ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜରାଟର ମେହେସାଣାରେ ବିଭିନ୍ନ ବିକାଶମୂଳକ ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 30 OCT 2023 8:04PM by PIB Bhubaneshwar

 

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

କ’ଣ ହେଲା, ଟିକେ ଏତେ ଜୋରରେ କୁହନ୍ତୁ ଯେପରି ଆପଣମାନଙ୍କର ସ୍ୱର ଅମ୍ବାଜୀ ପର୍ଯ୍ୟନ୍ତ ପହଂଚିବ । 

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ମଂଚ ଉପରେ ବିରାଜମାନ ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୂପେନ୍ଦ୍ର ଭାଇ, ଅନ୍ୟ ସମସ୍ତ ମନ୍ତ୍ରୀଗଣ, ସଂସଦରେ ମୋର ସାଥୀ ଏବଂ ଗୁଜରାଟ ଭାଜପାର ଅଧ୍ୟକ୍ଷ ଭାଇ ସି.ଆର ପାଟିଲ, ଅନ୍ୟ ସମସ୍ତ ସାଂସଦ ଗଣ ଏବଂ ବିଧାୟକ ଗଣ । ତହସିଲ ପଂଚାୟତ ଏବଂ ଜିଲ୍ଲା ପଂଚାୟତର ସମସ୍ତ ସଦସ୍ୟ ଏବଂ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଗୁଜରାଟର ପରିବାରଜନ ।

କିପରି ଅଛି ମୋର ଖାଖରିଆ ଟପ୍ପା, ପ୍ରଥମେ ତ’ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ମହାଶୟ ଏବଂ ସରକାରଙ୍କ ନିକଟରେ କୃତଜ୍ଞତା ଜଣାଉଛି ଯେ, ମୋତେ ଆପଣମାନଙ୍କ ଗହଣକୁ ଆସି ଦର୍ଶନ କରିବା ପାଇଁ ଏଠାରେ ସୁଯୋଗ ମିଳିଛି । ସ୍କୁଲ ସମୟର କେତେ ହିଁ ସାଙ୍ଗମାନଙ୍କର ଚେହେରା ମୋତେ ଦିଶୁଥିଲା, ମୋ ପାଇଁ ଏହା ସୌଭାଗ୍ୟର ମୁହୂର୍ତ ଥିଲା । ଆପଣ ସମସ୍ତଙ୍କ ନିକଟକୁ ଆସି ଆପଣ ସମସ୍ତଙ୍କ ଦର୍ଶନ କରିବା, ଘର ଅଗଣାକୁ ଆସିଥିବାରୁ ମୋର ସବୁକିଛି ପୁରୁଣା କଥା ସ୍ମରଣ ଆସୁଛି ଏବଂ ପୁରୁଣା ଅନୁଭୂତି ସତେଜ ହୋଇ ଉଠୁଛି, ଯେଉଁ ମାଟି ଏବଂ ଯେଉଁ ଲୋକମାନେ ମୋତେ ସୃଷ୍ଟି କରିଛନ୍ତି, ସେମାନଙ୍କ ଋଣ ସ୍ୱୀକାର କରିବା ପାଇଁ ଯେତେବେଳେ ମଧ୍ୟ ମୋତେ ସୁଯୋଗ ମିଳିଥାଏ, ମନକୁ ସନ୍ତୋଷ ମିଳିଥାଏ । ଏଥିପାଇଁ ଏକ ପ୍ରକାରରେ ଆଜି ଏହା ମୋର ସାକ୍ଷାତ ଋଣ ସ୍ୱୀକାର କରିବା ପାଇଁ ମୋ ପାଇଁ ହେଉଛି ଏକ ସୁଯୋଗ । ଆଜି ୩୦ ଅକ୍ଟୋବର ଏବଂ ଆସନ୍ତା କାଲି ୩୧ ଅକ୍ଟୋବର, ଏହି ଦୁଇଟି ଦିନ ଆମ ସମସ୍ତଙ୍କ ପାଇଁ ହେଉଛି ବହୁତ ପ୍ରେରଣାର ଦିନ, ଆଜି ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କୁ ଯିଏ ନେତୃତ୍ୱ ଦେଇଥିଲେ ଏବଂ ଯିଏ ଇଂରେଜ ସରକାରଙ୍କୁ ଉଚିତ ଜବାବ ଦେଇଥିଲେ, ହେଉଛି ଏଭଳି ସଂଗ୍ରାମୀ ଗୋବିନ୍ଦ ଗୁରୁଜୀଙ୍କର ପୁଣ୍ୟ ତିଥି । ଆଉ ଆସନ୍ତା କାଲି ହେଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ । ଆମର ପିଢ଼ୀ ବିଶ୍ୱର ସବୁଠାରୁ ବଡ଼ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି ସର୍ଦ୍ଦାର ସାହେବଙ୍କୁ ଉଚିତ ଅର୍ଥରେ ହିଁ ଆମ୍ଭେମାନେ ବହୁତ ଉଚ୍ଚ ଶ୍ରଦ୍ଧା ବ୍ୟକ୍ତ କରିଛୁ । ଆଉ ଆଗାମୀ ପିଢ଼ୀ ମଧ୍ୟ ଯେତେବେଳେ ସର୍ଦ୍ଦାର ସାହେବଙ୍କ ମୂର୍ତି ଦେଖିବେ ତେବେ ଆପେ ଆପେ ସେମାନଙ୍କର ମୁଣ୍ଡ ନଇଁବ ନାହିଁ ବରଂ ସେମାନଙ୍କ ମୁଣ୍ଡ ଉପରକୁ ହୋଇଯିବ । ସର୍ଦ୍ଦାର ସାହେବଙ୍କ ପାଦ ତଳେ ଠିଆ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ମୁଣ୍ଡ ଉପରକୁ କରି ଠିଆ ହେବେ, ସେମାନେ ମୁଣ୍ଡ ନୁଆଁଇବେ ନାହିଁ, ଏପରି କାର୍ଯ୍ୟ ହୋଇଛି । ଗୁରୁ ଗୋବିନ୍ଦ ଜୀଙ୍କ ସମ୍ପୂର୍ଣ୍ଣ ଜୀବନ ମାଆ ଭାରତୀଙ୍କ ସ୍ୱାଧୀନତା ପାଇଁ ସଙ୍ଘର୍ଷରେ ଏବଂ ଆଦିବାସୀ ସମାଜର ସେବାରେ, ସେବା ଏବଂ ରାଷ୍ଟ୍ରଭକ୍ତି ଏତେ ତୀବ୍ର ଥିଲା ଯେ ବଳିଦାନୀମାନଙ୍କ ପାଇଁ ପରମ୍ପରା ସୃଷ୍ଟି କରିଦେଲା । ଆଉ ସେ ସ୍ୱୟଂ ନିଜେ ବଳିଦାନୀମାନଙ୍କର ପ୍ରତୀକ ପାଲଟିଗଲେ, ମୁଁ ଆନନ୍ଦିତ ଯେ ମୋ ସରକାର ବିଗତ ବର୍ଷମାନଙ୍କରେ ଗୁରୁ ଗୋବିନ୍ଦ ଜୀଙ୍କ ସ୍ମୃତିରେ ମାନଘର ଧାମ ଯାହା ମଧ୍ୟପ୍ରଦେଶ- ଗୁଜରାଟର ଆଦିବାସୀ ବହୁଳ କ୍ଷେତ୍ରରେ ଅଛି, ତାକୁ ରାଷ୍ଟ୍ରୀୟ ସ୍ତରରେ ସ୍ଥାପିତ କରି ତାହାକୁ ବହୁତ ବଡ଼ ସୁଯୋଗ ଭାବେ ପାଳନ କରୁଛନ୍ତି ।

