ସଂସ୍କୃତି ମନ୍ତ୍ରଣାଳୟ

ଆଜାଦୀ କି ଅମୃତ ମହୋତ୍ସବର ଉଦ୍ଯାପନ ଉତ୍ସବ “ମେରି ମାଟି ମେରା ଦେଶ”ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ


ଦେଶର ୩୬ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୨୦ହଜାରରୁ ଅଧିକ ପ୍ରତିନିଧି ୮୦୦୦ରୁ ଊର୍ଦ୍ଧ୍ୱ ଅମୃତ କଳସ ଧରି ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀରେ ପହଞ୍ଚୁଛନ୍ତି

ଏହି କାର୍ଯ୍ୟକ୍ରମ ୩୧ ଅକ୍ଟୋବରରେ ଆୟୋଜିତ ହେବ

Posted On: 27 OCT 2023 5:40PM by PIB Bhubaneshwar

ଚଳିତମାସ ୩୧ତାରିଖରେ ନୂଆଦିଲ୍ଳୀଠାରେ “ଆଜାଦି କି ଅମୃତ ମହୋତ୍ସବ”ର  ଉଦ୍‌ଯାପନ ଉତ୍ସବ “ମେରି ମାଟି ମେରି ଦେଶ” ଆୟୋଜିତ ହେବ । ଜାତୀୟ ରାଜଧାନୀ ନୂଆଦିଲ୍ଲୀର ବିଜୟ ଚୌକ/ କର୍ତ୍ତବ୍ୟ  ପଥରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଚାଲିଥିବା ଅମୃତ କଳସ ଯାତ୍ରାର  ଆନୁଷ୍ଠାନିକ ଉଦ୍‌ଯାପନ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ନେଇ ମୁକ୍ତି ସଂଗ୍ରାମରେ ଅଂଶଗ୍ରହଣ କରି ପ୍ରାଣବଳୀ ଦେଇଥିବା ଭାରତୀୟବୀର ଶହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

ଏହି କାର୍ଯ୍ୟକ୍ରମ ପାଇଁ ଦେଶର ୩୬ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୭୬୬ ଜିଲ୍ଲା ଓ ୭୦୦୦ ବ୍ଲକରୁ ଅମୃତ କଳସଧାରୀ ମାନେ ଆସି ନୂଆଦିଲ୍ଲୀରେ ପହଞ୍ôଚବାରେ ଲାଗିଛନ୍ତି । ଏହି ଉତ୍ସବ ସହିତ ଦେଶରେ ଦୁଇବର୍ଷ ଧରି ଚାଲିଥିବା ଆଜାଦି କି ଅମୃତ ମହୋତ୍ସବ  ଅଭିଯାନର ଆନୁଷ୍ଠାନିକ ଅବସାନ ଘଟିବ । ଏହି ଅମୃତ ମହୋତ୍ସବ ୨୦୨୧ ମାର୍ଚ୍ଚ ୧୨ ତାରିଖରେ ଆରମ୍ଭ ହୋଇଥିଲା ।  ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତ ଅବସରରେ  ଏହା ପାଳନ କରାଯାଉଥିଲା । ଆଜାଦି କି ଅମୃୃତ ମହୋତ୍ସବ ଅଭିଯାନ କାଳରେ ସମଗ୍ର ଦେଶରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ଜନସାଧାରଣ ଅତ୍ୟନ୍ତ ଉତ୍ସାହ ଓ ଆଗ୍ରହର ସହିତ ଭାଗ ନେଇଥିଲେ ।

ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଉଦ୍‌ଯାପନ ଉତ୍ସବରେ “ମେରା ଯୁବ ଭାରତ” (ମୋ ଭାରତ) ନାମରେ ଏକ ସ୍ୱୟଂଶାସିତ ସଂସ୍ଥାର ଆନୁଷ୍ଠାନିକ ଆରମ୍ଭ ହେବ । ବିକାଶ ପ୍ରକ୍ରିୟାରେ ଯୁବବର୍ଗଙ୍କୁ ନେତୃତ୍ୱ ନେବାର ସୁବିଧା ସୁଯୋଗ ଏହି ସଂସ୍ଥା ଯୋଗାଇବ । ନାଗରିକ ଓ ସରକାରଙ୍କ ମଧ୍ୟରେ ଯୁବ ସମାଜ ଯେପରି ସେତୁ ରୂପେ କାର୍ଯ୍ୟ କରିବେ ସେ ଦିଗରେ ଏହି ସଂସ୍ଥା କାମ କରିବ ।

ନୂଆଦିଲ୍ଳୀରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ଭାଗ ନେବାକୁ ୩୬ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୨୦ହଜାରରୁ ଅଧିକ ଅମୃତ କଳସଧାରୀ ବିଭିନ୍ନ ବ୍ଲକରୁ ମାଟି ଧରି ପହଞ୍ôଚବାରେ ଲାଗିଛନ୍ତି । ସେମାନେ ୨୯ ତାରିଖ ସୁଦ୍ଧା ବିଭିନ୍ନ (ରେଳ, ବସ୍‌, ବିମାନ) ବାଟରେ ଆସି ପହଞ୍ôଚଯିବେ । ଅକ୍ଟୋବର ୩୦ ଓ ୩୧ରେ ବିଜୟ ଚୌକ/ କର୍ତ୍ତବ୍ୟ ପଥରେ ଏଥିପାଇଁ ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଅମୃତକଳସ ଧାରୀଙ୍କ ପାଇଁ ଦୁଇଟି ଶିବିର ଗୁରୁଗ୍ରାମର ଧାନଚିରି ଓ ଦିଲ୍ଲୀର ରାଧାସ୍ୱାମୀ ସତ୍‌ସଙ୍ଗ ବିହାରରେ କରାଯାଇଛି । କଳସଧାରୀମାନେ ସେଠାରେ ରହିବେ ଏବଂ ସେମାନଙ୍କ  ପାଇଁ ସମସ୍ତ ସୁବିଧା କରାଯାଇଛି ।

ଅକ୍ଟୋବର ୩୦ତାରିଖରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କ ଜିଲ୍ଲା ଓ ବ୍ଲକରୁ ଆଣିଥିବା ମାଟିକୁ ଗୋଟିଏ କଳସରେ ଏକାଠି କରି ରଖିବେ । ଏହି କାର୍ଯ୍ୟକ୍ରମ ଅବସରରେ ସବୁ ରାଜ୍ୟର ଲୋକପ୍ରିୟ ଲୋକ କଳାମାନ ପ୍ରଦର୍ଶିତ ହେବ । ଦିନ ସାଢେ ୧୦ରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ବିଳମ୍ବିତ ସନ୍ଧ୍ୟା ଯାଏ ଚାଲିବ ।

ଅକ୍ଟୋବର ୩୧ରେ ବିଜୟ ଚୌକ୍‌ରେ ଏକ ସର୍ବସାଧାରଣ କାର୍ଯ୍ୟକ୍ରମ ଆୟୋଜିତ ହେବ । ଦିନ ୧୨ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏଥିରେ ସାଧାରଣ ଲୋକେ ଯୋଗଦେଇପାରିବେ । ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବ । ସେଦିନ ଅପରାହ୍ନ ୪ଘଟିକା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅମୃତକାଳର ଯାତ୍ରୀଙ୍କୁ ଉଦ୍‌ବୋଧନ ଦେବେ । ଏଥି ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପ୍ରଧାନମନ୍ତ୍ରୀ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ ଦେଶର ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ବୀର ଶହୀଦ୍‌ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇବେ ।

 

*****

TKM/SLP



(Release ID: 1972338) Visitor Counter : 63