ନିର୍ବାଚନ ଆୟୋଗ
azadi ka amrit mahotsav

ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ସାଧାରଣ ନିର୍ବାଚନ, ୨୦୨୩

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2023 3:23PM by PIB Bhubaneswar

ଜଳବାୟୁ ପରିସ୍ଥିତି, ଏକାଡେମିକ କ୍ୟାଲେଣ୍ଡର, ବୋର୍ଡ ପରୀକ୍ଷା, ପ୍ରମୁଖ ପର୍ବପର୍ବାଣୀ, ରାଜ୍ୟରେ ପ୍ରଚଳିତ ଆଇନ ଶୃଙ୍ଖଳା ପରିସ୍ଥିତି, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଉପଲବ୍ଧତା, ଯାତାୟତ ପାଇଁ ଆବଶ୍ୟକ ସମୟ, ପରିବହନ ଏବଂ ଠିକ୍ ସମୟରେ ଫୋର୍ସ ମୁତୟନ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ବାସ୍ତବତାର ଗଭୀର ଆକଳନ ଇତ୍ୟାଦି ସମସ୍ତ ପ୍ରାସଙ୍ଗିକ ଦିଗକୁ ବିଚାରକୁ ନେଇ ଆୟୋଗ ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଏବଂ ତେଲଙ୍ଗାନା ରାଜ୍ୟରେ ବିଧାନସଭା ସାଧାରଣ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି । 

ଆୟୋଗ ସମସ୍ତ ପ୍ରାସଙ୍ଗିକ ଦିଗ ଗୁଡିକୁ ବିଚାର କରିବା ପରେ ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଏବଂ ତେଲଙ୍ଗାନା ରାଜ୍ୟର ମାନ୍ୟବର ରାଜ୍ୟପାଳଙ୍କୁ ଜନପ୍ରତିନିଧି ଆଇନ, ୧୯୫୧ ର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ସାଧାରଣ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରିବାକୁ ସୁପାରିସ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ।

ବିବରଣୀ ପାଇଁ ଏଠାରେ , ଦୟାକରି ୧ ଉପରେ କ୍ଲିକ୍ କରନ୍ତୁ, 

ବିବରଣୀ ପାଇଁ ଏଠାରେ, ଦୟାକରି ୨ ଉପରେ କ୍ଲିକ୍ କରନ୍ତୁ, 

***

SSP


(ରିଲିଜ ଆଡି: 1966125) ପରିଦର୍ଶକ କାଉଣ୍ଟର : 158