ମୋର ପ୍ରିୟ ପରିବାରଜନ,

ଏଠାକୁ ଆସିବା ପୂର୍ବରୁ ମାଆ ଅମ୍ବେଙ୍କ ପାଦତଳେ ମୋତେ ଆଶୀର୍ବାଦ ନେବାର ସୁଯୋଗ ମିଳିଲା, ମୁଁ ଆନନ୍ଦିତ ହେଲି ଯେ ଅମ୍ବେ ମାଆଙ୍କର ସୁନ୍ଦରତା ଦେଖି, ଅମ୍ବେ ମାଆଙ୍କ ସ୍ଥାନରେ ସୁନ୍ଦରତା ଦେଖି, ମୁଁ ତ’ ଶୁଣିଥିଲି ଯେ ଗତ ସପ୍ତାହରୁ ଆପଣମାନେ ସଫାଇ କାର୍ଯ୍ୟରେ ଲାଗିଥିଲେ । ଖେରାଲୁ କୁହନ୍ତୁ କିମ୍ବା ଅମ୍ବାଜୀ କୁହନ୍ତୁ, ଏହି ସ୍ୱଚ୍ଛତାର ଅଭିଯାନରେ ଆପଣମାନେ ଯେଉଁ କାର୍ଯ୍ୟ କରିଛନ୍ତି, ସେଥିପାଇଁ ଆପଣମାନଙ୍କୁ ଏବଂ ସରକାରଙ୍କର ସାଥୀମାନଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି । ମାଆ ଅମ୍ବେଙ୍କର ଆଶୀର୍ବାଦ ସଦା ସର୍ବଦା ଆମ ଉପରେ ରହିଥାଉ, ସେଠାରେ ଯେପରି ଗବ୍‌ବର ପାହାଡ଼ର ବିକାଶ ହେଉଛି, ଯେଉଁ ଭବ୍ୟତା ଦେଖିବାକୁ ମିଳୁଛି, ଆଉ ମୁଁ ଗତକାଲି ମନ୍ କୀ ବାତ୍ ରେ ମଧ୍ୟ ତାହାର ଉଲ୍ଲେଖ କରିଥିଲି । ବାସ୍ତବରେ ଅଦ୍ଭୂତପୂର୍ବ କାର୍ଯ୍ୟ ହେଉଛି । ମାଆ ଅମ୍ବେଙ୍କର ଆଶୀର୍ବାଦ ଏବଂ ତା’ ସହିତ ଆଜି ପାଖାପାଖି 6 ହଜାର କୋଟି ଟଙ୍କାର ବିକାଶ ପ୍ରକଳ୍ପ କାର୍ଯ୍ୟର ଲୋକାର୍ପଣ ପାଇଁ ଆଜି ସୁଯୋଗ ମିଳିଛି । ଏହି ପ୍ରକଳ୍ପ, ଏହି ସମସ୍ତ ପ୍ରକଳ୍ପ ହେଉଛି କୃଷକମାନଙ୍କ ଭାଗ୍ୟକୁ ଦୃଢ଼ତା ପ୍ରଦାନ କରିବା ଭଳି । ସମଗ୍ର ଉତର ଗୁଜରାଟର ବିକାଶ ପାଇଁ ଦେଶ ସହିତ ଯୋଡ଼ିବା ପାଇଁ ଯୋଗାଯୋଗ ବ୍ୟବସ୍ଥାର ହେଉଛି ବହୁତ ଭଲ ପ୍ରୟୋଗ । ଆମର ମେହେସାଣାର ଆଖପାଖରେ ଯେତେ ମଧ୍ୟ ଜିଲ୍ଲା ଅଛି, ସେ ହୁଏତ ପାଟଣା ହେଉ, ବନାସକାଣ୍ଠା ହେଉ, ସାବରକାଣ୍ଠା ହେଉ, ମହିସାଗର, ଖେଡ଼ା, ଅହମ୍ମଦାବାଦ, ଗାନ୍ଧିନଗର ହେଉ, ଏତେ ବଡ଼ ଗନ୍ତାଘର ରହିଛି ବିକାଶର କାର୍ଯ୍ୟଗୁଡ଼ିକର । ଏବେ ସମସ୍ତ ଲୋକମାନଙ୍କର ଖୁସି ପାଇଁ ଦ୍ରୁତ ଗତିରେ କାର୍ଯ୍ୟ ହେଉଥିବା କାରଣରୁ ସିଧାସଳଖ ଲାଭ ଏହି କ୍ଷେତ୍ରର ବିକାଶକୁ ମିଳିବାକୁ ଯାଉଛି । ବିକାଶର କାର୍ଯ୍ୟଗୁଡ଼ିକ ପାଇଁ ଗୁଜରାଟର ଲୋକମାନଙ୍କୁ ବହୁତ- ବହୁତ ଅଭିନନ୍ଦନ ଦେବାକୁ ଚାହୁଁଛି ।

