ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ୱିସ୍ କନ୍ଫେଡେରେସନର ଅଧ୍ୟକ୍ଷଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 01 DEC 2023 8:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁବାଇରେ ୨୦୨୩ ଡିସେମ୍ବର ୧ରେ କପ୍ ୨୮ ବୈଠକରେ ଯୋଗ ଦେବାକୁ ଯାଇଥିବାବେଳେ ସେଠାରେ ସ୍ୱିସ୍ କନ୍‌ଫେଡେରେସନର ଅଧ୍ୟକ୍ଷ ଶ୍ରୀ ଆଲେନ୍ ବର୍ସେଟଙ୍କୁ ଭେଟିଛନ୍ତି ।

 

ଏହି ବୈଠକରେ ବାଣିଜ୍ୟ ଓ ପୁଞ୍ଜି ନିବେଶ, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ଶିକ୍ଷା, ଆଇଟି, ପର୍ଯ୍ୟଟନ ସହ ଲୋକଙ୍କ ମଧ୍ୟରେ ସମ୍ପର୍କ ଏବଂ ସେମାନଙ୍କ ସହଭାଗିତାକୁ ଆହୁରି ମଜଭୁତ କରିବା ପ୍ରସଙ୍ଗରେ ଦୁଇ ନେତା ଆଲୋଚନା କରିଛନ୍ତି ।

 

ଆଲୋଚନାରେ ପାରସ୍ପରିକ ହିତର ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ମଧ୍ୟ ସାମିଲ ଥିଲା ।

 

ଅଧ୍ୟକ୍ଷ ବର୍ସେଟ ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ସମ୍ମିଳନୀର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

  SR



(Release ID: 1981834) Visitor Counter : 73