ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହିମାଚଳ ପ୍ରଦେଶର ଲେପଚାରେ ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ

Posted On: 12 NOV 2023 10:44AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ଲେପଚାରେ ଯବାନଙ୍କ ସହ ଦୀପାବଳି ପାଳିବା ପାଇଁ ପହଞ୍ଚିଛନ୍ତି ।

 

ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଆମ ସାହସୀ ସୁରକ୍ଷା ବଳ ସହ ଦୀପାବଳି ପାଳିବା ପାଇଁ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛି ।’

‘ହିମାଚଳ ପ୍ରଦେଶର ଲେପଚାରେ ଆମ ସାହସୀ ସୁରକ୍ଷା ବାହିନୀ ସହ ଦୀପାବଳି ପାଳିବାର ଅନୁଭବ ଭାବପୂର୍ଣ୍ଣ ଏବଂ ଗର୍ବର କଥା । ସେମାନେ ପରିବାରଠାରୁ ଦୂରରେ ରହି ଆମ ଦେଶର ଅଭିଭାବକ ଭାବେ ନିଜ ସମର୍ପଣ ଦ୍ୱାରା ଆମ ଜୀବନକୁ ଆଲୋକିତ କରିଥାନ୍ତି ।’

 

‘ଆମ ସୁରକ୍ଷା ବଳର ସାହସ ଅତୁଳନୀୟ । ନିଜ ପ୍ରିୟଜନଙ୍କଠାରୁ ଦୂରରେ ସବୁଠୁ ଜଟିଳ ତଥା ଆହ୍ୱାନପୂର୍ଣ୍ଣ ଅଞ୍ଚଳରେ ରହି ନିଜ ତ୍ୟାଗ ଏବଂ ସମର୍ପଣରେ ସେମାନେ ଆମକୁ ସୁରକ୍ଷିତ ରଖିଥାନ୍ତି । ଭାରତ ସର୍ବଦା ଏହି ନାୟକମାନଙ୍କ ନିକଟରେ ଋଣୀ । ସେମାନେ ବାହାଦୂରୀ ଏବଂ ସ୍ଥିରତାର ପ୍ରକୃଷ୍ଟ ପ୍ରତୀକ ।’

 

 SR



(Release ID: 1976799) Visitor Counter : 55