ମୋର ପ୍ରିୟ ପରିବାରଜନ,

ଭାରତର ବିକାଶର ଚର୍ଚ୍ଚା ଆଜି ସମଗ୍ର ବିଶ୍ୱରେ ହେଉଛି । ହେଉଛି କି ହେଉ ନାହିଁ, ଟିକେ ଜୋରରେ କୁହନ୍ତୁ । ସମଗ୍ର ବିଶ୍ୱରେ ଭାରତର ବିକାଶର ଚର୍ଚ୍ଚା ହେଉଛି କି ହେଉ ନାହିଁ । ଆଉ ଆପଣମାନେ ଦେଖିଥିବେ ଏବେ ଆମ ଭାରତ ଚନ୍ଦ୍ରଯାନକୁ ଚନ୍ଦ୍ରମା ବା ଚନ୍ଦ୍ରପୃଷ୍ଠରେ ନେଇ ପହଂଚାଇ ଦେଲା । ଗାଁର ଲୋକ ହୋଇଥାଆନ୍ତୁ ଯିଏକି ସ୍କୁଲ ମଧ୍ୟ ଯାଇ ନ ଥାଆନ୍ତୁ, 80-90 ବର୍ଷ ବୟସର ହୋଇ ସାରି ଥାଆନ୍ତୁ ତାଙ୍କୁ ଏଭଳି ଲାଗୁଛି ଯେ ଭାରତ ବହୁତ ବଡ଼ କାର୍ଯ୍ୟ କରିଛି, ଆଉ ଭାରତକୁ ଚନ୍ଦ୍ର ପର୍ଯ୍ୟନ୍ତ ନେଇ ପହଂଚାଇ ଦେଲା । ବିଶ୍ୱର ଦେଶଗୁଡ଼ିକ ମଧ୍ୟରୁ କେହି ମଧ୍ୟ ସେଠାରେ କେହି ମଧ୍ୟ ଯାଇ ପହଂଚି ନାହାଁନ୍ତି, ଯେଉଁଠାରେ ଆମର ଭାରତ ପହଂଚିଛି ଭାଇ । G-20ର ବିଶ୍ୱର ଲୋକମାନଙ୍କ ମଧ୍ୟରେ ବୋଧହୁଏ ଏତେ ମାତ୍ରାରେ ଚର୍ଚ୍ଚା ହୋଇ ନ ଥିବ, ଯେତିକି ଭାରତ କାରଣରୁ G-20 ଜି ର ଚର୍ଚ୍ଚା ହୋଇଛି । କୌଣସି ମଧ୍ୟ ବ୍ୟକ୍ତି ଏପରି ନ ଥିବେ, ଯାହାଙ୍କୁ କି, G-20 ଜି କଥା ଜଣା ନ ଥିବ, କ୍ରିକେଟରେ 20-20 ବିଷୟରେ ଜଣା ନ ଥିବ, କିନ୍ତୁ G-20 ସମ୍ପର୍କରେ ଜଣାଥିବ ଏପରି ବାତାବରଣ ସୃଷ୍ଟି ହୋଇଗଲା । G-20 ରେ ବିଶ୍ୱର ନେତା ଭାରତର କୋଣ ଅନୁକୋଣକୁ ଗଲେ, ଆଉ ଶେଷରେ ଦିଲ୍ଲୀରେ ମଧ୍ୟ ଭାରତର ବୈଭବ ଏବଂ ଭାରତର ଲୋକମାନଙ୍କର କ୍ଷମତା ଦେଖିଲେ, ବିଶ୍ୱ ଚକିତ ହୋଇଗଲା ବନ୍ଧୁଗଣ, ସାରା ବିଶ୍ୱର ନେତାମାନଙ୍କ ମନରେ ଭାରତକୁ ନେଇ କୌତୁହଳ ଜାଗ୍ରତ ହେବାକୁ ଲାଗିଲା । ଭାରତର ସାମର୍ଥ୍ୟ ଆଉ ତାଙ୍କର କ୍ଷମତାର ପରିଚୟ ସମଗ୍ର ବିଶ୍ୱକୁ ଦେଖା ଯାଉଛି । ଭାରତରେ ଆଜି ଗୋଟିଏରୁ ବଳି ଆଉ ଗୋଟିଏ ଆଧୁନିକ ଭିତିଭୂମିର ନିର୍ମାଣ ହେଉଛି । ସଡ଼କ, ରେଳ କିମ୍ବା ବିମାନବନ୍ଦର ହେଉ, ଆଜି ଯେତେ ମଧ୍ୟ ନିବେଶ ଭାରତର କୋଣ ଅନୁକୋଣରେ, ଗୁଜରାଟର କୋଣ- ଅନୁକୋଣରେ ହେଉଛି । ଆଜିଠାରୁ ବର୍ଷ- ବର୍ଷ ପୂର୍ବେ ଏହାର ନାଁ ଗନ୍ଧ ନ ଥିଲା ବନ୍ଧୁଗଣ। ଆଜି ଏତେ ବଡ଼ କାର୍ଯ୍ୟ ହେଉଛି, କିନ୍ତୁ ଭାଇ- ଭଉଣୀମାନେ ଗୋଟିଏ କଥା ଆପଣମାନେ ବହୁତ ଭଲ ଭାବେ ଜାଣିଛନ୍ତି, ଯେ ବିକାଶର ଯେଉଁ ବଡ଼- ବଡ଼ କାର୍ଯ୍ୟ ହେଉଛି, ସାହସର ସହିତ ଯେଉଁ ସବୁ ନିଷ୍ପତି ନିଆ ଯାଉଛି ଆଉ ଗୁଜରାଟ, ଯିଏ ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେଥିରେ ବିଗତ ସମୟରେ ଦୃଢ଼ତାର ସହିତ କାର୍ଯ୍ୟ କରାଯାଇଛି । ଆଉ ଆପଣମାନଙ୍କୁ ଜଣାଅଛି ଯେ ଆପଣଙ୍କର ନରେନ୍ଦ୍ର ଭାଇ, ଆପଣମାନଙ୍କୁ ଏଭଳି ଲାଗୁ ନ ଥିବ ଯେ ପ୍ରଧାନମନ୍ତ୍ରୀ ଆସିଛନ୍ତି । ଆପଣମାନଙ୍କୁ ଏଭଳି ଲାଗିବ ଯେ ଆମର ନରେନ୍ଦ୍ର ଭାଇ ଆସିଛନ୍ତି । ଏହାଠାରୁ ଭଲ ଆଉ କ’ଣ ହୋଇପାରେ ଭାଇ, ଆଉ ନରେନ୍ଦ୍ର ଭାଇଙ୍କୁ ଆପଣ ଚିହ୍ନନ୍ତି, ଯେ ଯଦି ସେ ଥରେ ସଂକଳ୍ପ କରି ନିଅନ୍ତି ତେବେ ତାହାକୁ ପୂରଣ କରି ହିଁ ରହନ୍ତି । ଆଉ ଆପଣମାନେ ସମସ୍ତେ ମୋତେ ଭଲ ଭାବେ ଜାଣିଛନ୍ତି ଯେ, ଆଜି ଯେଉଁ ଦେଶରେ ଦ୍ରୁତ ଗତିରେ ବିକାଶ ହେଉଛି, ଆଜି ଯେଉଁ ବିଶ୍ୱରେ ବାଃହ ବାଃହ ଏବଂ ଚର୍ଚ୍ଚା ହେଉଛି । ତାହାର ମୂଳରେ କେଉଁ ଶକ୍ତି ରହିଛି ଜଣାଅଛି, ଆଜି ବିଶ୍ୱରେ ଜୟ- ଜୟକାର ହେଉଛି ତାହାର ମୂଳରେ କେଉଁ ଶକ୍ତି ରହିଛି ଭାଇ, ଏହି ଦେଶର କୋଟି- କୋଟି ଜନତାଙ୍କର ଶକ୍ତି ରହିଛି । ଯେଉଁମାନେ ଦେଶରେ ସ୍ଥିର ସରକାର ଗଠନ କରିଛନ୍ତି। ଆଉ ଆମେ ତ’ ଗୁଜରାଟର ଅନୁଭବୀ ରହି ଆସିଛୁ, ଦୀର୍ଘ ସମୟ ଧରି ଗୁଜରାଟରେ ସ୍ଥିର ସରକାର ରହିଥିବା କାରଣରୁ ପୂର୍ଣ୍ଣ ବହୁମତର ସରକାର ରହିଥିବା କାରଣରୁ ଆମେ ଗୋଟିଏ ପରେ ଗୋଟିଏ ନିଷ୍ପତି ନେଇ ପାରିଛୁ ଆଉ ତାହାର ଲାଭ ମଧ୍ୟ ଗୁଜରାଟକୁ ହୋଇଛି । ଯେଉଁଠାରେ ପ୍ରାକୃତିକ ସଂସାଧନର ଅଭାବ ରହିଥାଏ, ସେଠାରେ ଯଦି କିଏ ନିଜର ଝିଅ ଦେବାକୁ ଚାହିଁବେ ତେବେ 100ଥର ଚିନ୍ତା କରୁଥିଲେ, ଜଳର ସଙ୍କଟ ସହିତ ଲଢ଼ୁଥିବା ଏହି କ୍ଷେତ୍ର, ତାହା ଆଜି ବିକାଶର ପଥରେ ଅଗ୍ରସର ହୋଇଛି । ତାହାର ମୂଳରେ ଶକ୍ତି ରହିଛି । ଏକ ସମୟ ଥିଲା ବୁଲିବାଲି କରି ଗୋଟିଏ ଡାଏରି, ତା’ ଛଡ଼ା ଆମ ପାଖରେ କିଛି ନ ଥିଲା । ଆଉ ଆଜି ତ’ ଆମର ଚାରି ପାଖରେ ବିକାଶର ନୂଆ- ନୂଆ କ୍ଷେତ୍ର, ସେହି ସମୟରେ ପିଇବା ପାଣିର ସମସ୍ୟା ଥିଲା । ନା ହିଁ ଜଳସେଚନ ପାଇଁ ପାଣି ଥିଲା, ପ୍ରାୟତଃ ସମଗ୍ର ଉତର ଗୁଜରାଟର ଏକ ବଡ଼ କ୍ଷେତ୍ର ଅନ୍ଧକାର ଜୋନକୁ ଫସି ହୋଇ ରହିଥିଲା । ଆଉ ସେଥିରେ ପାଣି ମଧ୍ୟ ତଳେ, ହଜାରେ- ବାର ଶହ ଫୁଟ ତଳେ, ଟ୍ୟୁବୱେଲ ବା ନଳକୂଅ ମଧ୍ୟ ବନ୍ଦ ହୋଇଯାଏ, ଏଭଳି ପରିସ୍ଥିତି ଥିଲା, ବାରମ୍ବାର ଟ୍ୟୁବୱେଲ ଲଗାଇବାକୁ ପଡ଼ୁଥିଲା ଏବଂ ବାରମ୍ବାର ମୋଟର ମଧ୍ୟ ବିଗଡ଼ି ଯାଉଥିଲା । ଅନେକ ପ୍ରକାରର ଅସୁବିଧା ମଧ୍ୟରେ ବଂଚୁଥିଲେ, ଏହିସବୁ ଅସୁବିଧାରୁ ଆମେ ସବୁ ବାହାରି ଆସିଛୁ । ପୂର୍ବରୁ କୃଷକମାନଙ୍କୁ ବଡ଼ କଷ୍ଟରେ ଗୋଟିଏ ଫସଲ ମିଳୁଥିଲା । ଆଜି ଦୁଇ- ଦୁଇଟି, ତିନି- ତିନୋଟି ଫସଲ ମିଳିବାର ଗ୍ୟାରେଂଟି ମିଳିଯାଇଛି ବନ୍ଧୁଗଣ । ଏହି ପରିସ୍ଥିତିରେ ଆମେ ସଂକଳ୍ପ ନେଇଛୁ ଯେ ଉତର ଗୁଜରାଟର ଜୀବନ ବଦଳାଇବୁ । ଉତର ଗୁଜରାଟର କାୟାକଳ୍ପ କରିବୁ, ସମୁଦ୍ରର ବିସ୍ତାର କରିବୁ ଆଉ ଆଦିବାସୀ କ୍ଷେତ୍ରର କାୟାକଳ୍ପ କରିବୁ । ଆଉ ସେଥିରେ ଏକ ବଡ଼ କାର୍ଯ୍ୟ କରିଛୁ ଆଉ ଯୋଗାଯୋଗ ଉପରେ ଗୁରୁତ୍ୱ ଦେଲୁ । ପାଣିର କଥା ହେଉ, ଯୋଗାଣ କଥା ହେଉ, ସିଂଚନ ହେଉ ତାହା ଉପରେ ଗୁରୁତ୍ୱ ଦେଲୁ । କୃଷି କ୍ଷେତ୍ରର ବିକାଶ ପାଇଁ ସମ୍ପୂର୍ଣ୍ଣ ଶକ୍ତି ଲଗାଇଲୁ । ଏହି କାରଣରୁ ଏବେ ଗୁଜରାଟ ଧୀରେ- ଧୀରେ ଔଦ୍ୟୋଗିକ ବିକାଶ ଆଡ଼କୁ ଅଗ୍ରସର ହେଉଛି । ଆଉ ଆମର ଲକ୍ଷ୍ୟ ଥିଲା ଯେ ଉତର ଗୁଜରାଟରେ ଏଠାକାର ଲୋକଙ୍କୁ ଏହିଠାରେ ରୋଜଗାର ମିଳୁ । ନଚେତ ମୁଁ ଯେତେବେଳେ ପାଠ ପଢ଼ୁଥିଲି, କୌଣସି ମଧ୍ୟ ଗାଁରେ କାହାକୁ ମଧ୍ୟ ପଚାରିବେ, କ’ଣ କରୁଛନ୍ତି, ତେବେ କହୁଥିଲେ ଶିକ୍ଷକ ଅଛି । ପଚରାଯାଉଥିଲା ତେବେ କହୁଥିଲେ ଯେ କଚ୍ଛରେ ଚାକିରୀ କରୁଛି । ବଡ଼ଭାଗର ଗାଁ ମଧ୍ୟରୁ ଦୁଇ- ପାଂଚ, ଦୁଇ- ପାଂଚ ଶିକ୍ଷକ ଗୁଜରାଟର କୂଳରେ କେଉଁଠିକୁ ଚାକିରୀ କରିବାକୁ ଯାଉଥିଲେ । କାହିଁକି ନା ଏଠାରେ ରୋଜଗାର ନ ଥିଲା, ଆଜି ଉଦ୍ୟୋଗର ପତାକା ଲହରାଉଛି । ନର୍ମଦାର ପାଣି, ମହିର ପାଣି ଯାହା ସମୁଦ୍ରକୁ ଯାଉଥିଲା, ଏବେ ଆମର କୃଷି କ୍ଷେତରେ ପହଂଚିଛି । ମାଆ ନର୍ମଦାଙ୍କ ନାମ ସ୍ମରଣ ମାତ୍ରେ ହିଁ ପବିତ୍ରତା ମିଳିଥାଏ, ଆଜି ମାଆ ନର୍ମଦା ଆମର ଘରେ- ଘରେ ପହଂଚିଛନ୍ତି । ଆଜି 20-25 ବର୍ଷ ବୟସର ଯେଉଁ ନବ ଯୁବକ ଅଛନ୍ତି ନା’ ସେମାନଙ୍କୁ ହୁଏତ ଜଣା ମଧ୍ୟ ନ ଥିବ ଯେ ତାଙ୍କ ମାଆ- ବାପା କେତେ ଅସୁବିଧା ମଧ୍ୟରେ ଜୀବନ ବିତାଇଛନ୍ତି । ଆଜି ତାଙ୍କୁ କୌଣସି ଅସୁବିଧା ପରିସ୍ଥିତି ଦେଖିବାକୁ ନ ପଡ଼ୁ ଆମେ ଏହିଭଳି ଗୁଜରାଟ ନିର୍ମାଣ କରିଛୁ । ସୁଜଳାମ୍‌- ସୁଫଳାମ୍ ଯୋଜନା ଏବଂ ଆଜି ମୁଁ ଉତର ଗୁଜରାଟର କୃଷକମାନଙ୍କୁ ବାରମ୍ବାର କୃତଜ୍ଞତା ଜଣାଉଛି ଯେ, ସେମାନେ ଗୋଟିଏ ଥରରେ ହିଁ ସୁଜଳାମ୍‌- ସୁଫଳାମ୍ ପାଇଁ ଜମି ଦେଇ ଦେଇଥିଲେ । ପ୍ରାୟତଃ 500 କିଲୋମିଟର କେନାଲ, ଗୋଟିଏ ହେଲେ ମଧ୍ୟ କୋର୍ଟ- କଚେରୀ ମାମଲା ହୋଇ ନାହିଁ । ଲୋକମାନେ ଜମି ଦେଲେ, ମାଟି କେନାଲ ନିର୍ମାଣ ହୋଇଗଲା, ପାଣି ବୋହିବାକୁ ଲାଗିଲା ଆଉ ଜଳର ସ୍ତର ଉପରକୁ ଆସିବାକୁ ଲାଗିଲା । ସାବରମତୀର ଅଧିକରୁ ଅଧିକ ପାଣି ଏହି ଅଂଚଳର ଲୋକମାନଙ୍କୁ ମିଳୁ ଏହିଭଳି ବ୍ୟବସ୍ଥା କରାଯାଇଛି । ଆମେ ଛଅଟି ବ୍ୟାରେଜ ନିର୍ମାଣ କରିଛୁ, ସେଥିପାଇଁ ଆମେ କାମ କରିଛୁ ଆଉ ଆଜି ଗୋଟିଏ ବ୍ୟାରେଜର ଲୋକାର୍ପଣର କାର୍ଯ୍ୟ ମଧ୍ୟ ହୋଇଛି । ଏହାର ବଡ଼ ଲାଭ ଆମର କୃଷକ ଭାଇମାନଙ୍କୁ ଆଉ ହଜାର- ହଜାର ଗାଁକୁ ହେବାକୁ ଯାଉଛି ।

