ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଏସୀୟ ଦିବ୍ୟାଙ୍ଗ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତ୍‌ମାନଙ୍କ ସହ ନଭେମ୍ବର ପହିଲା ଦିନ କଥାବାର୍ତ୍ତା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ

प्रविष्टि तिथि: 31 OCT 2023 5:04PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ପହିଲା ୨୦୨୩ ଦିନ ଅପରାହ୍ନ ପ୍ରାୟ ସାଢେ ଚାରିଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ପାରା ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତ୍‌ମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ସମ୍ବୋଧିତ କରିବେ । ଏସୀୟ ପାରା ଗେମ୍‌ସ-୨୦୨୨ରେ ଅଂଶଗ୍ରହଣ କରି ଅସାଧାରଣ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିବା କ୍ରୀଡାବିତ୍‌ମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ଭବିଷ୍ୟତ ପ୍ରତିଯୋଗିତା ପାଇଁ ପ୍ରେତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏସୀୟ ପାରା ଗେମ୍‌ସ୍ -୨୦୨୨ରେ ଭାରତ ୨୯ଟି ସ୍ୱର୍ଣ୍ଣପଦକ ସମେତ ମୋଟ ୧୧୧ଟି ପଦକ ବିଜୟୀ ହୋଇଛି ।  ପୂର୍ବ ଏସୀୟ ପାରା ଗେମ୍‌ସ-୨୦୧୮ ତୁଳନାରେ ଏଥର ପଦକ ସଂଖ୍ୟା ଶତକଡା ୫୪ଭାଗ ବୃଦ୍ଧି ଘଟିଛି  ଓ ୨୦୧୮ରେ ଜିତିଥିବା ସ୍ୱର୍ଣ୍ଣପଦକ ତୁଳନାରେ ଏହା ଦୁଇଗୁଣ ଅଧିକ । 

କାର୍ଯ୍ୟକ୍ରମରେ କ୍ରୀଡାବିତ, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ପାରା ଅଲିମ୍ପିକ କମିଟି, ଭାରତୀୟ ଅଲିମ୍ପିକ ସଂଘର କର୍ମକର୍ତ୍ତା, ଜାତୀୟ କ୍ରୀଡା ମହାସଂଘର ପ୍ରତିନିଧିଗଣ ଏବଂ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ଅଧିକାର ବୃନ୍ଦ ଯୋଗଦେବେ ।

 

*****

SM/SLP


(रिलीज़ आईडी: 1973569) आगंतुक पटल : 142
इस विज्ञप्ति को इन भाषाओं में पढ़ें: Kannada , Tamil , English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Telugu , Malayalam