ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସାମର ଶ୍ରୀମତୀ କଲ୍ୟାଣୀ ରାଜବଂଶୀ ୧୦୦୦ ବିକ୍ରେତାଙ୍କୁ ସ୍ୱନିଧି ଯୋଜନାର ସୁବିଧା ପାଇବା ପାଇଁ ଉତ୍ସାହିତ କରିଥିଲେ


ଆସାମ ଗୌରବ ପୁରସ୍କାର ପ୍ରାପ୍ତ ଶ୍ରୀମତୀ ରାଜବଂଶୀ ସମାଜ ସେବା ପାଇଁ ତାଙ୍କର ଉତ୍ସାହରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଭାବିତ କରିଛନ୍ତି

ଜଣେ ମହିଳା ଆତ୍ମନିର୍ଭରଶୀଳ ହେଲେ ସମାଜ ବହୁତ ଲାଭବାନ ହୁଏ, ତାହାର ଆପଣ ଏକ ଜୀବନ୍ତ ଉଦାହରଣ

Posted On: 16 DEC 2023 6:07PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ , ପ୍ରଧାନମନ୍ତ୍ରୀ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଗୌହାଟୀର ଜଣେ ଗୃହିଣୀ ଶ୍ରୀମତୀ କଲ୍ୟାଣୀ ରାଜବଂଶୀ,  ଯିଏ କି ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଚଳାଉଛନ୍ତି ଏବଂ ଏକ କ୍ଷେତ୍ରସ୍ତରୀୟ ସଂଘ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଗଠନ କରିଛନ୍ତି, ତାଙ୍କୁ ଆସାମ ଗୌରବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ସଫଳତାର କାହାଣୀ ଶୁଣି କଲ୍ୟାଣୀଜୀଙ୍କୁ କହିଥିଲେ ଯେ ତାଙ୍କ ନାମ ହିଁ ଲୋକଙ୍କ କଲ୍ୟାଣ (କଲ୍ୟାଣ) କୁ ସୂଚାଉଛି ।

ତାଙ୍କ ଉଦ୍ୟୋଗର ଆର୍ଥିକ ବିକାଶ ସମ୍ପର୍କରେ ସେ ସୂଚନା ଦେଇଥିଲେ ଯେ,  ସେ ପ୍ରଥମେ ୨୦୦୦ ଟଙ୍କାରେ ଏକ ଛତୁ ୟୁନିଟ୍ ଆରମ୍ଭ କରିଥିଲେ ଏବଂ ଏହା ପରେ ଆସାମ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୧୫,୦୦୦ ଟଙ୍କାରେ ସେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଖୋଲିଥିଲେ । ଏହା ପରେ ସେ ୨୦୦ ଜଣ ମହିଳାଙ୍କୁ ନେଇ ଏରିଆ ଲେଭେଲ ଫେଡେରେସନ (କ୍ଷେତ୍ରସ୍ତରୀୟ ସଂଘ ) ପ୍ରତିଷ୍ଠା କରିଥିଲେ । ତାଙ୍କୁ ପିଏମ୍‌ଏଫ୍‌ଏମ୍‌ଇ (ପ୍ରଧାନମନ୍ତ୍ରୀ ଫର୍ମାଲାଇଜେସନ୍ ଅଫ୍ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜ୍ ସ୍କିମ୍‌) ଅଧୀନରେ ସହାୟତା ମଧ୍ୟ ମିଳିଥିଲା । ପ୍ରଧାନମନ୍ତ୍ରୀ ସ୍ୱନିଧି ବିଷୟରେ ଏକ ହଜାର ବିକ୍ରେତାଙ୍କୁ ଶିକ୍ଷିତ କରିଥିବାରୁ ତାଙ୍କୁ "ଆସାମ ଗୌରବ" ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଭିବିଏସ୍‌ୱାଇ ଯାନ 'ମୋଦି କି ଗ୍ୟାରେଣ୍ଟି କି ଗାଡି' କୁ ସ୍ୱାଗତ କରିବାରେ ସେହି ଅଞ୍ଚଳର ମହିଳା ମାନଙ୍କର ନେତୃତ୍ୱ ନେଇଥିଲେ ଏବଂ ସେମାନଙ୍କୁ ଯେଉଁ ଯୋଜନା ଗୁଡ଼ିକର ଲାଭ ପାଇବା ପାଇଁ ସେମାନଙ୍କର  ଅଧିକାର ରହିଛି ତାହାର ଲାଭ ଉଠାଇବା ନିମନ୍ତେ ଉତ୍ସାହିତ କରିଥିଲେ । ଉଦ୍ୟୋଗ ଏବଂ ସମାଜସେବାର ଭାବନା ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ । ଜଣେ ମହିଳା ଆତ୍ମନିର୍ଭରଶୀଳ ହେଲେ ସମାଜ ବହୁତ ଉପକୃତ ହୁଏ, ତାହାର ସେ ଏକ ଜୀବନ୍ତ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ ।

***

SSP


 



(Release ID: 1987344) Visitor Counter : 52