ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆୟୁର୍ବେଦକୁ ସମର୍ଥନ କରିବା ଭୋକାଲ ଫର୍ ଲୋକାଲର ଏକ ପ୍ରକୃଷ୍ଟ ଉଦାହରଣ:ପ୍ରଧାନମନ୍ତ୍ରୀ


ଆୟୁର୍ବେଦ ଦିବସରେ ଉଦ୍ଭାବକ ଏବଂ ଚିକିତ୍ସକମାନଙ୍କୁ ସାଲ୍ୟୁଟ ଜଣାଇଛନ୍ତି

प्रविष्टि तिथि: 10 NOV 2023 6:31PM by PIB Bhubaneshwar

ଆୟୁର୍ବେଦକୁ ସମର୍ଥନ କରିବା ଭୋକାଲ ଫର୍ ଲୋକାଲର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହି ପ୍ରାଚୀନ ଜ୍ଞାନକୁ ଆଧୁନିକତା ସହ ମିଶ୍ରଣ କରୁଥିବା ଏବଂ ଆୟୁର୍ବେଦକୁ ସର୍ବଭାରତୀୟ ସ୍ତରରେ ନୂତନ ଉଚ୍ଚତାରେ ପହଞ୍ଚାଉଥିବା ଉଦ୍ଭାବକ ଓ ଚିକିତ୍ସକଙ୍କୁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଧନତେରସ ଅବସରରେ ଆମେ ଆୟୁର୍ବେଦ ଦିବସ ମଧ୍ୟ ପାଳନ କରୁଛୁ । ଏହି ପ୍ରାଚୀନ ଜ୍ଞାନକୁ ଆଧୁନିକତା ସହ ମିଶ୍ରଣ କରୁଥିବା ଏବଂ ଆୟୁର୍ବେଦକୁ ସର୍ବଭାରତୀୟ ସ୍ତରରେ ନୂତନ ଉଚ୍ଚତାରେ ପହଞ୍ଚାଉଥିବା ଉଦ୍ଭାବକ ଓ ଚିକିତ୍ସକଙ୍କୁ ଧନ୍ୟବାଦ ଦେବାର ଏହା ଏକ ଅବସର । ଅଦ୍ଭୁତପୂର୍ବ ଅନୁସନ୍ଧାନଠାରୁ ଆରମ୍ଭ କରି ଗତିଶୀଳ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ କଲ୍ୟାଣର ନୂଆ ରାସ୍ତାକୁ ଆୟୁର୍ବେଦ ଆଗକୁ ବଢ଼ାଉଛି । ଆୟୁର୍ବେଦର ସମର୍ଥନ କରିବା ମଧ୍ୟ ଭୋକାଲ ଫର୍ ଲୋକାଲ ହେବାର ଏକ ଜ୍ୱଳନ୍ତ ଉଦାହରଣ ।’

 SR


(रिलीज़ आईडी: 1976381) आगंतुक पटल : 116
इस विज्ञप्ति को इन भाषाओं में पढ़ें: Tamil , Kannada , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Telugu , Malayalam