ମୋର ପରିବାରଜନ,

ଜଳସେଚନର ଏହିସବୁ ଯୋଜନାଗୁଡ଼ିକର କାର୍ଯ୍ୟ ହିଁ ହୋଇଛି, କିନ୍ତୁ ସେଥିରେ 20-22 ବର୍ଷରେ ଉତର ଗୁଜରାଟର ଜଳସେଚନର ବ୍ୟାପକତା ପ୍ରାୟତଃ ଅନେକ ଗୁଣ ବଢ଼ିଯାଇଛି । ଆଉ ମୁଁ ତ’ ଖୁସି ଅନୁଭବ କରୁଛି ଯେ ଯେତେବେଳେ ଆରମ୍ଭରେ ମୁଁ ଉତର ଗୁଜରାଟର ଲୋକମାନଙ୍କୁ କହୁଥିଲି ଯେ ଆମକୁ ଫୁଆରା (ସ୍ପ୍ରିଙ୍କଲର) ଜଳସେଚନ କରିବାକୁ ପଡ଼ିବ ସେତେବେଳେ ସମସ୍ତେ ମୋର ଚୁଟିକୁ ଟାଣୁଥିଲେ, ରାଗୁଥିଲେ, କହୁଥିଲେ ସାହେବ ଏଥିରେ କ’ଣ ହେବ । ଏବେ ମୋର ଉତର ଗୁଜରାଟର ପ୍ରତ୍ୟେକ ଜିଲ୍ଲା ଫୁଆରା (ସ୍ପ୍ରିଙ୍କଲର) ଜଳସେଚନ, ଲଘୁ ଜଳସେଚନ ଆଉ ନୂତନ କୌଶଳ ଆପଣାଇବାକୁ ଲାଗିଛି ଆଉ ଏହି କାରଣରୁ ଉତର ଗୁଜରାଟର କୃଷକମାନଙ୍କୁ ଅନେକ ପ୍ରକାରର ଫସଲ କରିବାର ସମ୍ଭାବନା ସୃଷ୍ଟି ହୋଇଛି । ଆଜି ବନାସକାଣ୍ଠାରେ ପ୍ରାୟ 70 ପ୍ରତିଶତ ଭଳି ଅଂଶରେ ଲଘୁ ଜଳସେଚନ ବ୍ୟବସ୍ଥା ହୋଇ ଯାଇଛି । ଏତିକି ହିଁ ଜଳସେଚନ ଏବଂ ନୂତନ ଟେକ୍ନୋଲୋଜି କାରଣରୁ ଯେଉଁ ସାହାଯ୍ୟ ମିଳିଛି, ତାହାର ଲାଭ ଆମର ସମଗ୍ର ଗୁଜରାଟର ଶୁଷ୍କ ଅଂଚଳକୁ ମଧ୍ୟ ମିଳୁଛି । ଯେଉଁଠାରେ କେବେ କୃଷକ କଷ୍ଟକରି ଜୀବନ ଯାପନ କରୁଥିଲା, ବହୁ କଷ୍ଟ କରିବା ପରେ ଫସଲ ଉତ୍ପାଦନ ହେଉଥିଲା, ସେ ଆଜି ଗହମ, ଅରଣ୍ଡ, ଚଣାର ଏଥିରେ ଅଳ୍ପ- ଅଳ୍ପ ଉତ୍ପାଦନ କରି ସେଥିରୁ ବାହାରକୁ ଆସି ଅନେକ ନୂତନ ଫସଲ ଆଡ଼କୁ ବଢ଼ିଛି । ଆଉ ରବି ଫସଲ ଉତ୍ପାଦନ କରିବାକୁ ଲାଗିଛି, ଆଉ ଆପଣ ତ’ ପାନମଧୁରୀ, ଧଳା ଜିରା, ଇସବଗୁଲର ଜୟ ଜୟକାର ଚାରି ଆଡ଼େ ପଡ଼ୁଛି ଭାଇ । ଇସବଗୁଲ ଆପଣଙ୍କୁ ମନେଥିବ, କୋଭିଡ଼ ପରେ ଦୁଇଟି ଜିନିଷ କଥା ବିଶ୍ୱରେ ଚର୍ଚ୍ଚା ହୋଇଥିଲା, ଗୋଟିଏ ଆମର ହଳଦୀ ଆଉ ଅନ୍ୟଟି ଆମର ଇସବଗୁଲ ଆଜି ସାରା ବିଶ୍ୱରେ ଏହାର ଚର୍ଚ୍ଚା ହେଉଛି । ଆଜି 90 ପ୍ରତିଶତ ଇସବଗୁଲ, ତାହାର ପ୍ରକ୍ରିୟାକରଣ ଉତର ଗୁଜରାଟରେ ହେଉଛି । ଆଉ ବିଦେଶରେ ମଧ୍ୟ ଇସବଗୁଲର ଗୁଣଗାନ କରାଯାଉଛି । ଲୋକମାନଙ୍କ ମଧ୍ୟରେ ଇସବଗୁଲର ବ୍ୟବହାର ବଢ଼ୁଛି । ଆଜି ଉତର ଗୁଜରାଟ ଫଳ, ପନିପରିବା, ଆଳୁ ଏସବୁର ଉତ୍ପାଦନରେ ଆଗକୁ ବଢ଼ୁଛି । ଆଳୁ ହେଉ, ଗାଜର ହେଉ, ଏପରିକି ଆମ୍ବ, ଅଁଳା, ଡାଳିମ୍ବ, ପିଜୁଳି, ଲେମ୍ବୁ କ’ଣ କ’ଣ ସବୁ ହେଉ ନାହିଁ । ଗୋଟିଏ କାର୍ଯ୍ୟ ଯାହାକୁ ମୂଳରୁ କରିବା ନା’ ତେବେ ପିଢ଼ୀମାନେ ନିସ୍ତରି ଯାଆନ୍ତି, ଏହିଭଳି କାର୍ଯ୍ୟ ଆମେ କରିଛୁ । ଆଉ ସେହି କାରଣରୁ ଆମେ ଭବ୍ୟ ଜୀବନ ଜୀଉଁଛୁ । ଆଉ ଉତର ଗୁଜରାଟର ଆଳୁ ତ’ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରୁଛି । ମୁଁ ଯେତେବେଳେ ଏଠାରେ ଥିଲି ସେତେବେଳେ କେନ୍ଦ୍ରର କମ୍ପାନୀ ସବୁ ଆସୁଥିଲା ପଚାରିବା ପାଇଁ, ଆଜି ରପ୍ତାନୀ ଗୁଣବତାର ଆଳୁ ଆମର ଉତର ଗୁଜରାଟରେ ଉତ୍ପାଦନ ହେବାକୁ ଲାଗିଲାଣି । ତାହାର ଉତ୍ପାଦ  ସତ୍ୱାଧିକାର ଆଜି ବିଦେଶକୁ ଯିବାକୁ ଲାଗିଲାଣି । ଆଜି ଡିସାର ଆଳୁ, ଜୈବିକ କୃଷି  ତାହାର ହବ୍ ବା କେନ୍ଦ୍ର ରୂପେ ବିକଶିତ ହେଉଛି । ଆଉ ତାହାର ବିଶେଷ ଚାହିଦା ହେଉଛି । ବନାସକାଣ୍ଠାରେ ଆଳୁର ପ୍ରକ୍ରିୟାକରଣର ବଡ଼- ବଡ଼ ପ୍ଲାଣ୍ଟ ଲାଗିଛି, ଯାହାର ଲାଭ ଆମର ଆଳୁ ଉତ୍ପାଦନ କରୁଥିବା ବାଲିଆ ଜମିରୁ ସୁନା ତିଆରି କରିବାର କାର୍ଯ୍ୟ ହେଉଛି । ମହେସାଣାରେ ଏଗ୍ରି ଫୁଡ଼ ପାର୍କ ପ୍ରତିଷ୍ଠା ହେଲା, ଏବେ ବନାସକାଣ୍ଠାରେ ମଧ୍ୟ ମେଗା ଫୁଡ଼ ପାର୍କ ତିଆରି ହେବାର କାର୍ଯ୍ୟ ଆଗକୁ ବଢ଼ୁଛି ।

