ପୋଷ୍ଟ କରାଯିବା ଦିନାଙ୍କ:
19 NOV 2023 12:44PM by PIB Bhubaneswar
ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ଆଜି ଶୁଭେଚ୍ଛା ଜଣାଇଛନ୍ତି ।
ଟିମ୍ ଇଣ୍ଡିଆ ପୂରା ଟୁର୍ନାମେଣ୍ଟରେ ଅପରାଜେୟ ଧାରା ବଜାୟ ରଖି ଆଜି ଅଷ୍ଟ୍ରେଲିଆକୁ ଫାଇନାଲରେ ଭେଟିବାକୁ ଯାଉଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଟିମ୍ ଇଣ୍ଡିଆକୁ ଶୁଭକାମନା!
୧୪୦ କୋଟି ଭାରତୀୟ ଆପଣମାନଙ୍କ ପାଇଁ ଉତ୍ସାହିତ ଅଛନ୍ତି ।
ଆପଣମାନେ ଚମକିବା ଜାରି ରଖନ୍ତୁ, ଭଲ ଖେଳନ୍ତୁ ଏବଂ ଖେଳଭାବନାକୁ ସମର୍ଥନ କରନ୍ତୁ ।’
SR