ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସରେ ତୀରନ୍ଦାଜିରେ ରୌପ୍ୟ ପଦକ ଜିତିଥିବା ଯୋଡ଼ି ରାକେଶ କୁମାର ଏବଂ ସୁରଜ ସିଂହଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 25 OCT 2023 10:08PM by PIB Bhubaneswar

ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ତୀରନ୍ଦାଜିରେ ରୌପ୍ୟ ପଦକ ହାସଲ କରିଥିବା ରାକେଶ କୁମାର ଏବଂ ସୁରଜ ସିଂହଙ୍କ ଦଳଗତ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି

ସେମାନଙ୍କୁ ଗତିଶୀଳ ଯୋଡ଼ି ବୋଲି ଅଭିହିତ କରି ସେ କହିଛନ୍ତି ଯେ ସେମାନଙ୍କ ସଫଳତା ଦେଶକୁ ଗର୍ବିତ କରିଛି।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ପୁରୁଷ ଡବଲ୍ସ କମ୍ପାଉଣ୍ଡ-ଓପନ ଇଭେଣ୍ଟରେ ପାରା ଆର୍ଚରୀରେ ରୌପ୍ୟ ପଦକ ଜିତିଥିବା ରାକେଶ କୁମାର ସୁରଜ ସିଂହଙ୍କୁ ଅଭିନନ୍ଦନ। ସେମାନଙ୍କର ଅସାଧାରଣ ଟିମ୍ ୱାର୍କ ଏବଂ ସଠିକତା ଭାରତକୁ ଅତ୍ୟନ୍ତ ଗର୍ବିତ କରିଛି ସେମାନଙ୍କୁ ଶୁଭେଚ୍ଛା

  

BS


(ରିଲିଜ ଆଡି: 1972187) ପରିଦର୍ଶକ କାଉଣ୍ଟର : 108