ମୋର ପରିବାରଜନ,

ଏହି ଉତ୍ତର ଗୁଜରାଟରେ ମୋର ମାଆ- ଭଉଣୀଙ୍କୁ ମୁଣ୍ଡ ଉପରେ ପାଣିର ଗରା ଧରି 5-10 କିଲୋମିଟର ଯିବାକୁ ପଡ଼ୁଥିଲା । ଆଜି ଘରେ ନଳ ମାଧ୍ୟମରେ ଜଳ ଆସିବାକୁ ଲାଗିଲା, ମୋର ମାଆ- ଭଉଣୀଙ୍କର ଯେତିକି ଆଶୀର୍ବାଦ ମିଳୁ, ଆଉ ମୋତେ ତ’ ମୋର ମାଆ- ଭଉଣୀଙ୍କର ଆଶୀର୍ବାଦ ସବୁବେଳେ ହିଁ ରହି ଆସିଛି, ଆଉ କେବଳ ଗୁଜରାଟ ହିଁ ନୁହେଁ, ହିନ୍ଦୁସ୍ତାନର କୋଣ- ଅନୁକୋଣରୁ ହିଁ ମୋର ମାଆ- ଭଉଣୀଙ୍କର ଯେଉଁ ଆଶୀର୍ବାଦ ମିଳିଛି ନା’ ତାହାର କଳ୍ପନା ମଧ୍ୟ ମୁଁ କରି ପାରିବି ନାହିଁ, କାରଣ ଏହା ଯେ, ପାଣି ଭଳି ମୌଳିକ ସୁବିଧା, ଶୌଚାଳୟ ଭଳି ସୁବିଧା, ଜଳ ବିପ୍ଳବର ଯେଉଁ ଅଭିଯାନ ଆଗକୁ ବଢ଼ାଇଛୁ । ଭଉଣୀମାନଙ୍କ ନେତୃତ୍ୱରେ ଏହି ବ୍ୟବସ୍ଥା ବିକଶିତ ହୋଇଛି । ଘର- ଘର ପାଣି, ପାଣିର ସଂରକ୍ଷଣର ଅଭିଯାନ, ଏହାକୁ ମଧ୍ୟ ଆମେ ଶକ୍ତି ପ୍ରଦାନ କରିଛୁ । ଯେଉଁ କାରଣରୁ ଗୁଜରାଟର ଘରେ- ଘରେ ପାଣି ପହଂଚାଇଛୁ, ହିନ୍ଦୁସ୍ତାନର ଘରମାନଙ୍କରେ ପାଣି ପହଂଚାଇବାର କାର୍ଯ୍ୟ ଚାଲୁ ରହିଛି । ହର୍ ଘର୍ ଜଲ ଅଭିଯାନ, ଆମର ଆଦିବାସୀ କ୍ଷେତ୍ର ହେଉ, ଟେକରିୟାଁ ହେଉ, ଛୋଟ- ଛୋଟ ପର୍ବତମାଳା ହେଉ, କୋଟି- କୋଟି ଲୋକଙ୍କ ଜୀବନକୁ ବଦଳାଇବାର କାର୍ଯ୍ୟ ହୋଇଛି ।

ମୋର ପ୍ରିୟ ପରିବାରଜନ,

ଆମର ଭଉଣୀମାନଙ୍କର ବହୁତ ବଡ଼ ଭାଗିଦାରୀ ଡାଏରୀ ବା ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ରହିଛି, ଏଭଳି କହିବି ଯେ ଆମର ଗୁଜରାଟର ଡାଏରୀ ଗୁଡ଼ିକର ପରିଚାଳନା ହିଁ ମୋର ମାଆ- ଭଉଣୀମାନଙ୍କର ପରିଶ୍ରମ ଫଳରେ ହେଉଛି, ଆଉ ଡାଏରୀ କ୍ଷେତ୍ରର ବିକାଶ କାରଣରୁ ଆଜି ଘରର ରୋଜଗାରରେ ସ୍ଥିରତା ଆସିଛି, ଯେଉଁଥିରେ ମୋର ମାଆ- ଭଉଣୀମାନଙ୍କର ବହୁତ ବଡ଼ ଯୋଗଦାନ ରହିଛି । କିଛି ହୋଇ ନାହାଁନ୍ତି, କିନ୍ତୁ 50 ଲକ୍ଷ କୋଟିର ଦୁଗ୍ଧର ବ୍ୟବସାୟ ସରଳତାର ସହିତ କରୁଥିବେ ଏହା ହେଉଛି ମୋର ମାଆ- ଭଉଣୀମାନଙ୍କର ଶକ୍ତି । ଗତ ବର୍ଷ ଉତ୍ତର ଗୁଜରାଟରେ ଶହ- ଶହ ନୂତନ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରାଯାଇଛି, ତାହାର କାରଣ ହେଉଛି ଯେ ଆମେ ତାହାର ଶକ୍ତି ବିଷୟରେ ବୁଝିଛୁ । ପଶୁମାନଙ୍କର ସ୍ୱାସ୍ଥ୍ୟ ଭଲ ରହୁ, ଉତମରୁ ଅତି ଉତମ ସେବା ମିଳୁ ଆଉ ଆମର ପଶୁମାନଙ୍କର ଦୁଗ୍ଧ ଉତ୍ପାଦନ କରିବାର ସାମର୍ଥ୍ୟ ବୃଦ୍ଧି ହେଉ ସେହି ଆଡକୁ ଆମେ ଧ୍ୟାନ ଦେଉଛୁ । ଦୁଇଟି ପଶୁ ଠାରୁ ଯେତିକି ଦୁଗ୍ଧ ମିଳିଥାଏ, ସେଥିପାଇଁ ଚାରୋଟି ପଶୁ ପାଳିବାର ଆବଶ୍ୟକତା ନ ହେଉ ସେହି ଆଡକୁ ଆମେ ଅଗ୍ରସର ହେଉଛୁ । ବିଗତ ଦୁଇ ଦଶକ ମଧ୍ୟରେ ଗୁଜରାଟରେ 800ରୁ ଅଧିକ ନୂତନ ଗ୍ରାମ ଡାଏରୀର ସମବାୟ ସମିତି ଆମେ ନିର୍ମାଣ କରିଛୁ । ଆଜି ବନାସ ଡାଏରୀ, ଦୁଧସାଗର ଡାଏରୀ, ସାବର ଡାଏରୀ ହେଉ, ଏହାର ଅଦ୍ଭୂତପୂର୍ବ ବିସ୍ତାର ହେଉଅଛି । ଆଉ ଦେଶ ଏବଂ ବିଦେଶରୁ ଲୋକ ଆମର ଏହି ଡାଏରୀର ମଡେଲକୁ ଦେଖିବାକୁ ଆସୁଛନ୍ତି । ଦୁଗ୍ଧ ସହିତ କୃଷକମାନଙ୍କୁ ଅନ୍ୟ ଉତ୍ପାଦ ମିଳିପାରୁ ସେଥିପାଇଁ ମଧ୍ୟ ଆମେ ପ୍ରକ୍ରିୟାକରଣର ବଡ଼- ବଡ଼ କେନ୍ଦ୍ର ସ୍ଥାପନ କରିଛୁ ।

