ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସରେ ପୁରୁଷ ସଟ୍ ପୁଟ-ଏଫ୍-୫୫ରେ ବ୍ରୋଞ୍ଜ ପଦକ ଜିତିଥିବା ମୁଥୁରାଜାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 26 OCT 2023 9:10PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ସଟ୍ ପୁଟ୍-ଏଫ୍ ୫୫୨ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ମୁଥୁରାଜାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ମୁଥୁରାଜଙ୍କ ଶକ୍ତି ସଂକଳ୍ପ ବିଶ୍ୱ ସ୍ତରରେ ଭାରତର ପ୍ରତିଭାକୁ ପ୍ରଦର୍ଶିତ କରିଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:

ମୁଥୁରାଜାଙ୍କୁ ପୁରୁଷ ସଟ୍ ପୁଟ୍-ଏଫ୍-୫୫ ଇଭେଣ୍ଟରେ ଉଲ୍ଲେଖନୀୟ ବ୍ରୋଞ୍ଜ ପଦକ ପାଇଁ ଅଭିନନ୍ଦନ। ତାଙ୍କର ଶକ୍ତି ଏବଂ ସଂକଳ୍ପ ଯୋଗୁଁ ଭାରତର ପ୍ରତିଭାକୁ ବିଶ୍ୱ ସ୍ତରରେ ପ୍ରଦର୍ଶିତ କରାଯାଇଛି ଏହି ବିଜୟ ଅନ୍ୟମାନଙ୍କୁ ଉତ୍କର୍ଷତା ହାସଲ କରିବାକୁ ପ୍ରେରଣା ଦେବା ସହିତ କଦାପି ନିଜର ସ୍ୱପ୍ନ କୁ ନଛାଡ଼ିବା ପାଇଁ ଉତ୍ସାହିତ କରେ।

 

BS


(ରିଲିଜ ଆଡି: 1972196) ପରିଦର୍ଶକ କାଉଣ୍ଟର : 117