ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶିଷ୍ଟ ତେଲୁଗୁ ଅଭିନେତା ଶ୍ରୀ ଚନ୍ଦ୍ରମୋହନ ଗାରୁଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 11 NOV 2023 5:12PM by PIB Bhubaneshwar

 

ବିଶିଷ୍ଟ ତେଲୁଗୁ ଅଭିନେତା ଶ୍ରୀ ଚନ୍ଦ୍ରମୋହନ ଗାରୁଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

ବିଶିଷ୍ଟ ତେଲୁଗୁ ଅଭିନେତା ଶ୍ରୀ ଚନ୍ଦ୍ରମୋହନ ଗାରୁଙ୍କ ଦେହାନ୍ତରେ ଗଭୀର ଦୁଃଖିତ । ସେ ସିନେମା ଜଗତର ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ବଳିଷ୍ଠ ଅଭିନୟ ଓ ଅନନ୍ୟ ପ୍ରତିଭା ପିଢ଼ି ପରେ ପିଢ଼ି ଦର୍ଶକଙ୍କୁ ଆକୃଷ୍ଟ କରିଛି । ତାଙ୍କ ବିୟୋଗ ସୃଜନଶୀଳ ଦୁନିଆରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ଯାହା ପୂରଣ ହେବା କଷ୍ଟକର । ତାଙ୍କ ପରିବାର ଏବଂ ଅସଂଖ୍ୟ ପ୍ରଶଂସକଙ୍କୁ ମୋର ସମବେଦନା । ଓମ୍ ଶାନ୍ତି ।

 

 SR



(Release ID: 1976693) Visitor Counter : 70