ମୋର ପରିବାରଜନ,

ଡାଏରୀ କ୍ଷେତ୍ରର କୃଷକମାନେ ତ’ ଜାଣିଛନ୍ତି, ପଶୁ ହେଉଛି ସେମାନଙ୍କ ପାଇଁ କେତେ ବଡ଼ ଧନ, ଅଉ କୃଷକମାନଙ୍କର ଯେଉଁ ପଶୁ ଧନ ରହିଛି ନା’ ତାହାର ରକ୍ଷା କରିବା ପାଇଁ ଆପଣମାନଙ୍କୁ ଯେଭଳି କୋଭିଡ଼ ସମୟରେ ଏହି ମୋଦୀ ସାହେବ ଟିକା ପଠାଇଲେ ନା ମାଗଣାରେ ଜଣ- ଜଣଙ୍କର ଜୀବନ ବଂଚାଇଲେ ନା । ଆପଣଙ୍କର ପୁଅ ଏହି କାର୍ଯ୍ୟ କରିଛି, କିନ୍ତୁ ଲୋକମାନଙ୍କର ନୁହେଁ ଆମେ ପଶୁମାନଙ୍କର ମଧ୍ୟ ଟିକା ନିର୍ମାଣ କରୁଛୁ । ଆଉ ପ୍ରାୟ 15 ହଜାର କୋଟି ଟଙ୍କାରେ ପଶୁମାନଙ୍କର ମାଗଣାରେ ଟିକା ଅଭିଯାନ ଚାଲୁ ରହିଛି । ଏଠାରେ ବିଶାଳ ସଂଖ୍ୟାରେ ମୋର କୃଷକ ଏବଂ ପଶୁପାଳକ ଅଛନ୍ତି, ସେମାନଙ୍କୁ ଅନୁରୋଧ ଯେ ଏହି ଟିକାକରଣ ଆପଣଙ୍କର ପଶୁମାନଙ୍କର ହୋଇଯାଉ, ଏହା ହେଉଛି ସେମାନଙ୍କର ଜୀବନ ପାଇଁ ବହୁତ ହିଁ ଉପଯୋଗୀ । ଟିକାକରଣ କରାଇନେବା ଉଚିତ, ବନ୍ଧୁଗଣ ଦୁଗ୍ଧ ତ’ ବିକ୍ରି ହୋଇଥାଏ କିନ୍ତୁ ଏବେ ଗୋବରର ବ୍ୟବସାୟ ହେଉ, ସେଥିରୁ ମଧ୍ୟ କୃଷକମାନଙ୍କର ରୋଜଗାର ହେଉ, ଗୋବରଧନ ପାଇଁ ଆମେ ବଡ଼ କାର୍ଯ୍ୟ କରୁଅଛୁ, ଏହି କାର୍ଯ୍ୟ ସମଗ୍ର ଦେଶରେ ହେଉଅଛି । ଆଉ ଆମର ବନାସ ଡାଏରୀରେ ତ’ ସିଏନଜିର ପ୍ଲାଣ୍ଟ ମଧ୍ୟ ଗୋବରରୁ କରିବାର କାର୍ଯ୍ୟ ଆରମ୍ଭ ହୋଇଗଲାଣି । ଗୋବରଧନ ଯୋଜନାର ପ୍ଲାଣ୍ଟ ଆଜି ସବୁ ଜାଗାରେ ଲାଗିଲାଣି । ଜୈବ ଗ୍ୟାସ, ଜୈବ ସିଏନଜି ତାହାର ଶୁଭାରମ୍ଭ ହେଉଛି ଆଉ ଏବେ ତ’ ଦେଶରେ ବଡ଼ ଜୈବ ଇନ୍ଧନର ଅଭିଯାନ ମଧ୍ୟ ଚାଲୁ ରହିଛି, ଯେଉଁଥି ପାଇଁ ଏହି ମୋର କୃଷକଙ୍କ କ୍ଷେତର ପଶୁମାନଙ୍କର ଯେଉଁ ଆବର୍ଜନା ନିଷ୍କାସିତ ହେଉଛି ସେଥିରୁ ମଧ୍ୟ ରୋଜଗାର ହେଉ ତାହା ଉପରେ ମଧ୍ୟ କାର୍ଯ୍ୟ ଚାଲୁ ରହିଛି । ଗୋବରରୁ କିଭଳି ବିଜୁଳି ହୋଇ ପାରିବ, ସେହି ଦିଗରେ ମଧ୍ୟ ଆମେ ଆଗକୁ ବଢ଼ୁଛୁ ।

ମୋର ପ୍ରିୟ ପରିବାରଜନ,

ଉତ୍ତର ଗୁଜରାଟ ଆଜି ବିକାଶର ଆଜି ଉଚ୍ଚତାକୁ ଛୁଇଁବାର କାରଣ ହେଉଛି ଦିନରାତି ବିକାଶ ମୂଳକ କାର୍ଯ୍ୟ ଚାଲିଛି । କିଛି ଦଶନ୍ଧି ପୂର୍ବରୁ ଆମେ ଭାବୁଥିଲୁ ଯେ ଉତ୍ତର ଗୁଜୁରାଟକୁ କୌଣସି ଶିଳ୍ପ ଆସିପାରିବ ନାହିଁ, ଆଜି ଦେଖନ୍ତୁ ଏହା ବିରମଗାମ ଠାରୁ ନେଇ ସମ୍ପୂର୍ଣ୍ଣ ଅଞ୍ଚଳ, ମାଣ୍ଡଳଠାରୁ ବାହୁଚରାଜୀ ପର୍ଯ୍ୟନ୍ତ ବୁଳି ବୁଲି ମେହସାନା ଆଡକୁ ଆସୁଛି । ଆଉ ଉତ୍ତର ଗୁଜରାଟ ଆଡକୁ ଯାଉଛି, ଏହି ପାର୍ଶ୍ୱରେ ରାନ୍ଧାନପୁର ଆଡକୁ ଯାଉଛି । ଆପଣ କଳ୍ପନା କରନ୍ତୁ, ଏହି ସମଗ୍ର ଅଞ୍ଚଳରେ ଅଟୋମୋବାଇଲ ଶିଳ୍ପ ବ୍ୟାପକ ଭାବେ ବୃଦ୍ଧି ପାଉଛି । ମାଣ୍ଡଳ, ବାହୁଚରାଜୀ ଏହି ସମଗ୍ର ଅଞ୍ଚଳ ଅଟୋମୋବାଇଲ ଶିଳ୍ପ, ସେତେବେଳେ ଏହି ମୋର ଉତ୍ତର ଗୁଜୁରାଟର ଲୋକଙ୍କୁ ଚାକିରୀ ପାଇଁ ବାହାରକୁ ଯିବାକୁ ପହୁଥିଲା, ଆଉ ଆଜି ବାହାରର ଲୋକ ଉତ୍ତର ଗୁଜୁରାଟକୁ ଚାକିରୀ ପାଇଁ ଆସିବାରେ ଲାଗିଛନ୍ତି ।  ଏଭଳି ହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଦଶ ବର୍ଷ ମଧ୍ୟରେ ଆମେ ଶିଳ୍ପାୟନ ସହିତ ଆଗକୁ ବଢିଛୁ । ଆଜି ଆୟ ଦ୍ୱିଗୁଣିତ ହୋଇଛି । ମେହସାନାରେ ଖାଦ୍ୟ ପ୍ରକ୍ରିୟାକରଣ ସହିତ ଫାର୍ମାସ୍ୟୁଟିକାଲ୍ ଏବଂ ଇଞ୍ଜିନିୟରିଂ ଶିଳ୍ପର ମଧ୍ୟ ବିକାଶ ଆରମ୍ଭ ହୋଇଛି। ବନସକାଣ୍ଠା, ସାବର କାଣ୍ଠା, ଏହା ତସେରାମିକ ଦିଗରେ ଆଗକୁ ବଢୁଛି।  ମୁଁ ଯେତେବେଳେ ଛୋଟ ଥିଲି, ସେତେବେଳେ ମୁଁ ଶୁଣିଥିଲି ଯେ ସର୍ଦ୍ଦାରପୁର ଓ ଆଖପାଖର ମାଟି ସେରାମିକ ପାଇଁ ନିଆଯାଉଥିଲା। ଆଜି ଏହାକୁ ତୃଣମୂଳ ସ୍ତରକୁ ଆଣିବାର କାର୍ଯ୍ୟ କରାଯାଇଛି।

