ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

G-20 ଭର୍ଚୁଆଲ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ବକ୍ତବ୍ୟ (ନଭେମ୍ବର ୨୨, ୨୦୨୩)

Posted On: 22 NOV 2023 9:38PM by PIB Bhubaneshwar

 

 

 

 

ପ୍ରିୟ ମହାମହିମ ଗଣ,


ମହାମହିମ,

ମୁଁ ପୁଣି ଥରେ ଆପଣ ସମସ୍ତଙ୍କ ମୂଲ୍ୟବାନ ମତାମତକୁ ପ୍ରଶଂସା କରୁଛି । ଆପଣମାନେ ଖୋଲା ମନରେ ଯେଉଁ କଥା ହୋଇଛନ୍ତି ସେଥିପାଇଁ ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।


ନୂଆଦିଲ୍ଲୀ ଘୋଷଣାନାମାରେ ଆମେ ଅନେକ କ୍ଷେତ୍ରରେ ଭାଗିଦାରୀର ପ୍ରତିଶ୍ରୁତି ଦେଇଥିଲୁ ।


ଆଜି ପୁଣି ଆମେ ସେହି ପ୍ରତିଶ୍ରୁତିକୁ ଆଗକୁ ବଢ଼ାଇବାକୁ ସଂକଳ୍ପ ନେଇଛୁ ।


ବିକାଶ ଏଜେଣ୍ଡା ବ୍ୟତୀତ ଆମେ ବୈଶ୍ୱିକ ପରିସ୍ଥିତି ଏବଂ ଏହାର ଅର୍ଥନୈତିକ ଏବଂ ସାମାଜିକ ପ୍ରଭାବ ଉପରେ ମଧ୍ୟ ମତ ବିନିମୟ କରିଛୁ ।


ପଶ୍ଚିମ ଏସିଆର ଗମ୍ଭୀର ପରିସ୍ଥିତି ଉପରେ ଆପଣଙ୍କ ସମସ୍ତଙ୍କ ମତାମତ ଶୁଣିବାପରେ ମୁଁ ଏହା କହି ପାରିବି ଯେ, G-20ରେ ଅନେକ ବିଷୟ ଉପରେ ସହମତି ରହିଛି ।

 

ପ୍ରଥମେ, ଆମେ ସମସ୍ତେ ଆତଙ୍କବାଦ ଓ ହିଂସାକୁ ଦୃଢ଼ ନିନ୍ଦା କରୁଛୁ ।


ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ରହିଛି ।


ଦ୍ବିତୀୟତଃ, ନିରୀହ ଓ ନିର୍ଦୋଷ ଲୋକ, ବିଶେଷ କରି ଶିଶୁ ଓ ମହିଳାଙ୍କ ମୃତ୍ୟୁ ଗ୍ରହଣୀୟ ନୁହେଁ ।


ତୃତୀୟତଃ, ମାନବିକ ସହାୟତା ଯଥା ସମ୍ଭବ ଶୀଘ୍ର, ପ୍ରଭାବଶାଳୀ ଏବଂ ସୁରକ୍ଷିତ ଭାବେ ପ୍ରଦାନ କରାଯିବା ଆବଶ୍ୟକ ।


ଚତୁର୍ଥତଃ, ମାନବିକ ବିରତି ଏହା ଉପରେ ସହମତି ଏବଂ ବନ୍ଧକ ମାନଙ୍କୁ ମୁକ୍ତ କରିବାର ଖବରକୁ ସ୍ୱାଗତ ।


ପଞ୍ଚମ, ଇସ୍ରାଏଲ ଓ ପାଲେଷ୍ଟାଇନ ପ୍ରସଙ୍ଗରେ ଦୁଇ ରାଷ୍ଟ୍ର ମଧ୍ୟରେ ସମାଧାନ ଦ୍ବାରା ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି ।


