ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗାଜାର ଅଲ ଅହଲି ହସ୍ପିଟାଲରେ ଲୋକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 18 OCT 2023 1:48PM by PIB Bhubaneshwar

ଗାଜାର ଅଲ ଅହଲି ହସ୍ପିଟାଲରେ ଲୋକଙ୍କ ଦୁଃଖଦ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ପୀଡ଼ିତଙ୍କ ପରିବାରକୁ ସେ ସମବେଦନା ଦେଇଛନ୍ତି ଏବଂ ଆହତମାନେ ଶୀଘ୍ର ସୁସ୍ଥ ହେବାକୁ କାମନା କରିଛନ୍ତି ।

 

ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଗାଜାର ଅଲ ଅହଲି ହସ୍ପିଟାଲରେ ଲୋକଙ୍କ ମୃତ୍ୟୁରେ ଗଭୀର ମର୍ମାହତ । ପୀଡ଼ିତଙ୍କ ପରିବାରକୁ ସମବେଦନା ଜଣାଉଛି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।

 

ଜାରିଥିôବା ସଂଘର୍ଷରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଏକ ଗଭୀର ଚିନ୍ତାର ବିଷୟ । ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କୁ ଉତ୍ତରଦାୟୀ କରାଯିବା ଉଚିତ୍ ।’

 

SR



(Release ID: 1968983) Visitor Counter : 91