ମୋର ପ୍ରିୟ ପରିବାରଜନ,

ଆଗାମୀ ସମୟରେ ଦେଶ ସବୁଜ ହାଇଡ୍ରୋଜେନ ଭାବେ ଏକ ଶକ୍ତିଶାଳୀ ମାଧ୍ୟମ ସହିତ ଆଗକୁ ଅଗ୍ରସର ହେବାକୁ ଯାଉଛି । ଆଉ ଏଥିରେ ମଧ୍ୟ ଉତ୍ତର ଗୁଜରାଟର ଅବଦାନ ବହୁତ ବଡ ହେବାକୁ ଯାଉଛି । ଏଠାରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି, ଆଉ ବର୍ତ୍ତମାନ ଏହି କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ସୌର ଶକ୍ତି ଭାବେ ମାନ୍ୟତା ପାଇଛି। ଆପଣମାନେ ମୋଢେରାରେ ସୂର୍ଯ୍ୟ ଗ୍ରାମ ଦେଖିଥିବେ, କିନ୍ତୁ ସୂର୍ଯ୍ୟଙ୍କ ଶକ୍ତି ସହିତ ସମଗ୍ର ଉତ୍ତର ଗୁଜରାଟ ତେଜସ୍ବୀ ଭାବରେ ଆଗକୁ ବଢିବାକୁ ଯାଉଛି । ପ୍ରଥମେ ପାଣ୍ଡଣରେ ଏବଂ ପରେ ବନାସକାଣ୍ଠାରେ ଏକ ସୌର ପ୍ଲାଣ୍ଟର ନିର୍ମାଣ କରାଯାଇଥିଲା ଏବଂ ବର୍ତ୍ତମାନ ମୋଢେରା ଦିନକୁ 24 ଘଣ୍ଟା ସୌର ଶକ୍ତିରେ ଚାଳୁଛି । ସୌର ଶକ୍ତିର ସାମର୍ଥ୍ୟର ଲାଭ ଉତ୍ତର ଗୁଜୁରାଟ ଉଠାଉଛି । ସରକାରଙ୍କ ଯେଉଁ ଛାତ ଉପରେ ସୌର ଶକ୍ତି ସ୍ଥାପନର ନୀତି ରହିଛି, ଘରେ ନିଜ ଛାତରେ ସୌର ଶକ୍ତି, ସେଥିରେ ଜଣେ ନିଜ ଘର ପାଇଁ ମାଗଣା ବିଦ୍ୟୁତ୍ ପାଇପାରିବ କିନ୍ତୁ ସରକାରଙ୍କୁ ମଧ୍ୟ ବଳକା ତଥା ଅଧିକ ବିଦ୍ୟୁତ୍ ବିକ୍ରୟ କରିପାରିବ, ସେହି ଦିଗରେ କାର୍ଯ୍ୟ ମଧ୍ୟ କାର୍ଯ୍ୟ କରାଯାଇଛି । ପୂର୍ବରୁ ଦେୟ ପିଠ କରି ମଧ୍ୟ ବିଦ୍ୟୁତ୍ ଉପଲବ୍ଧ ହେଉ ନଥିଲା, ବର୍ତ୍ତମାନ ଗୁଜୁରାଟର ଲୋକମାନେ ସେହି ବିଦ୍ୟୁତ୍ ବିକ୍ରୟ କରିପାରିବେ, ଆମେ ଏହି ଦିଗରେ ଆଗକୁ ଗତି କରୁଛୁ।

ସାଥୀଗଣ,

ଆଜି ରେଳବାଇ ପାଇଁ ମଧ୍ୟ ଅନେକ କାର୍ଯ୍ୟ କରାଯାଇଛି, ଗୁଜୁରାଟରେ 5 ହଜାର କୋଟିରୁ ଅଧିକ ଟଙ୍କା ମୂଲ୍ୟର ପ୍ରକଳ୍ପ ଆଜି ଗୁଜରାଟକୁ ମିଳିଛି । ମେହେସାଣା- ଅହମ୍ମଦାବାଦ ମଧ୍ୟରେ ଉତ୍ସର୍ଗୀକୃତ କରିଡର, ଏହା ଏକ ବଡ଼ କାମ ହେବାକୁ ଯାଉଛି, ଏହାର ବହୁତ ବଡ଼ ଲାଭ ମିଳିବାକୁ ଯାଉଛି, ଏହାର ଉଦ୍ଘାଟନ କରାଯାଇଛି। ଏହାଦ୍ବାରା ପିପାବାଓ, ପୋରବନ୍ଦର, ଜାମନଗର ପର୍ଯ୍ୟନ୍ତ ବନ୍ଦର ସହିତ ଯୋଗାଯୋଗ ବୃଦ୍ଧି ପାଇବାକୁ ଯାଉଛି। ଆଉ ଏହା ଦ୍ବାରା ଗୁଜରାଟର ବିକାଶ ଗତି ବୃଦ୍ଧି ପାଇବ । ଗୁଜରାଟର କୃଷକ, ପଶୁ ପାଳକ ଏବଂ ଶିଳ୍ପ ସମସ୍ତେ ଏଥିରୁ ଉପକୃତ ହେବାକୁ ଯାଉଛନ୍ତି ଏବଂ ସେହି କାରଣରୁ ଏଠାରେ ଶିଳ୍ପ ବିସ୍ତାର ହେବାର ସମସ୍ତ ସମ୍ଭାବନା ରହିଛି। ଉତ୍ତର ଗୁଜରାଟରେ ଲଜିଷ୍ଟିକ୍ ପାଇଁ ହବ୍ ବା କେନ୍ଦ୍ର ସୃଷ୍ଟି ହେବ, ଷ୍ଟୋରେଜ୍ ପାଇଁ ବଡ ସେକ୍ଟର ସୃଷ୍ଟି ହେବ, ଏଥିପାଇଁ ବିପୁଳ ଶକ୍ତି ମଳିବାକୁ ଯାଉଛି।

ମୋର ପରିବାରଜନ,

ବିଗତ 9 ବର୍ଷରେ, ପୂର୍ବ ଏବଂ ପଶ୍ଚିମ ଉତ୍ସର୍ଗୀକୃତ ମାଲ ପରିବହନ କରିଡରର କାର୍ଯ୍ୟ ପ୍ରାୟ 2500 କିଲୋମିଟରର ଅଂଶ ଶେଷ ହୋଇଛି । ଏଥିରେ ଏକ ଯାତ୍ରୀବାହୀ ଟ୍ରେନ୍ ହେଉ କିମ୍ବା ମାଲଗାଡି ସମସ୍ତଙ୍କୁ ଏଠାରୁ ବହୁତ ଲାଭ ମିଳୁଛି ଏବଂ ଶେଷ ଷ୍ଟେସନ ପର୍ଯ୍ୟନ୍ତ ଏହାର ସୁବିଧା ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ମାଲ ପରିବହନ କରିଡରର ସୁବିଧା ଏହା ହେଉଛି ଯଦି ଆଜି ଟ୍ରକ୍ ଏବଂ ଟ୍ୟାଙ୍କର୍ କୌଣସି ମଧ୍ୟ ସାମଗ୍ରୀ ନେଇ ସଡ଼କ ପଥରେ ଯାଆନ୍ତି, ତେବେ ଏହା ବହୁତ ସମୟ ଲାଗିଥାଏ ଏବଂ ଏହା ମଧ୍ୟ ମହଙ୍ଗା ହୋଇଥାଏ । ବର୍ତ୍ତମାନ ସେଥିରେ ମଧ୍ୟ ଲାଭ ହେବ ଏବଂ ଗତି ମଧ୍ୟ ବୃଦ୍ଧି ପାଇବ । ଏହି ଉତ୍ସର୍ଗୀକୃତ ମାଲ ପରିବହନ କରିଡର ବଡ- ବଡ ଯାନ ଏବଂ ଟ୍ରକ୍ ସାମଗ୍ରୀ ସହିତ ଟ୍ରେନ୍ ଉପରେ ଯାତ୍ରା କରିବାକୁ ଅନୁମତି ପ୍ରଦାନ କରୁଛି।

ବନାସରେ ଆପଣ ନିଶ୍ଚୟ ଦେଖିଥିବେ ଯେ କ୍ଷୀର ନେଇ ଯାଉଥିବା ଏକ ଟ୍ରକ୍ ରେଳ ଉପରେ ଯାଇ ରେୱାଡୀରେ ପହଞ୍ଚୁଛି। ଏହି କାରଣରୁ, ସମୟ ସଞ୍ଚୟ ହୁଏ, କ୍ଷୀର ନଷ୍ଟ ହେବାକୁ ରୋକାଯାଇଥାଏ ଏବଂ ଚାଷୀଙ୍କ ଆୟ ମଧ୍ୟ ବଢିଥାଏ ।  ଏହି ଅଞ୍ଚଳର କୃଷକଙ୍କ ଦୁଗ୍ଧ ଟ୍ୟାଙ୍କର୍ ମଧ୍ୟ ପାଲନପୁର, ହରିୟାଣା ଏବଂ ରେୱାଡୀରେ ପହଞ୍ଚୁଛି ।

