା କଥା ଶ୍ରୀ ଧର୍ମରାଜନ କହିଥିଲେ । ପିଏମ୍ ସମ୍ମାନନିଧି ଅଧୀନରେ ମିଳୁଥିବା ଅର୍ଥ ବର୍ତମାନ କୃଷି କାର୍ଯ୍ୟରେ ଲାଗୁଛି ବୋଲି ସେ ପ୍ରକାଶ କରିଥିଲେ । 

ସରକାରୀ ଯୋଜନା ଓ ଋଣ ଯୋଗୁଁ ଶ୍ରୀ ଧର୍ମ ରାଜନ ଅଧିକ ସଂଚୟ କରିପାରୁଛନ୍ତି । ତାହା ନ ହେଲେ ସେ କରଜଦାତାଙ୍କୁ ଅଧିକ ସୁଧ ଗଣିଥାନ୍ତେ ବୋଲି ପ୍ରଧାନମନ୍ତ୍ରୀ ଜାଣିବାକୁ ପାଇଲେ । ତାଙ୍କ ଦୁଇ ଝିଅଙ୍କୁ ସେ ଶିକ୍ଷିତ କରାଇପାରିଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ସହ ସରକାରୀ ଯୋଜନା ଓ ଆର୍ଥିକ ସହାୟତା ଯୋଗୁଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । 

ଏଥିପାଇଁ ସେ ତାଙ୍କ ବଡ ଝିଅର ବାହାଘର ପାଇଁ ଅର୍ଥ ସଞ୍ଚୟ କରିପାରିଛନ୍ତି ଓ ଆସନ୍ତାବର୍ଷ ଫେବୃୟାରୀରେ ତା’ର ବିବାହ ସମ୍ପନ୍ନ ହେବ ବୋଲି ଜଣାଇଥିଲେ । 

ଏକ ଭଲ ଜୀବନ ଦେଇ ପାରିଥିବାରୁ ଶ୍ରୀ ରାଜନ୍ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଜଣେ ପ୍ରଗତିଶୀଳ ଚାଷୀ ହୋଇଥିବାରୁ ଶ୍ରୀ ରାଜନ୍ ନିଜର ଝିଅମାନଙ୍କୁ ଶିକ୍ଷିତ କରାଇ ପାରି ଅର୍ଥର ସଦୁପଯୋଗ କରିପାରିଥିବାରୁ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

******

SM/SLP



(Release ID: 1987555) Visitor Counter : 39