ପ୍ରତିରକ୍ଷା ମନ୍ତ୍ରଣାଳୟ

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୮ତମ ଜୟନ୍ତୀ ଅବସରରେ ଲକ୍ଷ୍ନୌରେ ଆୟୋଜିତ 'ରନ୍ ଫର୍ ୟୁନିଟି' କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଛନ୍ତି


ଜାତୀୟ ଏକତା ଦିବସ ଭାରତର ଏକତା ଏବଂ ଅଖଣ୍ଡତା ପ୍ରତି ଶପଥ ନେବାର ଅବସର ଅଟେ: ଶ୍ରୀ ରାଜନାଥ ସିଂହ

ସେ ଯୁବକମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆରମ୍ଭ ହେଉଥିବା ‘ମେରା ଯୁବା ଭାରତ ଅଭିଯାନ’ ସହ ଯୋଡ଼ି ହେବାକୁ ନିବେଦନ କରିଛନ୍ତି

Posted On: 31 OCT 2023 12:18PM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଅକ୍ଟୋବର ୩୧, ୨୦୨୩ରେ ଭାରତର ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୮ତମ ଜୟନ୍ତୀ ଅବସରରେ,ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍) ପକ୍ଷରୁ ଆୟୋଜିତ 'ରନ୍ ଫର୍ ୟୁନିଟି' କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସେ ହଜରତଗଞ୍ଜର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପ୍ରତିମାରୁ ୧.୫ କିଲୋମିଟର ଲମ୍ବା ଦୌଡ଼କୁ ସବୁଜ ପତାକା ଦେଖାଇ ଯାହାର ସମାପନ କେଡି ସିଂହ ବାବୁ ଷ୍ଟାଡିୟମରେ ଶେଷ ହୋଇଥିଲା। ଏହି ଦୌଡ଼ରେ ସ୍କୁଲ ପିଲା, ଏନସିସି କ୍ୟାଡେଟ୍, କ୍ରୀଡ଼ାବିତ୍ ଓ ଦୌଡ଼ପ୍ରେମୀ ଏବଂ ହାଲ୍ କର୍ମଚାରୀଙ୍କ ସମେତ ହଜାର ହଜାର ଜନସାଧାରଣ ଅଂଶଗ୍ରହଣ କରିଥିଲେ।

ଶ୍ରୀ ରାଜନାଥ ସିଂହ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ‘ଜାତୀୟ ଏକତା ଦିବସ'ରେ ଶପଥ କରାଇଥିଲେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ସେ ଜାତୀୟ ଏକତା ଦିବସକୁ ଭାରତର ସ୍ୱାଧୀନତା ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେଇଥିବା ବ୍ୟକ୍ତିମାନଙ୍କୁ ସ୍ମରଣ କରିବାର ଏକ ଅବସର ବୋଲି କହିଥିଲେ। ସେ କହିଥିଲେ ଜାତୀୟ ଏକତା ଦିବସ ଆମକୁ ଦେଶର ଏକତା ପ୍ରତି ପ୍ରତିଶ୍ରୁତି ଦେବା ଏବଂ'ଏକ ଭାରତ ଶ୍ରେଷ୍ଠ ଭାରତ' ନିର୍ମାଣ ଦିଗରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିଥାଏ।

ସ୍ୱାଧୀନତା ପରେ ଦେଶ ନିର୍ମାଣରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ସେ ଭାରତୀୟ ଗଣରାଜ୍ୟ ସହିତ ରାଜ୍ୟଗୁଡ଼ିକୁ ଏକୀକରଣକୁ ସୁନିଶ୍ଚିତ କରିବା ଏବଂ ତାଙ୍କର ଦୂରଦୃଷ୍ଟି ଏବଂ କୂଟନୈତିକ ଦକ୍ଷତା ଏବଂ ଭାରତୀୟ ପ୍ରଶାସନିକ ସେବାର ଇସ୍ପାତ ଢାଞ୍ଚା ନିର୍ମାଣ ଭଳି ଅନ୍ୟାନ୍ୟ ଅବଦାନକୁ ପ୍ରଶଂସା କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରୟାସ ଭାରତର ଏକତା ଓ ଅଖଣ୍ଡତାକୁ ସୁନିଶ୍ଚିତ କରିଥିଲା। ୨୦୧୪ରେ ଆମ ସରକାର କ୍ଷମତାକୁ ଆସିବା ପର୍ଯ୍ୟନ୍ତ ତାଙ୍କର ଭୂମିକାକୁ ଉଚିତ ଶ୍ରେୟ ଦିଆଯାଇନଥିଲା ଏବଂ ତାଙ୍କ ଜୟନ୍ତୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଉଥିବା 'ମେରା ଯୁବ ଭାରତ ଅଭିଯାନ' ସମ୍ପର୍କରେ ଶ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଏହି ପଦକ୍ଷେପ ଯୁବବର୍ଗଙ୍କୁ ଆଗେଇ ଆସିବା ଏବଂ ଦେଶ ନିର୍ମାଣ ପ୍ରୟାସରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରିବ । ଏହି କାର୍ଯ୍ୟକ୍ରମ ପାଇଁ ଆଗେଇ ଆସି ଜାତୀୟ ଏକତା ଓ ଏକତା ପାଇଁ କାର୍ଯ୍ୟ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ।

ଗୁଜରାଟର କେଭାଡିଆଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶ୍ୱର ସର୍ବବୃହତ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପଦକ୍ଷେପକୁ ପ୍ରତିରକ୍ଷା ମନ୍ତ୍ରୀ ପ୍ରଶଂସା କରିଥିଲେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତର ଏକତାର ପ୍ରତୀକ ଏବଂ ଜାତୀୟ ଏକତାର ବାର୍ତ୍ତାକୁ ଆଗକୁ ନେବା ପାଇଁ ତାଙ୍କର ପ୍ରୟାସ ଯୁବବର୍ଗଙ୍କ ପାଇଁ ପ୍ରେରଣାର ସ୍ରୋତ ଅଟେ।

ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଶ୍ରୀ ବ୍ରଜେଶ ପାଠକ, ଉତ୍ତର ପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀ, ହାଲ୍ ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସିବି ଅନନ୍ତକ୍ରିଷ୍ଣନ ଏବଂ ହାଲ୍ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନ୍ୟନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରତିରକ୍ଷା ଉତ୍ପାଦନ ବିଭାଗ, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ), ସୀମା ସଡ଼କ ସଂଗଠନ (ବିଆରଓ), ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି), ଏନସିସି, ଡାଇରେକ୍ଟୋରେଟ ଜେନେରାଲ ଡିଫେନ୍ସ ଇଷ୍ଟେଟ୍ ଏବଂ ତିନି ସେନା ସମେତ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ବିଭାଗ ଜାତୀୟ ଏକତା ଦିବସ ପାଳନ ଅବସରରେ ଦେଶର ୧୬୦ରୁ ଅଧିକ ସ୍ଥାନରେ 'ରନ୍ ଫର୍ ୟୁନିଟି' ଆୟୋଜନ କରିବା ସହ 'ରାଷ୍ଟ୍ରୀୟ ଏକତା ଦିବସ'ର ଶପଥ ପାଠ କରାଇଥିଲେ।

******

NS/MB



(Release ID: 1973961) Visitor Counter : 70