ଷଷ୍ଠରେ, ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଜରୁରୀ ।


ଏବଂ ସପ୍ତମରେ, ଭୂ-ରାଜନୈତିକ ଉତ୍ତେଜନା ଦୂର କରିବା ପାଇଁ କୂଟନୀତି ଓ ଆଲୋଚନା ହିଁ ଏକମାତ୍ର ଉପାୟ ।


ଏଥିପାଇଁ G-20 ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ରହିଛି।


ପ୍ରିୟ ମହାମହିମ ଗଣ,


ମହାମହିମ,

ମୁଁ ପୁଣି ଥରେ ମୋର ପ୍ରିୟବନ୍ଧୁ ତଥା ବ୍ରାଜିଲର ରାଷ୍ଟ୍ରପତି ଲୁଲାଙ୍କୁ G-20ର ଅଧ୍ୟକ୍ଷତା ପାଇଁ ଶୁଭେଚ୍ଛା ଜଣାଉଛି ।


ମୋର ବିଶ୍ୱାସ ଯେ, ବ୍ରାଜିଲର ଅଧ୍ୟକ୍ଷତାରେ ଆମେ ମାନବ- କେନ୍ଦ୍ରୀତ ଆଭିମୁଖ୍ୟ ସହିତ ଆଗକୁ ଅଗ୍ରସର ହେବା ଜାରି ରଖିବୁ ।


ବସୁଧୈବ କୁଟୁମ୍ବକମର ଭାବନାରେ ଆମେ ଏକଜୁଟ ହୋଇ ବୈଶ୍ୱିକ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ପଥ ପ୍ରଶସ୍ତ କରିବୁ ।


ଆମେ ଗ୍ଲୋବାଲ ସାଉଥର ଆଶା ଓ ଭରସା ପାଇଁ କାର୍ଯ୍ୟ ଜାରି ରଖିବୁ ।


ଆମେ ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ନିରନ୍ତର ବିକାଶକୁ ପ୍ରାଥମିକତା ଦେବୁ ।


ବହୁପାକ୍ଷିକ ବିକାଶ ବ୍ୟାଙ୍କ ଏବଂ ବିଶ୍ୱ ପ୍ରଶାସନର ସଂସ୍କାର ଦିଗରେ ନିଶ୍ଚିତ ଭାବରେ ଅଗ୍ରସର ହେବୁ ।


ଜଳବାୟୁ କାର୍ଯ୍ୟାନ୍ବୟନ ସହିତ, ନ୍ୟାୟପୂର୍ଣ୍ଣ, ସହଜ ଏବଂ ସୁଲଭ ଜଳବାୟୁ ଅର୍ଥ ମଧ୍ୟ ସୁନିଶ୍ଚିତ କରାଯିବ ।

ଋଣ ପୁନର୍ଗଠନ ପାଇଁ ପାରଦର୍ଶିତା ଢଙ୍ଗରେ ପଦକ୍ଷେପ ନିଆଯିବ ।


ମହିଳାଙ୍କ ନେତୃତ୍ବରେ ବିକାଶ, ଦକ୍ଷ ପ୍ରବାସ ପଥ, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପର ବିକାଶ ଉପରେ ଗୁରୁତ୍ବାରୋପ,
 

ଟ୍ରୋଇକାର ସଦସ୍ୟ ଭାବରେ, ମୁଁ ଆମର ଅଂଶୀଦାର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବା ପାଇଁ ଆମର ଦୃଢ଼ ସଂକଳ୍ପକୁ ଦୋହରାଉଛି।


ମୁଁ ବ୍ରାଜିଲକୁ G-20 ଅଧ୍ୟକ୍ଷତାର ସଫଳତା ପାଇଁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ନେଇ ପ୍ରତିଶ୍ରୁତି ଦେଉଛି ।


ପୁଣି ଥରେ ଭାରତର G-20 ଅଧ୍ୟକ୍ଷତାର ସଫଳତାରେ ଆପଣଙ୍କ ସହଯୋଗ ପାଇଁ ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।


ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ !

 

*****

AH



(Release ID: 1978978) Visitor Counter : 75