ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ୬୦ କେଜି ଜେ୧ ଜୁଡୋ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା କପିଲ ପରମାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 23 OCT 2023 6:33PM by PIB Bhubaneshwar

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ  ପୁରୁଷ ୬୦ କେଜି ଜେ୧ ଜୁଡୋ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା କପିଲ ପରମାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଏସୀୟ ପାରା ଗେମ୍ସରେ ଜୁଡୋରେ ପୁରୁଷ ୬୦ କେଜି ଜେ୧ ଜୁଡୋ ପ୍ରତିଯୋଗିତାରେ ଉଲ୍ଲେଖନୀୟ ରୌପ୍ୟ ପଦକ ଜିତିଥିବା କପିଲ ପରମାରଙ୍କୁ ଅଭିନନ୍ଦନ । ପ୍ରତିଯୋଗିତରେ ତାଙ୍କ ଦୃଢ଼ତା ଏବଂ ସାହସ ଦେଖିବା ଭଳି ଥିଲା । ତାଙ୍କୁ ଏପରି ନିରନ୍ତର ସଫଳତା ମିଳୁ ଏବଂ ଭବିଷ୍ୟତର ପ୍ରୟାସ ପାଇଁ ତାଙ୍କୁ ଶୁଭକାମନା ।’

 

SR



(Release ID: 1970617) Visitor Counter : 49