ସାଥୀଗଣ,

ଏଠାରେ ଯେଉଁ କାଡୋସନ୍ ରୋଡ୍, ବାହୁଚରାଜୀ ରେଳ ଲାଇନ ତାହାର ଯେଉଁ ବିରମଗାମ୍ ରେଲୱେ ସାମଖିୟାଣୀ ରେଳ ଲାଇନର ଯେଉଁ ଦେହରୀକରଣ କରାଯାଇଛି, ତାହାର ମଧ୍ୟ ଲାଭ ଏହି ସଂଯୋଗରୁ ମିଳିବ, ଟ୍ରେନ୍ ଗୁଡିକ ଦ୍ରୁତ ଗତିରେ ଚାଲିବ । ବନ୍ଧୁଗଣ, ଉତ୍ତର ଗୁଜୁରାଟରେ ସ୍ଥାନାନ୍ତରଣର ମଧ୍ୟ ସମ୍ପୂର୍ଣ୍ଣ ସମ୍ଭାବନା ରହିଛି, ଆପଣ ଦେଖିଥିବେ, ଆପଣଙ୍କ ପଡ଼ୋଶୀ ବଡନଗର ଯାହାର ଗୁରୁତ୍ୱ କାଶୀ ନଗରୀ ଭଳି, ଗୋଟିଏ କାଶୀ ଅବିନାଶୀ, କାଶୀରେ କୌଣସି ସମୟରେ ଲୋକ ନ ଥିବେ, ଏପରି ହୋଇ ନାହିଁ, ପ୍ରତ୍ୟେକ ଯୁଗରେ, ସେଠାରେ ଲୋକ ରହିଛନ୍ତି, କାଶୀ ପରେ ବଡନଗର ହେଉଛି ଏପରି ସହର, ଯାହାର କେବେ ବିନାଶ ହୋଇନାହିଁ । ଉତଖନନ ସମୟରେ ଏହି ସବୁ ଆବିଷ୍କୃତ ହୋଇଛି, ବିଶ୍ବର ବିଭିନ୍ନ ସ୍ଥାନରୁ ଲୋକମାନେ ପର୍ଯ୍ୟଟକ ଭାବରେ ଆସିବାକୁ ଯାଉଛନ୍ତି, ଆମର କାର୍ଯ୍ୟ ହେଉଛି ଏହି ପର୍ଯ୍ୟଟନର ଲାଭ ନେବା, ରାଜସ୍ଥାନ ଏବଂ ଗୁଜୁରାଟକୁ ସଂଯୋଗ କରୁଥିବା ଏହି ପର୍ଯ୍ୟଟନର ତାରଙ୍ଗା ପର୍ବତ, ଅମ୍ବାଜୀ-ଆବୁ ରୋଡ୍ ରେଳ ଲାଇନ। ବନ୍ଧୁଗଣ, ଏହି ରେଳ ଲାଇନ ଅନେକଙ୍କ ଭାଗ୍ୟ ବଦଳାଇବାକୁ ଯାଉଛି, ଏହାର ଏଠାରୁ ସଂପ୍ରସାରଣ ହେବାକୁ ଯାଉଛି । ବ୍ରଡଗେଜ ଲାଇନ ଏଠାରୁ ସିଧାସଳଖ ଦିଲ୍ଲୀ ପହଞ୍ଚିବାକୁ ଯାଉଛି । ଏହା ଦେଶ ସହିତ ସଂଯୋଗ କରିବାକୁ ଯାଉଛି, ଯେଉଁ କାରଣରୁ ତାରଙ୍ଗା, ଅମ୍ବାଜୀ, ଧରୋଇ, ଏହି ସମସ୍ତ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ବିକାଶିତ ହେବାକୁ ଯାଉଛି । ଏହି ରେଳ ଲାଇନ ଏଇ ଅଞ୍ଚଳରେ ଶିଳ୍ପ ବିକାଶ, ପର୍ଯ୍ୟଟନ କ୍ଷେତ୍ରର ବିକାଶରେ ଏକ ପ୍ରମୁଖ ତଥା ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏହା ସହିତ, ଅମ୍ବାଜୀ ପର୍ଯ୍ୟନ୍ତ ସର୍ବୋତ୍ତମ ରେଳ ସଂଯୋଗ ବ୍ୟବସ୍ଥା ହେବାକୁ ଯାଉଛି। ଦିଲ୍ଲୀ, ମୁମ୍ବାଇ ଏବଂ ସାରା ଦେଶର ଭକ୍ତମାନଙ୍କ ପାଇଁ ଏଠାକୁ ଯାତାୟାତ କରିବା ସହଜ ହେବ।

ମୋର ପରିବାରଜନ,

ଆପଣମାନେ ହୁଏତ ମନେ ରଖିଥିବେ ଯେ ମୁଁ କଚ୍ଛ ବିଷୟରେ ଚର୍ଚ୍ଚା କରୁଥିଲି। ଏଭଳି ଏକ ସମୟ ଥିଲା ଯେତେବେଳେ କେହି କଚ୍ଛର ନାମ ନେବାକୁ ଚାହୁଁନଥିଲେ ଏବଂ ଆଜି କଚ୍ଛରେ ରଣୋତ୍ସବ ଧୋରଡୋର ସାରା ଦୁନିଆରେ ଜୟ ଜୟକାର ହେଉଛି । ବିଶ୍ବର ସର୍ବୋତ୍ତମ ପର୍ଯ୍ୟଟନ ଗ୍ରାମଗୁଡ଼ିକ ମଧ୍ୟରେ ପର୍ଯ୍ୟଟକମାନେ ଧୋରଡୋକୁ ପସନ୍ଦ କରୁଛନ୍ତି । ସେହିପରି ଭାବରେ, ଆମର ନଡାବେଟ୍ ମଧ୍ୟ କିଛି ଦିନ ମଧ୍ୟରେ ଜୟ ଜୟକାର ହେବାକୁ ଯାଉଛି, ଆମକୁ ମଧ୍ୟ ଏହାକୁ ଆଗକୁ ନେବାକୁ ପଡିବ। ଅର୍ଥାତ ମୁଁ ଯାହା କହିବାକୁ ଚାହୁଁଛି ତାହା ହେଉଛି ଆଜି ଯେତେବେଳେ ମୁଁ ଆପଣମାନଙ୍କ ଗହଣକୁ ଆସିଛି, ଯେତେବେଳେ ମୁଁ ନୂତନ ଯୁବ ପିଢୀ ମଧ୍ୟକୁ ଆସିଛି, ସେତେବେଳେ ଆଜି ଆମେ ଗୁଜୁରାଟର ଉଜ୍ଜ୍ୱଳ ଭବିଷ୍ୟତ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଏବଂ ସଂମ୍ପୁର୍ଣ୍ଣ ଭାବେ ସମର୍ପିତ ଗୁଜୁରାଟର କଲ୍ୟାଣ କରିବା  ପାଇଁ ଆମେ ସମସ୍ତେ କାର୍ଯ୍ୟ କରୁଛୁ। ଗୁଜୁରାଟର ଉଜ୍ଜ୍ୱଳ ଭବିଷ୍ୟତ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ଏହା ମୋର ନିଜ ମାଟି, ଯେଉଁ ମାଟି ମୋତେ ବଡ଼ କରିଛି, ତାହାର ଆଶୀର୍ବାଦ ନେଇ ବାହାରିଯିବି, ଏକ ନୂତନ ଶକ୍ତି ପ୍ରାପ୍ତ କରି ବାହାରକୁ ଆସିବି ଏବଂ ମୁଁ ପୂର୍ବରୁ ଯେତେ ପରିଶ୍ରମ କରୁଥିଲି, ତାହା ଅପେକ୍ଷା ଅନେକ ଗୁଣ ଅଧିକ ପରିଶ୍ରମ କରିବି, ପୂର୍ବରୁ ଯେଉଁ ବିକାଶ କାର୍ଯ୍ୟ କରୁଥିଲି, ତାହା ଠାରୁ ଅଧିକ ଦ୍ରୁତ ଗତିରେ ବିକାଶ କାର୍ଯ୍ୟ କରିବି, କାରଣ ଏହା ଆପଣମାନଙ୍କର ପ୍ରେମ ଏବଂ ଆଶୀର୍ବାଦ, ଏହା ହେଉଛି ମୋର ଶକ୍ତି, ଏହା ମୋର ଶକ୍ତି । ଗୁଜରାଟ ଏବଂ ଦେଶର ସ୍ୱପ୍ନ ହେଉଛି ଯେ, ଯେତେବେଳେ 2047 ରେ ଦେଶ ସ୍ବାଧୀନତା 100 ବର୍ଷର ପୂରଣ କରିବ, ସେତେବେଳେ ଏହି ଦେଶ ଏକ ବିକଶିତ ଦେଶ ହେବା ଉଚିତ୍। ବିଶ୍ବର ବଡ଼ ବଡ଼ ଦେଶ ସହିତ ସମାନ ହେବା ଉଚିତ୍। ଏଥିପାଇଁ ଆମେ କଷ୍ଟକର କାର୍ଯ୍ୟ ହାତକୁ ନେଇଛୁ। ମୋର ଏହି ମାଟିରେ ମୋର ସମସ୍ତ ବୟସ୍କ ଏବଂ ସମ୍ପର୍କୀୟ, ମୁଁ ଆପଣମାନଙ୍କ ମଧ୍ୟକୁ ଆସିଛି, ମୋତେ ଆଶୀର୍ବାଦ କରନ୍ତୁ, ଫଳରେ ମୁଁ ସପୂର୍ଣ୍ଣ ଶକ୍ତି ସହିତ କାର୍ଯ୍ୟ କରିପାରିବି, ଅଧିକରୁ ଅଧିକ କାର୍ଯ୍ୟ କରିପାରିବି, ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ କରିପାରିବି, ଏହି ଆଶା ସହିତ ଆପଣମାନେ ମୋ ସହିତ କୁହନ୍ତୁ,

ଭାରତ ମାତା କୀ ଜୟ ,

ଭାରତ ମାତା କୀ ଜୟ ,

ଭାରତ ମାତା କୀ ଜୟ ,

ବହୁତ- ବହୁତ ଧନ୍ୟବାଦ ।

*****

AH


(Release ID: 1973287) Visitor Counter : 111