ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କପ୍‌-୨୮ରେ ଶିଳ୍ପ ଅବସ୍ଥାନ୍ତର ଗୋଷ୍ଠୀ ନେତୃତ୍ୱ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଓ ସ୍ୱିଡେନ ଦ୍ୱାରା ମିଳିତ ଭାବେ ଉଦ୍‌ଘାଟିତ

Posted On: 01 DEC 2023 8:29PM by PIB Bhubaneshwar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱିଡେନ ପ୍ରଧାନମନ୍ତ୍ରୀ ମହାମହିମ ଓଲଫ କ୍ରିଷ୍ଟରସନ ମିଳିତଭାବେ ଶିଳ୍ପ ଅବସ୍ଥାନ୍ତର ଗୋଷ୍ଠୀ ନେତୃତ୍ୱ ଦ୍ୱିତୀୟ ପର୍ଯ୍ୟାୟ (ଲିଂଡ ଆଇଟି-୨.୦) ୨୦୨୪-୨୬କୁ ଦୁବାଇଠାରେ ଚାଲିିଥିବା କପ୍‌-୨୮ରେ ଉଦ୍‌ଘାଟନ କରିଛନ୍ତି ।

 ଭାରତ ଓ ସ୍ୱିଡେନ ମଧ୍ୟ  ଶିଳ୍ପ ଅବସ୍ଥାନ୍ତରର ମଞ୍ଚକୁ ଉଦ୍‌ଘାଟନ କରିଛନ୍ତି । ଏହା ସରକାର, ଶିଳ୍ପ ସଂସ୍ଥା, ବୈଷୟିକ ଜ୍ଞାନ ପ୍ରଦାନ କାରୀ ଗବେଷକ ଓ ଦୁଇଦେଶର ପ୍ରମୁଖ ଗୋଷ୍ଠୀଙ୍କ ସହ ଯୋଗଯୋଗ କରିବ ।

କାର୍ଯ୍ୟକ୍ରମ ବେଳେ ପ୍ରଧାନମନ୍ତ୍ରୀ ଲିଂଡ୍ ଆଇଟି-୨.୦ଗୁରୁତ୍ୱ ଦେଉଥିବା ନିମ୍ନଲିଖିତ ବିଷୟଗୁଡିକ ଉପରେ ଆଲୋକପାତ କରିଥିଲେ :

  • ସମ୍ପୂର୍ଣ୍ଣ ଓ ସଠିକ ଶିଳ୍ପ ଅବସ୍ଥାନ୍ତର
  • ମିଳିତ ବିକାଶ ଓ ଲୋ କାର୍ବନ ପ୍ରଯୁକ୍ତି ବିଦ୍ୟା ସ୍ଥାନାନ୍ତରଣ
  • ଶିଳ୍ପ ଅବସ୍ଥାନ୍ତର ପାଇଁ ବିକଶିତ ହେଉଥିବା ଲାଗି ଅର୍ଥନୈତିକ ବ୍ୟବସ୍ଥା ପାଇଁ ଆର୍ଥିକ ସହାୟତା ।

 ନୁୟର୍କଠାରେ ୨୦୧୯ରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀ ଓ ଲିଂଡ୍‌-ଆଇଟିକୁ ଭାରତ ଓ ସ୍ୱିଡେନ ମିଳିତଭାବେ ଆରମ୍ଭ କରିଥିଲେ ।

*****

SM/SLP



(Release ID: 1981968) Visitor Counter : 62