ପୋଷ୍ଟ କରାଯିବା ଦିନାଙ୍କ:
07 DEC 2023 1:43PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଗତ ୯ ବର୍ଷରେ ଦେଖାଯାଇଥିବା ପରିବର୍ତ୍ତନର ଲହରୀ କେବଳ ବିକାଶର ପରିଭାଷାରେ ସୀମିତ ରଖାଯାଇପାରିବ ନାହିଁ ବରଂ ଏହା ଆତ୍ମନିର୍ଭର ଭାରତର ଆତ୍ମବିଶ୍ୱାସର ନୂଆ ପରିଚୟ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ଏକ୍ସ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି:
‘କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲେଖିଛନ୍ତି ଯେ, ଗତ ୯ ବର୍ଷରେ ଭାରତରେ ଏପରି ପରିବର୍ତ୍ତନ ଆସିଛି, ଯାହାକୁ କେବଳ ବିକାଶର ପରିଭାଷାରେ ସୀମିତ କରାଯାଇପାରିବ ନାହିଁ । ଏହା ଆତ୍ମନିର୍ଭରଶୀଳ ହେଉଥିବା ଭାରତର ଆତ୍ମବିଶ୍ୱାସର ଏକ ନୂତନ ପରିଚୟ, ଯାହାର ଗୁଞ୍ଜରଣ ସାରା ବିଶ୍ୱରେ ଶୁଣିବାକୁ ମିଳୁଛି ।’
SR